Home କେନ୍ଦ୍ରାପଡ଼ା ଭାରତୀୟ ଜନତା ପାର୍ଟିର ପ୍ରତିନିଧି ମଣ୍ଡଳି କୁତରଙ୍ଗ ମଣ୍ଡି ପରିଦର୍ଶନ କଲେ

ଭାରତୀୟ ଜନତା ପାର୍ଟିର ପ୍ରତିନିଧି ମଣ୍ଡଳି କୁତରଙ୍ଗ ମଣ୍ଡି ପରିଦର୍ଶନ କଲେ

19

କେନ୍ଦ୍ରାପଡା, ୧୫/୧(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳି କୃଷକମୋର୍ଚ୍ଚା ସଭାପତି ରଞ୍ଜିତ ଆଚାର୍ଯ୍ୟଙ୍କ ନେତୃତ୍ୱରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ପଂଚାୟତରେ ଥିବା ମଣ୍ଡିକୁ ପରିଦର୍ଶନ କରିଛନ୍ତି। ପରିଦର୍ଶନରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳି ଆଗରେ ଚାଷୀମାନେ ଅଭିଯୋଗ କରିଥିଲେ ଯେ ମଣ୍ଡିରେ ବ୍ୟାପକ ଅନିୟମିତତା ହେଉଛି। ସରକାରୀ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ ମିଲର- ଡିଲର- ସୋସାଇଟି କର୍ମଚାରୀ ଚାଷୀମାନଙ୍କୁ ଲୁଟୁଛନ୍ତି। ମଣ୍ଡିରେ ଆବଶ୍ୟକୀୟ ଭିତ୍ତିଭୂମୀର ଅଭାବ, ଚାଷୀମାନଙ୍କୁ ସରକାରୀ ସହାୟତା ଯଥା ଅଖା, ରହଣୀ ସମୟରେ ଖାଦ୍ୟପାନୀୟ ଓ ମାଲପରିବହନ ଖର୍ଚ୍ଚର ବ୍ୟବସ୍ଥା ନଥିବା ସହିତ ଟୋକନ ଅନୁସାରେ ଧାନ କିଣା ନଯାଇ ପ୍ରିୟାପ୍ରିତୀ ତୋଷଣ କରାଯାଉଥିବାର ଚାଷୀମାନେ ଅଭିଯୋଗ କରିଥିଲେ। ମିଲରମାନଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ମଣ୍ଡିରେ ୧୫ରୁ ୨୦ଦିନ ଧରି ଧାନବସ୍ତା ସବୁ ମଣ୍ଡିରେ ପଡିରହୁଛି। କେତେକ ଅସାଧୁ ଦଲାଲ ମଣ୍ଡିରେ ଧାନ ନଦେଇ ସିଧାସଳଖ ମିଲରେ ପହଁଚାଉଥିବାର ଅଭିଯୋଗ ଆସିଥିଲା। ଏହି କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ, ବରିଷ୍ଠ ନେତା ସୁନାକର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ମଣ୍ଡଳ ସଭାପତି ଶଶାଙ୍କ ଶେଖର ଓଝା, ଉମାକାନ୍ତ ନାୟକ, ଲଲାଟକେଶରୀ ସାମଲ, ନେହେରୁ ସାହୁ ପ୍ରମୁଖ ଚାଷୀମାନଙ୍କ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଜେନା, ପ୍ରଫୁଲ୍ଲ ମଳିକ, ରତ୍ନାକର ଦାସ, ତାପସ କୁମାର ମହାନ୍ତି, ରଞ୍ଜନ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.