Home Coronavirus Outbreak ଜଣେ ଡାକ୍ତର ନେତାଙ୍କ କରୋନା ସଚେତନତା ..

ଜଣେ ଡାକ୍ତର ନେତାଙ୍କ କରୋନା ସଚେତନତା ..

306

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ୱ ଦେଇ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏହା ସହିତ କରୋନା ଭୂତାଣୁକୁ ମୁକାବିଲା କରିବା ପାଇଁ ସାବୁନ କିମ୍ବା ହ୍ୟାଣ୍ଡୱାସରେ ବାରମ୍ବାର ହାତ ଧୋଇବା, ବାହାରକୁ ବାହାରିଲା ମାନେ ମୁହଁରେ ମାସ୍କ୍ କିମ୍ବା ଫେସ୍ କଭର୍ ବ୍ୟବହାର କରିବା, ସାମାଜିକ ଦୂରତ୍ୱ ବାଜାଇ ରଖିବା ଏବଂ ଲକ୍‌ଡାଉନରେ ସରକାରଙ୍କ ନିୟମ ମାନିବାକୁ ସଚେତନ କରାଯାଉଛି। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ), କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ମାନି ଚଳିବାକୁ ପରାମର୍ଶ ଦିଆଯାଉଛି। ଡାକ୍ତର, ସ୍ଵାସ୍ଥ୍ୟ କର୍ମଚାରୀ, ପୋଲିସ୍ ଏବଂ ପ୍ରଶାସନିକ ସ୍ତରରେ ଦାୟିତ୍ୱରେ ଥିବା କରୋନା ଯୋଦ୍ଧା ମାନେ କରୋନା ମୁକାବିଲା ଦିଗରେ ଲାଗି ପଡ଼ିଛନ୍ତି।

ଏହା ସହିତ କେତେକ ସ୍ଥଳରେ କେତେକ ସ୍ୱେଚ୍ଛାସେବୀ ସଙ୍ଗଠନ କିଛି ରାଜନୈତିକ ଦଳର ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା କରୋନା ମୁକାବିଲା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଅସହାୟଙ୍କୁ ସାହାଯ୍ୟ କରିବା କାମରେ ଲାଗିଛନ୍ତି। ରାଜନୈତିକ ଦଳ ଭିତରେ ବୋଧହୁଏ ଭାରତୀୟ ଜନତା ପାର୍ଟି (ବିଜେପି) ଏଥିରେ ଆଗୁଆ ଅଛି। ଓଡ଼ିଶାରେ ମଧ୍ୟ ବିଜେପି ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ଏପରି କାମରେ ଲାଗିଥିବାର ଦେଖିବାକୁ ମିଳୁଛି।

ନିଜେ କେତେ ସଚେତନ ଡାକ୍ତର ନେତା –
ତେବେ ଓଡ଼ିଶା ବିଜେପିର କିଛି ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ କାମ କମ୍ ପ୍ରଚାର ଅଧିକ କରୁଥିବାର ଦେଖିବାକୁ ମିଳୁଛି। ଏମାନେ ଘନ ଘନ ଭିଡିଓ କନ୍ଫରେନ୍ସିଂ ମିଟିଂ କରୁଛନ୍ତି। ଯାହା ଆଲୋଚନା ହେଉଛି ତାହା କାର୍ଯ୍ୟକାରୀ କରିବା କମ୍ କିନ୍ତୁ, ସେହି ଭିଡିଓ କନ୍ଫରେନ୍ସିଂ ମିଟିଂର ସ୍କ୍ରିନ୍ ସର୍ଟ କାଢ଼ି ସୋସିଆଲ୍ ମିଡିଆରେ ପୋଷ୍ଟ କରିବାରେ ଆଗୁଆ ରହୁଛନ୍ତି ଏମାନେ। ସାମାଜିକ ଦୂରତା ରକ୍ଷା କରିବା ପାଇଁ ବାହାରକୁ ବାହାରିଲେ ଯେଉଁ ମାସ୍କ୍ କିମ୍ବା ଫେସ୍ କଭର୍ ବ୍ୟବହାର କରିବାକୁ କୁହାଯାଉଛି, ଏହି ନେତାନେତ୍ରୀ ମାନେ ସେହି ମାସ୍କ୍ ବଣ୍ଟନ କଲା ବେଳେ କିମ୍ବା କିଛି ଖାଦ୍ୟ ସାମଗ୍ରୀ ବଣ୍ଟନ କଲାବେଳେ ନିଜେ ମାସ୍କ୍ କିମ୍ବା ଫେସ୍ କଭର୍ ଠିକ୍ ଭାବରେ ପିନ୍ଧୁ ନାହାଁନ୍ତି। କାରଣ ଫଟୋରେ ମୁହଁ ଜଣାପଡ଼ିବ ନାହିଁ। ଖବରକାଗଜ, ଟିଭି କିମ୍ବା ସୋସିଆଲ୍ ମିଡିଆରେ ପୋଷ୍ଟ କଲାବେଳେ ଏମାନଙ୍କୁ ଚିହ୍ନି ହେବ ନାହିଁ। ଭଦ୍ରକ ଆସନରୁ ବିଜେପି ବିଧାୟକ ପାର୍ଥି ହୋଇଥିବା ପ୍ରଦୀପ କୁମାର ନାୟକ ପେଶାରେ ଜଣେ ଡାକ୍ତର। ସ୍ୱାସ୍ଥ୍ୟ ସମ୍ବଦ୍ଧରେ ସେ ଅଧିକ ସଚେତନ ରହିବା କଥା। କିନ୍ତୁ ତାଙ୍କର କରୋନା ମୁକାବିଲା ଦିଗରେ ସେବା କାର୍ଯ୍ୟ ବେଳେ ପ୍ରାୟ ଅଧିକାଂଶ ଫଟୋରେ ସେ ନିଜେ ଠିକ୍ ଭାବରେ ମାସ୍କ୍ ପିନ୍ଧିନଥିବା ଦେଖିବାକୁ ମିଳୁଛନ୍ତି। କେତେବେଳେ ମୁହଁ ଘୋଢେଇ ହୋଇଥିବା ବେଳେ ନାକ ଖୋଲା ରହୁଛି। ଆଉ ବେଳେବେଳେ ମୁହଁ, ନାକ ଉଭୟ ଖୋଲା ରହୁଛି, ମାସ୍କଟି କେବଳ ନାମକୁ ମାତ୍ର ରହୁଛି। ନିଜେ ଡାକ୍ତର ହୋଇ ଜଣେ ନେତା ଯଦି ଏପରି ଅସଚେତନ, ତେବେ ଜଣେ ନେତା କିମ୍ବା ତାଙ୍କ ସାଙ୍ଗରେ ରହୁଥିବା ଜଣେ ସାଧାରଣ କର୍ମୀଙ୍କଠାରୁ ଅବା କିପରି ସଚେତନତା ଆଶା କରାଯାଇ ପାରିବ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.