Home କନ୍ଧମାଳ କନ୍ଧମାଳ ସାହିତ୍ୟ ମହୋତ୍ସବ( ଭର୍ଚୁଆଲ୍)-୨୮ ଜୁନ୍, ୨୦୨୦

କନ୍ଧମାଳ ସାହିତ୍ୟ ମହୋତ୍ସବ( ଭର୍ଚୁଆଲ୍)-୨୮ ଜୁନ୍, ୨୦୨୦

235

ଭୁବନେଶ୍ୱର (ଓଡ଼ିଆ ପୁଅ) : ପ୍ରତିବର୍ଷ କଳିଙ୍ଗ ସାହିତ୍ୟ ମହୋତ୍ସବ ଓ ଓଡିଶା ଡାଏରୀ ଫାଉଣ୍ଡେସନ୍ (ଓଡିଏଫ୍)ର ମିଳିତ ଆନୁକୂଲ୍ୟରେ କନ୍ଧମାଳ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଅଛି। ବର୍ତମାନର ଅଭାବିତ ସଙ୍ଗରୋଧ ସମୟ ଯୋଗୁଁ ଏପରି ଅନଲାଇନ୍ ସାହିତ୍ୟ ମହୋତ୍ସବର ଆୟୋଜନ କରାଯାଉଛି, ଯାହା ଓଡ଼ିଶାରେ ପ୍ରଥମ।ଏହା ଓଡିଶାର

ଜନଜାତିର କଥା, ଭାଷା, ସାହିତ୍ୟ, ସଂସ୍କୃତି, ସ୍ୱଦେଶୀପଣ, ପ୍ରକୃତି ଆଦିକୁ ପ୍ରୋତ୍ସାହିତ କରିବ ଏବଂ ନୂତନ ପିଢ଼ିକୁ ଆମର ଐତିହ୍ୟ ଓ ବିଶାଳ ପରମ୍ପରା ସହ ପରିଚିତ କରାଇବାରେ ସହାୟକ ହେବ।

ଏହି ଅଧିବେଶନ ୨୮ଜୁନ୍, ୨୦୨୦ରେ କଳିଙ୍ଗ ସାହିତ୍ୟ ମହୋତ୍ସବର ଫେସବୁକ୍, ଟ୍ୱିଟର, ୟୁଟ୍ୟୁବ୍ ପରି ସମସ୍ତ ଅଫିସିଆଲ୍ ଫୋରମ୍ ରେ ସିଧା ପ୍ରସାରିତ ହେବ।

ଓଡ଼ିଶା ଡାଏରୀ ଫାଉଣ୍ଡେସନ ଏବଂ କଳିଙ୍ଗ ସାହିତ୍ୟ ମହୋତ୍ସବର ଏପରି ଭିନ୍ନ ଓ ଜରୁରୀ ପଦକ୍ଷେପ ସ୍ଵରୂପ କନ୍ଧମାଳ ସାହିତ୍ୟ ମହୋତ୍ସବକୁ ଅନ୍ ଲାଇନ୍ ପ୍ଲାଟଫର୍ମକୁ ଆଣିବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ଵରେ ଆମର ସ୍ଥାନୀୟତାକୁ, ଆମର ବିଭବକୁ ପ୍ରଚାର କରିବା ଓ ସମଗ୍ର ରାଜ୍ୟ, ଦେଶ ଓ ବିଶ୍ଵ ସହ ଯୋଡ଼ି ହେବା। କନ୍ଧମାଳ ଏହାର ଅପରୂପ ସୌନ୍ଦର୍ଯ୍ୟ, ସ୍ୱଦେଶୀ ସଂସ୍କୃତି ଏବଂ ଅଧିବାସୀ ମାନଙ୍କର ସାମାଜିକ ଜୀବନ ଓ ନିରଡାମ୍ବର ଚଳଣୀ ସହ ଆଚରଣରେ ସରଳତା ପାଇଁ ପ୍ରସିଦ୍ଧ। ଚିନ୍ତକ, ଦାର୍ଶନିକ, ସମାଜବିତ୍, ଲେଖକ ଏବଂ କବିମାନଙ୍କୁ ଏହି ଭୂଖଣ୍ଡ ବାରମ୍ବା ଆକୃଷ୍ଟ କରି ଆସିଛି।

ଦିନ ଦୁଇଟାରୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବକୁ ବିଶିଷ୍ଟ ଜନପ୍ରିୟ ଲେଖିକା ଜ୍ଞାନପୀଠ ପୁରସ୍କାର ବିଜୟିନୀ ପଦ୍ମଶ୍ରୀ ପ୍ରତିଭା ରାୟ ଉଦଘାଟନ କରିବେ। ପରେ ପରେ ଆଉ ତିନୋଟି ଅଧିବେଶନ ଯଥାକ୍ରମେ ଅପରାହ୍ନ ୩ରୁ -୩-୪୫, ୪ରୁ-୪-୪୫ଏବଂ ୫ ରୁ ୫-୪୫ଘଣ୍ଟିକା ଯାଏଁ ଅନୁଷ୍ଠିତ ହେବ। ଏ ଅନ୍ୟ ଉଲ୍ଲେଖନୀୟ ବକ୍ତାମାନଙ୍କ ମଧ୍ୟରେ ପୂର୍ବତନ ପ୍ରଶାସକ ଡକ୍ଟର ଅରବିନ୍ଦ ବେହେରା, ରାଜେଶ ପ୍ରଭାକର ପାଟିଲ, ସୁଜିତ କୁମାର, ବିଜୟ ପଟ୍ଟନାୟକ, କେଦାର ମିଶ୍ର, ଡକ୍ଟର କ୍ଷେତ୍ରବାସୀ ମାନସେଠ୍, ଡକ୍ଟର ନିରଦ କହଁର, ଅନୁଜ ପ୍ରଧାନ, ଜ୍ୟୋତିର୍ମୟୀ କହଁର, ପୃଥିବୀରାଜ ମଣ୍ଡଳ, ବିଦେଶୀ ନାୟକ, ରବୀନ୍ଦ୍ରନାଥ ମିଶ୍ର, ସୁଜିତ୍ କୁମାର ପଣ୍ଡା, ପ୍ରଣତି ତ୍ରିପାଠୀ, ହରପ୍ରିୟା ମିଶ୍ର, ଗିରିଜା ପ୍ରସାଦ ମିଶ୍ର, ପ୍ରଦୀପ କହଁର ଆଦି ସାରସ୍ଵତ ସାଧକମାନେ ଅଛନ୍ତି।

କନ୍ଧମାଳ ସାହିତ୍ୟ ମହୋତ୍ସବ ତଥା କଳିଙ୍ଗ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମୀ ରଂଜନ ପରିଡା କୁହନ୍ତି, “ଏହା ଏକ କଠିନ ସମୟ ଯେତେବେଳେ ଆମେ ଦିନକୁ ଦିନ ସଂଘର୍ଷ ସହ ମହାମାରୀ ସହ ଲଢୁଛୁ। ବୈଷୟିକ ଜ୍ଞାନ କୌଶଳ ସୋସିଆଲ ମିଡିଆକୁ ଏକ ଶକ୍ତିଶାଳୀ ପ୍ଲାଟଫର୍ମରେ ପରିଣତ କରିଛି।ବିଶ୍ଵକୁ ଦେବା ପାଇଁ କନ୍ଧମାଳ ପାଖରେ ଅନେକ କିଛି ଅଛି। ଏହା ଅନେକଙ୍କ ପାଇଁ ଏକ ନିରବ ପ୍ରେରଣା ଅଟେ। ଏହି ମହୋତ୍ସବ ଆୟୋଜନ କରିବାର କାରଣ ହେଉଛି ବିଶ୍ୱକୁ ଓଡ଼ିଶାର ସ୍ୱଦେଶୀ ଏବଂ ସାଂସ୍କୃତିକ ଐତିହ୍ୟକୁ ଜଣାଇବା। କନ୍ଧମାଳର ସାହିତ୍ୟ, କଳା, ଏବଂ ସଂସ୍କୃତି ସହିତ ସାରା ରାଜ୍ୟର ପରିଚୟ ହେବା ସହ ଜଡ଼ିତ ହେବାର ମାଧ୍ୟମ ଏହି କନ୍ଧମାଳ ସାହିତ୍ୟ ଭର୍ଚୁଆଲ୍ ମହୋତ୍ସବ।”

ରାଜ୍ୟର ସାହିତ୍ୟ କ୍ୟାଲେଣ୍ଡରରେ ଏହା ଏକ ଉଲ୍ଲେଖନୀୟ ଘଟଣା ଏବଂ ସମସ୍ତ କନ୍ଧମାଳର ଜ୍ଞାନୀ ଗୁଣୀ, ଶିକ୍ଷାବିତ୍, ସାହିତ୍ୟ ପ୍ରମୀମାନଙ୍କର ସହଯୋଗ ହିଁ ଆଗକୁ ଅଧିକ କାମ କରାଇବାର ପ୍ରେରଣା ହେବ ବୋଲି କହିଛନ୍ତି ଅନ୍ୟତମ ସହ ପ୍ରତିଷ୍ଠାତା ସିତାଂଶୁ ମହାପାତ୍ର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.