Home ଓଡ଼ିଶା କେ.ଭି ଜୀ”ଙ୍କ ନୂଆ ଲୁକ୍! ନୂଆ ଲୁକରେ ବିଜେପି ନେତା କନକ ବର୍ଦ୍ଧନ

କେ.ଭି ଜୀ”ଙ୍କ ନୂଆ ଲୁକ୍! ନୂଆ ଲୁକରେ ବିଜେପି ନେତା କନକ ବର୍ଦ୍ଧନ

243

ଭୁବନେଶ୍ୱର: ଓଡ଼ିଶା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ (କେ.ଭି ଜୀ”)ଙ୍କୁ ଏବେ ନୂଆ ଲୁକରେ ଦେଖିବାକୁ ମିଳୁଛି।କେ.ଭି ଜୀ” ଏବେ ଦାଢ଼ି ଛାଡ଼ିଛନ୍ତି।ଏପରି ଲୁକରେ ତାଙ୍କୁ ସେପରି ପୂର୍ବରୁ କେବେ ଦେଖା ଯାଇନଥିଲା।ଦାଢ଼ି ରଖୁନଥିବା ବେଳେ କେ.ଭି ଜୀ” ଯେପରି ସେ ସ୍ମାର୍ଟ ଲାଗୁଥିଲେ, ଏବେ ଦାଢ଼ି ରଖି ମଧ୍ୟ ଏକ ଅଲଗା ଲୁକରେ ସେହିପରି ସ୍ମାର୍ଟ ଲାଗୁଛନ୍ତି।କେହି କେହି ଏହା ତାଙ୍କର ଏକ ଅଲଗା ପ୍ରକାର ଫ୍ୟାସନ୍ ବୋଲି କହୁଛନ୍ତି।କନକ ବର୍ଦ୍ଧନଙ୍କୁ ରାଜ୍ୟ ବିଜେପିରେ ସର୍ଟକର୍ଟରେ କେ.ଭି ଏବଂ ସମ୍ମାନରେ ଜୀ” ଲଗାଇ କେ.ଭି ଜୀ” କୁହାଯାଏ।ତେବେ ଯାହା ଜଣାପଡ଼ିଛି, ୨୦୧୯ ନିର୍ବାଚନରେ ପରାଜୟ ହେବା ସହ ତାଙ୍କର ଦାଢ଼ି ଛାଡ଼ିବାର କୌଣସି ସଂପର୍କ ନାହିଁ।ତେବେ ସେ କାହିଁକି ଦାଢ଼ି ଛାଡ଼ିଛନ୍ତି, ସେ ବାବଦରେ କିଛି ଜଣା ପଡ଼ିନାହିଁ।କେତେଜଣ କହୁଛନ୍ତି, ତାଙ୍କର କିଛି ମାନସିକ ପାଇଁ ସେ ଏପରି ଦାଢ଼ି ଛାଡ଼ିଛନ୍ତି।ତେବେ,ସେ ମାନସିକ କ’ଣ ତାହା ଜଣାପଡ଼ି ନାହିଁ।ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଯିବା ନେଇ କନକ ବର୍ଦ୍ଧନ ସେତଟା ସନ୍ତୁଷ୍ଟ ନଥିବା ମଧ୍ୟ କୁହାଯାଉଛି।

କନକ ବର୍ଦ୍ଧନ ସିଂହଦେଓ ପାଟଣାଗଡ଼ର ରାଜା।୧୯୯୫ ମସିହାରୁ ସେ ୨୦୧୯ ଯାଏଁ ସେ କ୍ରମାଗତ ୫ଥର ବିଧାୟକ ହୋଇ ପାରିଛନ୍ତି।କିନ୍ତୁ ଏବେ ୨୦୧୯ ନିର୍ବାଚନ ସେ ହାରି ଯାଇଛନ୍ତି।ସେ ନବୀନ ପଟ୍ଟନାୟକ ସରକାରରେ ବିଜେପି, ବିଜେଡି ମେଣ୍ଟ ସମୟରେ (୨୦୦୦ ରୁ ୨୦୦୪)ଏବଂ (୨୦୦୪ ରୁ ୨୦୦୯) କ୍ୟାବିନେଟ ମନ୍ତ୍ରୀ ରହି ସାରିଛନ୍ତି।ବିଜେପି ରାଜ୍ୟ ସଭାପତି ଦାୟିତ୍ୱରେ ମଧ୍ୟ ରହି ସାରିଛନ୍ତି।ଏହା ପୂର୍ବରୁ ସେ ବିଜେପି ବିଧାୟକ ଦଳ ନେତା ଥିଲେ।୧୪, ଜୁଲାଇ ୧୯୫୬ ମସିହାରେ କନକ ବର୍ଦ୍ଧନଙ୍କର ଜନ୍ମ।ତାଙ୍କ ପତ୍ନୀ ସଙ୍ଗୀତା କୁମାରୀ ସିଂହଦେଓ ଏବେ ସାଂସଦ ଅଛନ୍ତି।ଏବେ ଆଗକୁ ବିଜେପିର ଯେଉଁ ସାଙ୍ଗଠନିକ ପରିବର୍ତ୍ତନ ହେବ, ସେଥିରେ ସଭାପତି ଭାବରେ କନକ ବର୍ଦ୍ଧନ ସିଂହଦେଓଙ୍କ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.