Home ଓଡ଼ିଶା ମଧ୍ୟପ୍ରଦେଶ ରାଜନୈତିକ ସଙ୍କଟ : ଫ୍ଲୋର ଟେଷ୍ଟ ପୂର୍ବରୁ କମଲନାଥ ଦେଲେ ଇସ୍ତଫା

ମଧ୍ୟପ୍ରଦେଶ ରାଜନୈତିକ ସଙ୍କଟ : ଫ୍ଲୋର ଟେଷ୍ଟ ପୂର୍ବରୁ କମଲନାଥ ଦେଲେ ଇସ୍ତଫା

339

ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ରାଜନୈତିକ ଶଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ କମଲନାଥ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୨୨ ବିଦ୍ରୋହୀ ବିଧାୟକ ଇସ୍ତପାପତ୍ର ପ୍ରଦାନ କରିବା ପରେ କମଲନାଥ ସରକାର ସଂଖ୍ୟାଲଘୁ ହୋଇଥିଲେ। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୀଗବିଜୟ ସିଂ ମଧ୍ୟ ପରାଜୟ ସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ।

ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ ଫ୍ଲୋର ଟେଷ୍ଟର ସମୟସୀମା ପୂର୍ବରୁ ଭୋପାଳରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା କମଲନାଥ ଶୁକ୍ରବାରଦିନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ତାଙ୍କ ବିଧାୟକମାନେ ବେଙ୍ଗାଲୁରୁରେ ବନ୍ଧକ ରହିଛନ୍ତି।

ସତ୍ୟ ପ୍ରକାଶ ପାଇବା ପରେ ଲୋକମାନେ ସେମାନଙ୍କୁ କ୍ଷମା କରିବେ ନାହିଁ ବୋଲି କମଲ ନାଥ କହିଛନ୍ତି।

ସୂଚନାଯୋଗ୍ୟଯେ, ବର୍ତ୍ତମାନର ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବାପରେ ତାଙ୍କର ସମର୍ଥକ ଛଅ ଜଣ ମନ୍ତ୍ରୀଙ୍କ ସମେତ ୨୨ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଫେରାଇ ଆଣିବା ଉଦ୍ୟମରେ କମଲନାଥ ବିଫଳ ହୋଇଥିଲେ।

ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସରେ ୧୮ ବର୍ଷ ରହିବା ପରେ ବିଜେପିରେ ଯୋଗଦେଇଥିଲେ ଏହା ପରେ ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.