Home Coronavirus Outbreak କରୋନା ଭୟରେ ସାରା ବଲିଉଡ୍: ଗଙ୍ଗା ଆରତୀରେ ସାରା!

କରୋନା ଭୟରେ ସାରା ବଲିଉଡ୍: ଗଙ୍ଗା ଆରତୀରେ ସାରା!

291

ନୂଆଦିଲ୍ଲୀ: କରୋନା ଭାଇରସ୍ ଆତଙ୍କରେ ସାରା ବିଶ୍ଵ ଆତଙ୍କିତ।ଆତଙ୍କିତ ସାରା ଦେଶ। କରୋନା ଭୟରେ ମଧ୍ୟ ସାରା ବଲିଉଡ୍। ବଲିଉଡ୍ ଜଗତର ଅନେକ ଷ୍ଟାର୍ ନିଜକୁ ଘର ଭିତରେ ବନ୍ଦ କରି ରଖିଛନ୍ତି। ସୁଟିଂ ବନ୍ଦ। କେହି ପ୍ରାୟ ଆଉ ବାହାରେ ଦେଖିବାକୁ ମିଳୁନାହାଁନ୍ତି। ଅନେକ ନିଜର ଡ୍ରାଇଭର, ମେକଅପ୍ ମ୍ୟାନ୍ ଆଦିଙ୍କୁ ଛୁଟିରେ ପଠାଇ ଦେଇଛନ୍ତି। ନିଜକୁ କାହା ସଂସ୍ପର୍ଷରେ ଆଣିବାକୁ ଚାହୁଁନାହାଁନ୍ତି ଏହି ବଲିଉଡ୍ ଷ୍ଟାର। କିନ୍ତୁ ସୈଫ୍ ଅଲ୍ଲୀ ଖାନ୍ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନଙ୍କୁ ଏମାନଙ୍କ ମଧ୍ୟରୁ ଅଲଗା ରୂପରେ ଦେଖିବାକୁ ମିଳିଛି। ନିଜ ମା ଅମୃତାଙ୍କ ସହ ସାରା କରିଛନ୍ତି ଗଙ୍ଗା ଆରତୀ।ସାରା ଅଲି ଖାନ ତାଙ୍କ ମା ଅମୃତା ସିଂଙ୍କ ସହ ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଯେଉଁଠାରେ ତାଙ୍କୁ ଗଙ୍ଗା ଆରତୀ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ଏହା ସହିତ ମନ୍ଦିର ନିକଟସ୍ଥ ବଜାର ଗଳିରେ ବୁଲି ମାର୍କେଟିଂ କରୁଥିବାର ଭିଡିଓ ମଧ୍ୟ ସାରା ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ତେବେ, ଏହାକୁ ନେଇ ବିବାଦ ଉପୁଜିଛି। ସାରାଙ୍କ ଗସ୍ତ ପରେ କାଶୀ ବିକାଶ ସମିତି ଆପତ୍ତି ଉଠାଇ କହିଛନ୍ତି ଯେ ସେ ଜଣେ ‘ଅଣ-ହିନ୍ଦୁ’ ହୋଇଥିବାରୁ ତାଙ୍କ ଗସ୍ତକୁ ସେମାନେ ଅନୁମୋଦନ କରିନାହାଁନ୍ତି। ସାରା ଅଲି ଖାନଙ୍କ କାଶୀ ବିଶ୍ୱନାଥ ମନ୍ଦିର ଗସ୍ତ ‘ପରମ୍ପରା ତଥା ପ୍ରତିଷ୍ଠିତ ଆଦର୍ଶର ବିରୁଧ। କିଛି ମୁସଲିମ ଧର୍ମଗୁରୁ ମଧ୍ୟ ଏହା ଇସଲାମ ବିରୋଧି କହି ବିରୋଧ କରିଛନ୍ତି। ସେହିପରି କରୋନା ଭାଇରସ୍ ପାଇଁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଥିବା ବେଳେ ସାରା ଏପରି ସର୍ବସାଧାରଣ ସ୍ଥାନରେ ବୁଲିବାକୁ ନେଇ ଅନେକ ସମାଲୋଚନା କରିଥିବା ବେଳେ ସାରାଙ୍କ ହିନ୍ଦୁ ଧର୍ମ ପ୍ରତି ଶ୍ରଦ୍ଧା ପାଇଁ ଅନେକ ସ୍ୱାଗତ କରି ମନ୍ତବ୍ୟ ମଧ୍ୟ ଦେଉଛନ୍ତି। /-ଦେବଦତ୍ତ ରଥ

https://twitter.com/odiapuanews/status/1240910836681465857

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.