Home Top News ଘୋର୍ ବିଶୃଙ୍ଖଳା: କଭି ହାଁ କଭି ନାଁ, କର୍ମୀ ଏଠି ଭାଁ ଭାଁ ..

ଘୋର୍ ବିଶୃଙ୍ଖଳା: କଭି ହାଁ କଭି ନାଁ, କର୍ମୀ ଏଠି ଭାଁ ଭାଁ ..

58

ଭୁବନେଶ୍ୱର: ଏମିତିରେ ଓଡ଼ିଶା ବିଜେପି ଏବେ ଘୋର ବିଶୃଙ୍ଖଳା ଦେଇ ଗତି କରୁଛି। ରାଜ୍ୟ ଠାରୁ ଆରମ୍ଭ କରି ଜିଲ୍ଲା, ବିଧାନସଭା କ୍ଷେତ୍ର, ମଣ୍ଡଳ ତଥା ବୁଥ୍ ସ୍ତର ଯାଏଁ ଚାଲିଛି ଚରମ ବିଶୃଙ୍ଖଳା ତଥା ଘୋର୍ ଗୋଷ୍ଠୀ କନ୍ଦଳ। ଖୋର୍ଦ୍ଧା ଜିଲ୍ଲାରେ ତଥା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ମଧ୍ୟ ତା’ର ପ୍ରଭାବ ଦେଖିବାକୁ ମିଳୁଛି। ଏମିତିରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ କେହି ଜଣେ ପାର୍ଥି ସ୍ଥିର ରହୁ ନାହାଁନ୍ତି। ପ୍ରତ୍ୟେକ ଥର ବଦଳୁଛନ୍ତି ଏବଂ ବଡ଼କଥା ହେଲା କ୍ରମାଗତ ଭାବରେ ଆମଦାନୀ ନେତା ଟିକେଟ୍ ପାଉଛନ୍ତି। କେବେ କଂଗ୍ରେସରୁ ତ’ ପର ଥର ବିଜେଡିରୁ ବା କେତେବେଳେ କାହାକୁ କୁଆଡୁ ଆଣି ଟିକେଟ୍ ଦେଇ ଦେଉଛନ୍ତି। ତେଣୁ ଏଠି ସଙ୍ଗଠନ ସ୍ଥିର ନାହିଁ। ବାସ୍ତବ ତଥା ମୂଳ ସଙ୍ଗଠନ ବିଚାରଧାରା କର୍ମୀ ଅଣଦେଖା ହୋଇ ଆସୁଛନ୍ତି। ଯିଏ ଯେତେବେଳେ ଆସିଲା ସେ ତା’ର ନିଜ ଗୋଷ୍ଠୀକୁ ଧରି ଚାଲିଲା। ଏ’ ଭିତରେ ବିଜେପି ଜଣେ ସାଂସଦ ପାଇଯାଇଛି। ତେବେ, ଭୁବନେଶ୍ୱର ସାଂସଦ ଯେତେବେଳେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସୁଛନ୍ତି, କେତେବେଳେ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ରହୁଛନ୍ତି ତ’ କେତେବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗତ ନିର୍ବାଚନର ପାର୍ଥି କାଳୁ ଚରଣ ଖଣ୍ଡାୟତରାୟ ରହୁଛନ୍ତି। କେତେବେଳେ ଇଏ ରହିଲେ ସିଏ ନୁହଁ, ତ’ କେବେ ଇଏ ରହିଲେ ସିଏ ନୁହଁ। ଯଦି ବା ଉଭୟ ରହିଲେ, ଯିଏ ଯାହାର କର୍ମୀଙ୍କୁ ଡାକୁଛନ୍ତି। କିଏ କେତେବେଳେ କାହାକୁ ବିରୋଧ କରୁଛି ପୁଣି ମିଶି ଯାଉଛି। ଏମାନଙ୍କ ସହିତ ଆଉ ପୁଞ୍ଜାଏ ଦ୍ଵିତୀୟ ଏବଂ ତୃତୀୟ ପିଢ଼ିର ନେତାନେତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ପୁଣି ଭିନ୍ନ ଗୋଷ୍ଠୀ। କୌଣସି କାର୍ଯ୍ୟକ୍ରମ ହେଲେ ମୂଳ ବିଚାରଧାରା ବାସ୍ତବ ବିଜେପି କର୍ମୀଟିଏ କ’ଣ ବା କରିବ କିଏ ଡାକୁ ବା, ନ’ଡାକୁ ବିଚାରା ଉପରେ ପଡ଼ି ଯାଉଛି। ବେଳେବେଳେ ବେଇଜତ୍ ବି ହେଉଛି। ବେଳେବେଳେ କବାଟ କିଳି ରହୁଛି।ଏବେ, ନିକଟରେ ଗତ ଫେବୃଆରୀ ୫ ତାରିଖରେ ଟାଙ୍ଗୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚରମ ଗୋଷ୍ଠୀ ବିବାଦ ଦେଖିବାକୁ ମିଳିଥିଲା। ନିଜ କାର୍ଯ୍ୟକ୍ରମରେ ନିଜେ ଅପଦସ୍ତ ହୋଇଥିଲେ ଅପରାଜିତା। ବନ୍ଧୁ ମିଳନ ଉତ୍ସବ ମଞ୍ଚରୁ ହଟାଇ ଦିଆଯାଇଥିଲା ଅପରାଜିତାଙ୍କ ବ୍ୟାନର୍। ବ୍ୟାନର୍ ହଟାଯିବା ପରେ ଯାଇ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ବଡ଼ କଥା ହେଲା, ଅପରାଜିତା ଷଡ଼ଙ୍ଗୀଙ୍କ ଯୋଜନା ଅନୁଯାୟୀ ଜିଲ୍ଲା ସଭାପତି ତଥା ଟାଙ୍ଗି ବ୍ଲକ୍ ସାଂସଦଙ୍କ ପ୍ରତିନିଧିଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ମଞ୍ଚ ଉପର ପ୍ରଚ୍ଚଦ ପଟେ ଲଗାଯାଇଥିବା ବ୍ୟାନରରେ ରହିଥିଲା ସାଂସଦ ଅପରାଜିତାଙ୍କ ବ୍ୟତୀତ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ ସାଂସଦଙ୍କ ପ୍ରତିନିଧି ହେମନ୍ତ କୁମାର ବେହେରାଙ୍କ ଫଟୋ। କିନ୍ତୁ, ନଥିଲା କାଳୁଚରଣ ଖଣ୍ଡୟତରାୟଙ୍କ ଫଟୋ। ଏହାକୁ ନେଇ ତୀବ୍ର ବିରୋଧ କରିଥିଲେ କାଳୁ ଖଣ୍ଡୟତରାୟଙ୍କ ସମର୍ଥକ। ଘଟଣା ସ୍ଥଳରେ ହୋଇଥିଲା ପ୍ରବଳ ପାଟିତୁଣ୍ଡ। ଖବର ଅନୁଯାୟୀ ଘଟଣା ଉପରେ ହସ୍ତକ୍ଷେପ କରି ସାଂସଦ ଜିଲ୍ଲା ସଭାପତିଙ୍କୁ କହି ବ୍ୟାନର୍ ହଟାଇବା ପରେ ଯାଇ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ ଏବଂ ଆସି ପହଞ୍ଚିଥିଲେ ଅପରାଜିତା ଷଡ଼ଙ୍ଗୀ। ମଞ୍ଚ ଉପରୁ ସମବେତ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ସଙ୍ଗଠନ ଭିତରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି କହି କଡ଼ା ଚେତାବନୀ କାଳୁ ଖଣ୍ଡୟତରାୟ। କିନ୍ତୁ, ବାସ୍ତବରେ ଦେଖିଲେ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଥିଲା ଖୁବ୍ ଶୃଙ୍ଖଳା। ବରଂ ବିଶୃଙ୍ଖଳା ସୃଷ୍ଟିକାରୀ ଥିଲେ ନିଜେ ଏମାନଙ୍କ ଭିତରୁ କିଏ। ସେ ଯାହା ହେଉ ଏବେ, ଖୋର୍ଦ୍ଧା ନିର୍ବାଚନ ମଣ୍ଡଳ ଦକ୍ଷିଣ ମଣ୍ଡଳ ନିଜିଗଡ଼ ତାପଙ୍ଗ ଗ୍ରାମରେ ପୁଣି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁ ମିଳନ ଉତ୍ସବ କାର୍ଯ୍ୟକ୍ରମରେ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଏବଂ କାଳୁଚରଣ ଖଣ୍ଡାୟତ ରାୟ ଉପସ୍ଥିତ ଥିଲେ। ବ୍ୟାନର୍ ଲାଗିଥିଲା ଅପରାଜିତାଙ୍କ ସମେତ ରଶ୍ମୀ, କାଳୁଙ୍କ ଫଟୋ ବି ରହିଥିଲା। ଦେଖାଯାଉ ଆଗକୁ କ’ଣ ହେଉଛି। କିନ୍ତୁ, ଏମାନଙ୍କ ଏପରି ଆଚରଣକୁ ଦେଖି ଏମାନେ ତ’ ନିଜେ ଠିକ୍ ନାହାଁନ୍ତି, ଆମକୁ କଣ ଭୋଟ୍ ମାଗିବେ ବୋଲି ଜବାବ୍ ମାଗୁଛି ଜନତା!!
/Dev@Dr

ପିସି ବିରୋଧରେ ଏକ ହେବା, ହକ୍ ନେବା ବୋଲି କହିବା; ପିସି ପ୍ରତିନିଧିଙ୍କୁ ଧରି ବୁଲିବା!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.