Home Top News CBSEର ବିଦ୍ୟାଳୟକୁ ଚିଠି: ୨୨ ଶେଷ ତାରିଖ, ଏହି ଦିନ ବାହାରିବ ଦଶମ ଦ୍ୱାଦଶ ଶ୍ରେଣୀ...

CBSEର ବିଦ୍ୟାଳୟକୁ ଚିଠି: ୨୨ ଶେଷ ତାରିଖ, ଏହି ଦିନ ବାହାରିବ ଦଶମ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

71

ନୂଆ ଦିଲ୍ଲୀ ୨୦ ଜୁଲାଇ (ଓଡ଼ିଆ ପୁଅ) ସିବିଏସ୍ଇ ବୋର୍ଡର ଦ୍ୱାଦଶ ଫଳାଫଳ ସମ୍ପର୍କରେ ବୋର୍ଡ ଏକ ପତ୍ର ବିଭିନ୍ନ ସ୍କୁଲଗୁଡ଼ିକୁ ପଠାଇଛି। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରସ୍ତୁତି ସଂପର୍କରେ ବୋର୍ଡ ଦ୍ୱାରା ସଂପୃକ୍ତ ବିଦ୍ୟାଳୟଗୁଡ଼ିକୁ ବୋର୍ଡ ଦ୍ୱାରା ଏକ ଚିଠି ପଠାଯାଇଛି। ଚିଠିରେ କୁହାଯାଇଛି ଯେ, ଜୁଲାଇ ୨୧ ରେ ସମଗ୍ର ଦେଶରେ ଇଦ୍ ପାଳନ କରାଯାଉଛି। ଏଭଳି ପରିସ୍ଥିତିରେ ସିବିଏସ୍ଇ ସହ ଜଡିତ ବିଦ୍ୟାଳୟଗୁଡ଼ିକ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହା ସହିତ ବୋର୍ଡ ଜୁଲାଇ ୨୨ ତାରିଖରେ ଦ୍ୱାଦଶ ଶ୍ରେଣୀ ଫଳାଫଳ ଚୂଡ଼ାନ୍ତ କରିବାକୁ ଶେଷ ତାରିଖ ଭାବରେ ଘୋଷଣା କରିଛି।

ବୋର୍ଡ କହିଛି ଯେ, ବକ୍ରି ଇଦ୍‌ ଦିନ ସମସ୍ତ ସ୍କୁଲ, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ପରୀକ୍ଷା ବିଭାଗ ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହା ବ୍ୟତୀତ ବୋର୍ଡ କହିଛି ଯେ ଇ-ମେଲ ଏବଂ ହ୍ୱାଟସ୍ ଆପ୍ ମାଧ୍ୟମରେ ଅନେକ ବିଦ୍ୟାଳୟରୁ ପ୍ରଶ୍ନ ଏବଂ ଅନୁରୋଧ ଗ୍ରହଣ କରାଯାଇଛି। ଏଥିପାଇଁ ଆସନ୍ତାକାଲି ୧୨ ଟା ସୁଦ୍ଧା ବୋର୍ଡ ଦ୍ୱାରା FAQ ପ୍ରସ୍ତୁତ ହେବ। ତେବେ ୨୨ ତାରିଖ ପରେ ୩୧ ତାରିଖ ପୂର୍ବରୁ ବୋର୍ଡ଼ କେବେବି ପରୀକ୍ଷା ଫଳ ପ୍ରକାଶ କରିପାରେ।

ଛାତ୍ରମାନେ ଅଫିସିଆଲ୍ ୱେବସାଇଟ୍, UMANG ଆପ୍, ଡିଜି ଲକରରେ ଫଳାଫଳ ପାଇପାରିବେ। ଏହା ଛଡ଼ା SMS ତଥା ଡିଜିଲୋକର୍ ଆପ୍ ମାଧ୍ୟମରେ CBSE ବୋର୍ଡ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଫଳାଫଳ ଯାଞ୍ଚ କରିପାରିବେ। ଡିଜିଲୋକର୍ ଆପ୍ ମାଧ୍ୟମରେ ଫଳାଫଳ ଦେଖିବା ପାଇଁ ଆପଣଙ୍କୁ ନିଜକୁ ପଞ୍ଜିକରଣ କରିବାକୁ ପଡିବ। ଫଳାଫଳ ପ୍ରକାଶ ପାଇବା ମାତ୍ରେ ରେଜିଷ୍ଟରକରିଥିବା ପରୀକ୍ଷାର୍ଥୀଙ୍କୁ ସୂଚନା ଦିଆଯିବ। ଫଳାଫଳ ଦେଖିବା ପାଇଁ ଆପଣ କିପରି ଏକ ଡିଜିଲୋକର୍ ଆକାଉଣ୍ଟ୍ କ୍ରିଏଟ୍ କରିବେ ତାହା ଜାଣନ୍ତୁ।

ଏହି ପରି ଡିଜିଲୋକର୍ ଆକାଉଣ୍ଟ୍ କ୍ରିଏଟ୍ କରନ୍ତୁ।

ଷ୍ଟେପ୍୧: ସର୍ବପ୍ରଥମେ https://accounts.digitallocker.gov.in/ ଲିଙ୍କକୁ ଯାଆନ୍ତୁ।

ଷ୍ଟେପ୍ ୨: ଆପଣଙ୍କର ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ।

ଷ୍ଟେପ୍ ୩: ଏହା ପରେ, ଏକ ଛଅ ଅଙ୍କ ବିଶିଷ୍ଟ ସୁରକ୍ଷା ପିନ ସେଟ୍ କରନ୍ତୁ।

ଷ୍ଟେପ୍ ୪: ଆପଣଙ୍କର ଇମେଲ୍ ID ପ୍ରବେଶ କରନ୍ତୁ

ଷ୍ଟେପ୍ ୫: ଏହା ପରେ ଆପଣଙ୍କୁ ଆଧାର ନମ୍ବର ପ୍ରବେଶ କରିବାକୁ ପଡିବ।

ଷ୍ଟେପ୍ ୬: ଦାଖଲ ଉପରେ କ୍ଲିକ୍ କରନ୍ତୁ ଏବଂ ଏକ ଉପଯୋଗକର୍ତ୍ତା ନାମ ସୃଷ୍ଟି କରନ୍ତୁ।

ପୁନଶ୍ଚ ସୂଚନା ଯୋଗ୍ୟଯେ, ଛାତ୍ରଛାତ୍ରୀମାନେ CBSE ପରୀକ୍ଷା ରେଡଲ୍ଟ ପାଇଁ cbse.nic.in ଏବଂ cbseresults.nic.in ର ଅଫିସିଆଲ୍ ୱେବସାଇଟ୍ କୁ ଲଗଇନ୍‌ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.