Home ଜିଲ୍ଲା ପରିକ୍ରମା ଭଦ୍ରକ : ପୁଣି ୧୭୫ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭଦ୍ରକ : ପୁଣି ୧୭୫ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

12

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୁଣିଥରେ ଏହି ଜିଲାର ତିହିଡି ଅଂଚଳରୁ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୭୫ ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣେ ବାଇକ୍ ଚାଳକକୁ ଗିରଫ କରାଯାଇଛି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଥାନାଧିକାରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ଏସ୍‌ଆଇ ସୌମ୍ୟରଂଜନ ସିଂ ଭୋଇ, କନେଷ୍ଟବଳ କିଶୋର ଚନ୍ଦ୍ର ରାଉତ, ପୂର୍ଣ୍ଣଜିତ୍ ମହାପାତ୍ର, ସଂଜିତ୍ କୁମାର ମୁଣ୍ଡା, ଜଗନ୍ନାଥ ନାୟକ ପ୍ରମୁଖ ଏକ ସ୍ୱତନ୍ତ୍ର ଟିମ୍ କୌଣସି ସୂତ୍ରରୁ ଖବର ପାଇ ତିହିଡି ଥାନା ଅଧୀନସ୍ଥ ଗୁଆମାଳ ଶିବ ମନ୍ଦିର ପାଖ ରାସ୍ତା ନିକଟରୁ ସ୍ଥାନୀୟ ଭୂୟାଁଉଆସ ନିବାସୀ ତପନ କୁମାର ବେହେରା ନାମକ ଜଣେ ବାଇକ୍ ଚାଳକ ଉପରେ ଚଢାଉ କରିଥିଲେ । ଏବଂ ତା ନିକଟରୁ ୧୭୫ ଗ୍ରାମ ବ୍ରାଉନସୁଗାର, ଯାହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ଜବତ ହୋଇଛି । ଏହି ଘଟଣାରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତପନକୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.