Home Top News ଆଜି ଜୋ ବିଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ

ଆଜି ଜୋ ବିଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ

61

ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ଜୋ ବିଡେନ-କମଲା ହାରିସ ଆଜି ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନ ଏବଂ ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ ଆଜି ଆମେରିକାର କ୍ୟାପିଟାଲରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହ ଭାରତୀୟ ସମୟ ରାତି ୧୦.୩୦ ରେ ଜାତୀୟ ସଂଗୀତ ସହିତ ଆରମ୍ଭ ହେବ। ସୁପ୍ରିମକୋର୍ଟର ବିଚାରପତି ସୋନିଆ ସୋଟୋମାରେ କମଲା ହାରିସଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇବେ ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜନ୍ ରୋବର୍ଟସ୍ ଜୋ ବିଡେନ୍ ଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। ସୂଚନାଯୋଗ୍ୟଯେ, ଯେ ଜୋ ବିଡେନ ହେବାକୁ ଯାଉଛନ୍ତି ଆମେରିକାର ୪୬ ତମ ରାଷ୍ଟ୍ରପତି।

ଶପଥ ଗ୍ରହଣ ସମାରୋହ ପୂର୍ବରୁ ୱାଶିଂଟନ୍ ଡିସିରେ କଠୋର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ୱାଶିଂଟନରେ ୨୫, ୦୦୦ ଆମେରିକୀୟ ସୈନିକ ନିୟୋଜିତ ହୋଇଛନ୍ତି। ଜୋ ବିଡେନ ଏବଂ କମଲା ହାରିସ କ୍ୟାପିଟାଲ ହିଲ ସମ୍ମୁଖରେ ଶପଥ ଗ୍ରହଣ କରିବେ। ପୁନଶ୍ଚ ସୂଚନାଯୋଗ୍ୟଯେ, ଜାନୁଆରୀ ୬ ରେ ଟ୍ରମ୍ପଙ୍କ ସମର୍ଥକମାନେ ହିଂସାତ୍ମକ ଭାବେ ବିରୋଧ କରି କ୍ୟାପିଟାଲ ବିଲଡିଂରେ ପ୍ରବେଶ କରିଥିଲେ। ତେଣୁ ଏବେ ୱାଶିଂଟନ୍ ଏକ ଦୁର୍ଗରେ ପରିଣତ ହୋଇଛି।

ଶପଥ ଗ୍ରହଣ ସମାରୋହ କେଉଁଥିରେ ଦେଖିବେ?

ଆମେରିକାର ABC, CBS, CNN, NBC ଇତ୍ୟାଦି ପ୍ରମୁଖ ଟିଭି ନ୍ୟୁଜ୍ ନେଟୱାର୍କ ଦ୍ୱାରା ଏହି ଶପଥ ଗ୍ରହଣ ସମାରୋହ ସିଧା ପ୍ରସାରଣ ହେବ।

ଏହା ବ୍ୟତୀତ bideninaugural.org/watch/ ରେ ମଧ୍ୟ ସିଧା ପ୍ରସାରଣ ହେବ।

ଶପଥ ଗ୍ରହଣ ସମାରୋହରେ ପ୍ରସିଦ୍ଧ ଗାୟକ ଜେନିଫର ଲୋପେଜ ପର୍ଫର୍ମ କରିବେ, ଲେଡି ଗାଗା ଜାତୀୟ ସଙ୍ଗୀତ ଗାନ କରିବେ।

ଇମିଗ୍ରେସନ ୱେବସାଇଟ୍ ଅନୁଯାୟୀ, ବିଡେନ ଶପଥ ଗ୍ରହଣ ପରେ ଆମେରିକାର ଲୋକଙ୍କୁ ସମ୍ବୋଧିତ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.