Home Top News ଜୁଲାଇ ୩ ରେ ହେବ JEE ଆଡଭାନ୍ସଡ ପରୀକ୍ଷା – ଶିକ୍ଷା ମନ୍ତ୍ରୀ ନିଶଙ୍କ ଘୋଷଣା

ଜୁଲାଇ ୩ ରେ ହେବ JEE ଆଡଭାନ୍ସଡ ପରୀକ୍ଷା – ଶିକ୍ଷା ମନ୍ତ୍ରୀ ନିଶଙ୍କ ଘୋଷଣା

46

ନୂଆଦିଲ୍ଲୀ ୦୭ ଜାନୁଆରୀ (ଓଡିଆ ପୁଅ) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ ୩ ଜୁଲାଇ ୨୦୨୧ ରେ JEE ଆଡଭାନ୍ସଡ ପରୀକ୍ଷା ୨୦୨୧ ଅନୁଷ୍ଠିତ ହେବ। ଆଇଆଇଟିରେ ଆଡମିଶନ ପାଇଁ ବାଧ୍ୟତାମୂଳକ ୭୫% ମାର୍କର ସର୍ତ୍ତ ମଧ୍ୟ ହଟାଇ ଦିଆଯାଇଛି। ଚଳିତ ବର୍ଷ ଏହି ପରୀକ୍ଷା ଆଇଆଇଟି ଖଡ଼ଗପୁର ଦ୍ୱାରା କରାଯିବ।

ଦେଶର ସମ୍ମାନଜନକ ୨୩ଟି ଆଇଆଇଟିରେ କେବଳ JEE ଆଡଭାନ୍ସ ପରୀକ୍ଷା ମାଧ୍ୟମରେ ଏଣ୍ଟ୍ରି ଉପଲବ୍ଧ ହୋଇଥାଏ। କେବଳ ଛାତ୍ରମାନେ ଯେଉଁମାନେ JEE ମେନ୍ ରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନେ JEE ଆଡଭାନ୍ସ ଦେବାର ସୁଯୋଗ ପାଆନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.