Home ଓଡ଼ିଶା ବାଣୀ ପାଲିତଙ୍କ ବିୟୋଗରେ ଉତ୍କଳ ମହିଳା ସମିତିର ଶୋକ

ବାଣୀ ପାଲିତଙ୍କ ବିୟୋଗରେ ଉତ୍କଳ ମହିଳା ସମିତିର ଶୋକ

39

ଭୁବନେଶ୍ୱର, ୭/୦୧– (ଓଡ଼ିଆ ପୁଅ) ଓଡ଼ିଶାର ବିଶିଷ୍ଟ ତଥା ବର୍ଷୀୟାନ ନାରୀନେତ୍ରୀ ବାଣୀ ପାଲିତଙ୍କ ବିୟୋଗରେ ଉତ୍କଳ ମହିଳା ସମିତି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

ଉତ୍କଳ ମହିଳା ସମିତିର ଉପଦେଷ୍ଟା ବନଲତା ଜେନା, ସଭାନେତ୍ରୀ ପ୍ରମୋଦିନୀ ପାଇକରାୟ ଓ ସାଧାରଣ ସମ୍ପାଦିକା ପ୍ରଭାବତୀ ଦାସ ଏକ ଶୋକବାର୍ତ୍ତାରେ କହିଛନ୍ତି– ୧୯୭୦ ମସିହାରେ ଭାରତୀୟ ଜାତୀୟ ମହିଳା ଫେଡ଼େରେସନର ଓଡ଼ିଶା ଶାଖାରୁ ‘ଉତ୍କଳ ମହିଳା ସମିତି’ ଗଠିତ ହେବା ପରେ ୧୯୭୪ ମସିହାରେ ଶ୍ରୀମତୀ ବାଣୀ ପାଲିତ ଏଥିରେ ଯୋଗ ଦେବା ସହିତ ୧୯୮୦ରୁ ୨୦୧୦ ପର୍ଯ୍ୟନ୍ତ ଏହି ସଙ୍ଗଠନର ନେତୃମଣ୍ଡଳୀର ସଦସ୍ୟା ରହିବା ସଙ୍ଗେ ସଙ୍ଗେ ମୃତ୍ୟୁ ପର୍ଯ୍ୟନ୍ତ ଭାରତୀୟ ଜାତୀୟ ମହିଳା ଫେଡ଼େରେସନର ସଦସ୍ୟ ରହିଥିଲେ। ସେ ଡାକ୍ତର ନିରୂପମା ରଥ ଓ ନିରଜପ୍ରଭା ପଟ୍ଟନାୟକଙ୍କ ସହଯୋଗୀ ଭାବେ ୧୯୭୦ ଓ ୮୦ ଦଶକରେ ନିରକ୍ଷରତା ଦୂରୀକରଣ ଅଭିଯାନର ନେତୃତ୍ୱ ନେବା ସହିତ ୧୯୯୯ର ମହାବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ପ୍ରଗତିଶୀଳ ସମାଜସେବିକାଙ୍କୁ ହରାଇଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.