Home ଓଡ଼ିଶା ୬୭ ବର୍ଷର ବରକୁ ୩୦ ବର୍ଷର କନ୍ୟା: ଅନୁପ ଜଲୋଟା ଏବଂ ଜସଲିନ୍ ମଥାରୁଙ୍କ ବିବାହ...

୬୭ ବର୍ଷର ବରକୁ ୩୦ ବର୍ଷର କନ୍ୟା: ଅନୁପ ଜଲୋଟା ଏବଂ ଜସଲିନ୍ ମଥାରୁଙ୍କ ବିବାହ ଫଟୋ ଭାଇରାଲ ..

252

ନୂଆଦିଲ୍ଲୀ: ‘ବିଗ୍ ବସ୍ ସିଜିନ୍- ୧୨ ପ୍ରତିଯୋଗୀ ଭଜନ ସମ୍ରାଟ ଅନୁପ ଜାଲୋଟା ଏବଂ ଜସଲିନ୍ ମଥାରୁଙ୍କ ଯୋଡ଼ି ଖୁବ୍ ଚର୍ଚ୍ଚିତ ହୋଇଥିଲା ଏବଂ ଖୁବ୍ ଟିଆରପି ମଧ୍ୟ ହାସଲ କରିଥିଲା। ଶୋ’ରେ ଉଭୟଙ୍କ ପ୍ରେମ କାହାଣୀ ଥିବା ଖବରକୁ ନେଇ ବହୁତ ଚର୍ଚ୍ଚା ଆଲୋଚନା ହୋଇଥିଲା। ଏବେ ଏହି ଯୋଡ଼ି ଏପରି କିଛି କରିଛନ୍ତି, ଯାହାକୁ ନେଇ ଉଭୟ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ୬୭ ବର୍ଷ ବୟସ୍କ ଅନୁପ ଜାଲୋଟା ଏବଂ ୩୦ ବର୍ଷ ବୟସ୍କ ଜସଲିନ୍ ମଥାରୁଙ୍କ ବିବାହର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଫଟୋ ନିଜେ ଜସଲିନ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଯେଉଁଠାରେ ସେ ଏବଂ ଅନୂପ ଜଲୋଟା ବର କନ୍ୟା ରୂପେ ନଜର ଆସୁଛନ୍ତି। ଫଟୋକୁ ଦେଖି ଅନେକ ସେମାନଙ୍କର ବିବାହ ହୋଇଥିବା ଅନୁମାନ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଅନୁପ ଜାଲୋଟା ଏବଂ ଜସଲିନ୍ ମଥାରୁଙ୍କ ଏକ ଫିଲ୍ମ ଆସୁଛି, ଯାହାର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ଫିଲ୍ମର ନାମ ହେଉଛି ‘ୱୋ ମେରୀ ଷ୍ଟୁଡେଣ୍ଟ ହୈ।’। ନିକଟରେ ଜସଲିନ୍ ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ଲୁକ୍ ସେୟାର କରିଥିଲେ ଯେଉଁଥିରେ କ୍ୟାପସନ୍ ଲେଖିଥିଲେ, ‘ହାଏ, ଶେଷରେ କାମ ଆରମ୍ଭ ହେଲା। ମୋର ଆଗାମୀ ଚଳଚ୍ଚିତ୍ର’ ୱୋ ମେରୀ ଷ୍ଟୁଡେଣ୍ଟ୍ ହୈ’। ଏଥିରେ ଅନୁପ ତାଙ୍କ ବେକରେ ଅନେକ ସୁନା ଚେନ୍ ପିନ୍ଧିଛନ୍ତି ଏବଂ ହାତରେ ଏକ ବନ୍ଧୁକ ଧରିଛନ୍ତି। ଜସଲିନ୍ ଛାତ୍ର ପୋଷାକରେ ଅଛନ୍ତି। ଦୁହେଁ ପରସ୍ପରର ହାତ ଧରିଛନ୍ତି। ଫିଲ୍ମଟିକୁ ଜସଲିନଙ୍କ ପିତା କେସର ମଥାରୁ ନିର୍ଦ୍ଦେଶନା ଦେଇଛନ୍ତି। ଅନୁପ ଜାଲୋଟା ଏବଂ ଜସଲିନ୍ ମଥାରୁଙ୍କ ବରକନ୍ୟା ଭାଇରାଲ୍ ଫଟୋଟି ସେହି ଫିଲ୍ମର ବୋଲି କୁହାଯାଉଛି।
/- @DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.