Home Top News ଫାଶୀବାଦ ଚିନ୍ତାଧାରାକୁ ପରିଚାଳିତ କରୁଛି ମମତା ସରକାର: ଯାଜ୍ଞସେନୀ ଜେନା

ଫାଶୀବାଦ ଚିନ୍ତାଧାରାକୁ ପରିଚାଳିତ କରୁଛି ମମତା ସରକାର: ଯାଜ୍ଞସେନୀ ଜେନା

141

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛି। ଏବେ ଗତ ଦୁଇ ଦିନ ଧରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ପଶ୍ଚିମବଙ୍ଗରେ ହିଂସା ପ୍ରତିବାଦରେ ଗତ ୫ ତାରିଖ ଦିନ ବିଜେପି ଓଡ଼ିଶା ସମେତ ଦେଶବ୍ୟାପୀ ପାଳନ କରିଥିଲା ଉପବାସ ପ୍ରତିବାଦ। ପଶ୍ଚିମବଙ୍ଗରେ ଘଟୁଥିବା ହିଂସା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ମହିଳା ମୋର୍ଚ୍ଚା କଟକ ଜିଲ୍ଲା (ସଦର) ସଭାନେତ୍ରୀ ଯାଜ୍ଞସେନୀ ଜେନା କହିଛନ୍ତି, ସ୍ୱାଧୀନ ଭାରତ, ଗଣତନ୍ତ୍ର ରାଷ୍ଟ୍ର। ଏଠି ରାଜା ନାହାଁନ୍ତି, ପ୍ରଜା ଶାସନ। କିନ୍ତୁ, ପ୍ରଜା ଶାସନରେ ପ୍ରଜା ଆଜି ଅସୁରକ୍ଷିତ। ଆମେ ସମ୍ବିଧାନକୁ ମାନୁ। ସମସ୍ତଙ୍କର ଅଧିକାର ରହିଛି ନିଜର ମତ ରଖିବା ପାଇଁ। କିନ୍ତୁ, କ’ଣ ହେଉଛି ଆଜି ପଶ୍ଚିମବଙ୍ଗରେ? ନିଜ ମତ ପାଇଁ ଆଜି ନିଜ ଜୀବନ ସମେତ ନିଜ ପରିବାର ଅସୁରକ୍ଷିତ। ରକ୍ଷକ ସାଜିଛି ଭକ୍ଷକ। ତେଣୁ, ପ୍ରଶ୍ନ ଉଠେ ଏଠି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବ କିଏ? ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଶାସନକୁ ଆସିବା ପରେ ଚାଲିଥିବା ଦମନ ଲୀଳାକୁ କେତେ ଦିନ ଆଉ ସହ୍ୟ କରିହେବ?ସମସ୍ତ ନୀତି ଆଦର୍ଶ ହରାଇ ପ୍ରତିପକ୍ଷଙ୍କୁ ଦମନ କରିବା ଏକ ଯୁଦ୍ଧ ସମ। ଯାହାକି ଅସମ୍ବିଧାନିକ। ହତ୍ୟା, ଲୁଟ୍, ଦୁଷ୍କର୍ମ ଭଳି ଫାଶୀବାଦ ଚିନ୍ତାଧାରାକୁ ପରିଚାଳିତ କରୁଛି ମମତା ସରକାର। ଦେଶର ବୁଦ୍ଧିଜୀବୀ ମାନେ ଆଜି ଚୁପ୍। ସାଧାରଣ ଜନତା ଯେ କାଲି ଭୋଟ୍ ଦେବାରୁ ବିତସ୍ପୃହ ନ’ହେବେ କିଏ କହିବ? ଗୁଣ୍ଡରାଜରୁ ମୁକ୍ତି ପାଇଁ ସଙ୍ଘୀୟ ବ୍ୟବସ୍ଥାରେ ଏଠି ଜରୁରୀ କାଳୀନ ଶାସନ ନିହାତି ଆବଶ୍ୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.