Home ଓଡ଼ିଶା
11

ରଣପୁର ଏନ୍ ଏ ସି ରେ ପାଇଖାନା ସଫା ଗାଡି କାର୍ଯ୍ୟ କରୁ ନି ତେଣୁ ଲୋକେ ହନ୍ତସନ୍ତ
ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)–ସାରା ରାଜ୍ୟ  ଓ ଦେଶ ସ୍ୱଚ୍ଛ ଭାରତ ଡାକରାରେ ଉଦ୍‌ବୁଦ୍ଧ ହୋଇ ସ୍ୱଚ୍ଛତା ପାଇଁ ବିଭିନ୍ନ ଯୋଜନା ମାନ କରା ଯାଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ଏନ୍ ଏ ସି ଅଂଚଳରେ ବ୍ୟତିକ୍ରମ ଦେଖାଦେଉଅଛି । ଏନ୍ ଏ ସି କାର୍ଯ୍ୟାଳୟ ରେ ଥିବା ସରକାରୀ ପାଇଖାନା ଟାଙ୍କି  ସଫା ଗାଡି କାର୍ଯ୍ୟକ୍ଷମ ହେଉ  ନ ଥିବାରୁ ପାଇଖାନା ଟାଙ୍କି ଗୁଡିକ ପୂର୍ଣ୍ଣ ହୋଇଯିବାରୁ  ପାଇଖାନା ଗୁଡିକ ଅଚଳ ହୋଇ ପଡିରହିଛି । ଏପରି ନିଜସ୍ୱ ଉଦ୍ୟମ ଓ ସରକାର ଙ୍କ ତରଫରୁ ସ୍ୱଚ୍ଛ ଭାରତ ଯୋଜନାରେ ଯୋଗା ଯାଇଥିବା ପାଇଖାନା ଗୁଡିକ ଅଚଳ ହୋଇ ରହିଥିବା ଅଭିଯୋଗ ହେଉଛି । ଯାହାଫଳରେ ଲୋକମାନେ ହନ୍ତସନ୍ତ ହୋଇ ଖୋଲା ପଡିଆ , ରାସ୍ତାକଡ ଓ ପୁଷ୍କରଣୀ ହୁଡା ମାନଙ୍କରେ ମଳତ୍ୟାଗ କରିବା ପାଇଁ ବାଧ୍ୟ ହେଉଛନ୍ତି । ୨୦୧୪ ମସିହାରେ ରଣପୁର ଏନ୍ ଏ ସି ଗଠନ ହୋଇଥିଲା ।

ଏ ଯାଏଁ ଏନ୍ ଏ ସି ରେ ବାସ କରୁଥିବା ଲୋକମାନେ ସେମାନଙ୍କ ମୈାଳିକ ସୁବିଧାରୁ ବଂଚିତ ହେଉଛନ୍ତି । ଖୋଲା ଜାଗାରେ ମଳ ମୂତ୍ର ତ୍ୟାଗ ନ କରିବା ପାଇଁ କାନ୍ଥ ବାଡରେ ସୂଚନା ପ୍ରଦାନ କରାଯାଇଅଛି । କିନ୍ତୁ ପାଇଖାନା ଟାଙ୍କି ସଫା ପାଇଁ ଉଦ୍ଦିଷ୍ଟ ସରକାରୀ ଗାଡି ଟି କାର୍ଯ୍ୟକ୍ଷମ ହେଉ ନଥିବାରୁ ଯୋଜନା ଫେଲ୍ ମାରିଛି । ରଣପୁର ର ସମାଜ ସେବୀ ସ୍ୱରାଜ୍ ମହାନ୍ତି କୁହନ୍ତି ସରକାରଙ୍କ ତରଫରୁ ଏକ ପାଇଖାନା ସଫା ବଡ ଟାଙ୍କି ଗାଡି ଯୋଗା ଯାଇଥିଲା  । କିନ୍ତୁ ଗାଡି ପରିଚାଳନା କରିବା ପାଇଁ କରଯାଇଥିବା ଟେଣ୍ଡର୍ ରେ ନିତି ନିୟମ ଅନୁଯାୟୀ କେହି ଭାଗ ନେଲେ ନାହିଁ । ତେଣୁ ସେହି ବଡ ଗାଡି ଟି ସରକାର ଫେରସ୍ତ ନେଇ ଏବେ ଏକ ଛୋଟ ପାଇଖାନା ସଫା ଟାଙ୍କି ଗାଡି ଯୋଗାଇ ଦେଇଛନ୍ତି । ତାହା ଏ ଯାଏଁ କାର୍ଯ୍ୟ କାରୀ ହୋଇ ନାହିଁ ।  ଏ ସଂର୍ପକେ ରଣପୁର ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ୍ ବିସି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଆସିଥିବା ଛୋଟ ପାଇଖାନା ସଫା ଟାଙ୍କି ଗାଡି ପରିଚାଳନା ପାଇଁ ମହିଳା  ମିଶନ୍ ଶକ୍ତି ଯୋଜନାରେ ସ୍ୱୟଂ ସହାୟିକା ଗୋଷ୍ଠୀ କୁ ଦାୟିତ୍ୱ ଦିଆଯିବ । ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ସେଭଳି ଉପଯୁକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ମିଳି ନାହିଁ । ତା ସହିତ ପାଇଖାନା ରୁ ନିର୍ଗତ ବର୍ଜ୍ୟ ବସ୍ତୁ ର ସୁପରିଚାଳନା ପାଇଁ କୈାଣସି ପ୍ରକଳ୍ପ ହୋଇ ନାହିଁ । ପ୍ରକଳ୍ପ ନିର୍ମାଣ ପାଇଁ ଜାଗା ଚିହ୍ନଟ ସରିଛି । ଟେଣ୍ଡର୍ ହୋଇ ସୁପରିଚାଳନା ପ୍ରକଳ୍ପ ନିର୍ମାଣ ହେଲା ପରେ ପାଇଖାନା ଟାଙ୍କି ସଫା ପାଇଁ ଆସିଥିବା ଟ୍ୟାଙ୍କର୍ ଗାଡି କାର୍ଯ୍ୟକ୍ଷମ ହେବ । ଅପର ପକ୍ଷେ ଜନସାଧାରଣ ଟାଙ୍କି ଗାଡି ବର୍ଷା ଦିନ ପୂର୍ବରୁ କାର୍ଯ୍ୟକ୍ଷମ କରିବା ପାଇଁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.