Home ଓଡ଼ିଶା ବସଷ୍ଟାଣ୍ଡରେ ଅରୁଣଙ୍କ ଜନ ଶୁଣାଣି : ମନ୍ତ୍ରୀଙ୍କ ପାଖରେ ସିଧାସଳଖ ଅଭିଯୋଗ କରି ଲୋକେ ଖୁସ୍

ବସଷ୍ଟାଣ୍ଡରେ ଅରୁଣଙ୍କ ଜନ ଶୁଣାଣି : ମନ୍ତ୍ରୀଙ୍କ ପାଖରେ ସିଧାସଳଖ ଅଭିଯୋଗ କରି ଲୋକେ ଖୁସ୍

104

ନୟାଗଡ଼, ୨୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ପୁରୁଣା ବସଷ୍ଟାଣ୍ଡଠାରେ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଦ୍ୱିତୀୟ ଜନଶୁଣାଣିରେ ବହୁ ଲୋକ ସମବେତ ହୋଇ ନିଜ ନିଜର ଆପତ୍ତି ଅଭିଯୋଗ କରିଛନ୍ତି। ଖୋଲା ପରିବେଶରେ ଓ ଖୋଲା ସ୍ଥାନରେ ବସି ନୟାଗଡ଼ ବ୍ଳକ ଓ ନୟାଗଡ଼ ମୁନିସିପାଲିଟିର ଜନସାଧାରଣଙ୍କ ଅଭିଯୋଗ ସିଧାସଳଖ ଶୁଣିଛନ୍ତି। ମନ୍ତ୍ରୀ ଭାବେ ଶପଥ ନେବାପରେ ନୟାଗଡ଼ ବସଷ୍ଟାଣ୍ଡରେ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିବା ପରିପ୍ରେକ୍ଷିରେ ଏହିଠାରେ ପ୍ରତିମାସରେ ଲୋକମାନଙ୍କର ଅଭିଯୋଗ ଶୁଣିବେ ବୋଲି ଘୋଷଣା କରିଥିଲାବେଳେ ଗତ ଜୁନମାସ ୩୦ ତାରିଖ ରବିବାରେ ମନ୍ତ୍ରୀ ଡ. ସାହୁ ପ୍ରଥମ ଜନଶୁଣାଣି କରିଥିଲେ। ଲୋକମାନେ ଏଣିକି ଆଉ ତାଙ୍କ ପାଖକୁ ଯିବାକୁ ପଡ଼ିବନି। ସେ ପ୍ରତିମାସରେ ଲୋକଙ୍କ ପାଖକୁ ଆସି ଏଠାରେ ଅଭିଯୋଗ ଶୁଣିବେ ବୋଲି କହିଥିଲେ। ପୂର୍ବ ଘୋଷଣା ମୁତାବକ ସେ ପ୍ରତିମାସରେ ଜନଶୁଣାଣି କରି ଲୋକମାନଙ୍କ ଆପତ୍ତି ଅଭିଯୋଗ ଶୁଣୁଥିବାରୁ ଲୋକମାନେ ନିଜ ନିଜର ଖୁସି ପ୍ରକଟ କରିଛନ୍ତି। ଆଜି ରବିବାର ପୁଣି ମନ୍ତ୍ରୀ ଜନଶୁଣାଣି କରୁଥିବାରୁ ଲୋକମାନେ ଖବରପାଇ ଶହ ଶହ ସଂଖ୍ୟାରେ ଜନଶୁଣାଣିରେ ପହଂଚି ଯାଇଥିଲେ। ଦୀର୍ଘ ସମୟ ଧରି ମନ୍ତ୍ରୀ ଡ.ସାହୁ ଲୋକମାନଙ୍କ ଆପତ୍ତି ଅଭିଯୋଗ ଶୁଣୁଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.