Home ଜିଲ୍ଲା ପରିକ୍ରମା ଉତ୍କଳ ସମ୍ମିଳନୀ ନୟାଗଡ଼ ଜଲ୍ଳା ଶାଖା ପକ୍ଷରୁ ‘ନୂଆ ସ୍ୱର ନିଆରା କଥା’

ଉତ୍କଳ ସମ୍ମିଳନୀ ନୟାଗଡ଼ ଜଲ୍ଳା ଶାଖା ପକ୍ଷରୁ ‘ନୂଆ ସ୍ୱର ନିଆରା କଥା’

158

ନୟାଗଡ଼, ୨୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଳା ଶାଖା ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ‘ ନୂଆ ସ୍ୱର ନିଆରା କଥା’ ସ୍ଥାନୀୟ ମୈତ୍ରି ଯୁବ ସଂସଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ପ୍ରବୀଣ ଓ ନୂତନ ପିଢୀର ସାହିତ୍ୟିକମାନଙ୍କୁ ନେଇ ହୋଇଥିବା ଏହି ନୂଆ ଢଙ୍ଗର ଆଲୋଚନା ଚଳ୍ରରେ ସୁସାହିତ୍ୟିକା ବସିରନ୍ ବିବି ସଭାପତିତ୍ୱ କରିଥିବାବେଳେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର ଉଦ୍ ଘାଟନ କରିଥିଲେ। ଏଥିରେ ଶିକ୍ଷାବିତ୍ ଶ୍ରୀଧର ସାହୁ ସଂଯୋଜନା କରିଥିଲାବେଳେ ବିଭିନ୍ନ ଦେଶରେ ଆୟୋଜିତ ସାହିତ୍ୟ ସମ୍ମିଳନୀରେ ଯୋଗଦେଇ ଫେରିଥିବା ସାହିତ୍ୟିକା ବବିରିନ୍ ବିବି ଓ ସିମାଜସେବୀ ଅରୁଣ ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ କିବିତା ଆବୃତି ପ୍ରତିଯୋଗୀତାରେ ପ୍ରଥମ ହୋଇଥିବା ପ୍ରତୀକ୍ଷା ପଣ୍ଡା ଓ ବକ୍ତୃତା ପ୍ରତିଯୋଗୀତାରେ ପ୍ରଥମ ହୋଇଥିବା ଶ୍ରେୟାଶ୍ରୀ ମିଶ୍ରଙ୍କୁ ପୁରଷ୍କୃତ କରାଯାଇଥିଲା। ଏଥିରେ ଆଲୋଚନାର ବିଷୟ ଥିଲା ‘ସାହିତ୍ୟିକ ପାଇଁ ପୁରଷ୍କାର ହିଁ ମୂଲ୍ୟାୟନର ମାପଦଣ୍ଡ’। ଏହି ଆଲୋଚନାରେ ଅରୁଣ ମହାନ୍ତି, କବି ସୁକାନ୍ତୀ ମହାନ୍ତି, କଥାକାର ଅନୀଲ କୁମାର ପଣ୍ଡା, ସଂପାଦକ ଦିଲ୍ଲୀପ ସାହୁ, ଗୀତିକାର ସଂଗୀତା ଶୁକ୍ଳା ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ଆଲୋଚନା ବେଶ୍ ଯୁକ୍ତି ସଂଗତ ଥିଲା। ଯୁବ କଣ୍ଠ ଶିଲ୍ପୀ ବିଜୟାନନ୍ଦ ମହାପାତ୍ର ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ଗାନ କରିଥିଲାବେଳେ ଅନୁଷ୍ଠାନର ଉପସଭାପତି ଭକ୍ତ ବଲ୍ଲଭ ବଟକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଦ୍ୱିତୀୟାର୍ଦ୍ଧରେ ଆଲୋଚନା ଶୀର୍ଷକ ଥିଲା ‘ ସାହିତ୍ୟ ପ୍ରତିଷ୍ଠା ଦିଏ, ତେଣୁ ସାହିତ୍ୟିକ ହେବାର ସ୍ୱପ୍ନ ଜାଗେ’। ଏହି ଆଲୋଚନାରେ ଶ୍ରୀଧର ସାହୁ, ମମତା ମଂଜରୀ ଦେବୀ, କବି କାଦମ୍ବିନୀ ମହାପାତ୍ର, ରୀତାରାଣୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି ଆଲୋଚନାକୁ ସଂଯୋଜନା କରିଥିଲେ ବ୍ୟଙ୍ଗକବି ଉତ୍ପଳ ସାହୁ। ସେହିପରି ତୃତୀୟ ପର୍ଯ୍ୟାୟରେ’ ସାହିତ୍ୟିକର ବ୍ୟକ୍ତିଗତ ଜୀବନ ତା’ର ସାହିତ୍ୟିକ ଜୀବନକୁ ପ୍ରଭାବିତ କରେ ‘। ଉଦ୍ ଘୋଷକ ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଏଥିରେ ଭାଗ ନେଇଥିଲେ ଡ. କୈଳାଶ ବାଣ୍ଠ, କବି ହରପ୍ରିୟା ଦ୍ୱିବେଦୀ, ସଂପାଦିକା ଉଷାମଣୀ ମିଶ୍ର, କବି ଜୟଶ୍ରୀ ଦେବୀ ଓ ଉର୍ମିଳା ମିଶ୍ର। ତେବେ ଅନ୍ତିମ ପର୍ଯ୍ୟାୟର ଆଲୋଚନାର ଶୀର୍ଷକ ଥିଲା ‘ ସମାଜିକ ପରିବର୍ତ୍ତିନ ଓ ଯଥାର୍ଥ ମୂଲ୍ୟବୋଧ ଭିତ୍ତିକ ସାହିତ୍ୟ’। ଏଥିରେ ବସିରିନ୍ ବିବି, ପ୍ରଫେସର ଦୁଃଖିଶ୍ୟାମ ଦାସ, ସମାଜସେବୀ ପ୍ରଦୀପ୍ତ ସାହୁ, ଅଭିନେତା ନୀରଜଂନ ନାୟକ, ବରିଷ୍ଠ ନାଗରିକ ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଅନୁଷ୍ଠାନର ସଂପାଦକ ତଥା କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.