Home Coronavirus Outbreak କରୋନାରେ ଭାରତରେ ୫ମ ମୃତ୍ୟୁ, ଇଟାଲୀ ମହିଳାଙ୍କର ଜୟପୁରରେ ମୃତ୍ୟୁ

କରୋନାରେ ଭାରତରେ ୫ମ ମୃତ୍ୟୁ, ଇଟାଲୀ ମହିଳାଙ୍କର ଜୟପୁରରେ ମୃତ୍ୟୁ

757

ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ଭାରତରେ କରୋନା ଭୂତାଣୁରେ ପଞ୍ଚମ ମୃତ୍ୟୁ ହୋଇଛି। ଇଟାଲୀର ମହିଳାଙ୍କର ଜୟପୁରରେ ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ୬୯ ବର୍ଷୀୟ ଇଟାଲୀୟ ମହିଳା କରୋନାରେ ସଂକ୍ରମିତ ହୋଇ ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଏହାସହିତ ଦେଶରେ ୨୦୩ ସଂଖ୍ୟା ପହଞ୍ଚିଛି। ମହାରାଷ୍ଟ୍ରରେ କରୋନା ଭୂତାଣୁଙ୍କର ୩ ଟି ପଜିଟିଭ୍ କେସ୍ ଆସିଛି।

ଲକ୍ଷ୍ନୌରେ ମଧ୍ୟ କରୋନାର ୪ ଟି ପଜିଟିଭ୍ କେସ୍ ଆସିଛି। ଏହି ଲୋକମାନଙ୍କ ମଧ୍ୟରୁ ତିନିଜଣ କରୋନା ଭୂତାଣୁ ସଂକ୍ରମିତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ଚତୁର୍ଥ ବ୍ୟକ୍ତି ନିକଟରେ ସାଉଦି ଆରବ ଗସ୍ତରୁ ଫେରିଥିଲେ।

ପଶ୍ଚିମବଙ୍ଗରେ ଦ୍ୱିତୀୟ କରୋନା ପଜିଟିଭ୍ ମିଳିଛି।

କରୋନା ଭାଇରସ୍ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୯, ୮୮୧ ଲୋକଙ୍କର ମୃତ୍ୟୁ ହେଲାଣି।

ମହାରାଷ୍ଟ୍ରରେ ଆଉ ତିନୋଟି ନୂଆ କରୋନା ମାମଲା ଆସିବା ସହ ରାଜ୍ୟରେ ୫୨ ଜଣ କରୋନା ରୋଗୀ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.