Home ଅପରାଧ ନିର୍ଭୟା ମାମଲା : ଫାଶୀଦଣ୍ଡ ଉପରେ ସ୍ଥଗିତାଦେଶ ପାଇଁ ଆବେଦନକୁ ବିଳମ୍ବିତ ରାତିରେ ଖାରଜ କଲେ...

ନିର୍ଭୟା ମାମଲା : ଫାଶୀଦଣ୍ଡ ଉପରେ ସ୍ଥଗିତାଦେଶ ପାଇଁ ଆବେଦନକୁ ବିଳମ୍ବିତ ରାତିରେ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

223

ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) : ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିନ ବିଳମ୍ବିତ ରାତିରେ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ କରିବାର ଆବେଦନକୁ ଖାରଜ କରିଦେଇଛନ୍ତି। ଅତଃ ଆଜି ସକାଳ ୫.୩୦ ମିନିଟ୍ ରେ ଫାଶୀ ଦିଆଯିବ।

ବିଳମ୍ବିତ ରାତିରେ ହୋଇଥିବା ଶୁଣାଣିରେ କୋର୍ଟ କହିଛନ୍ତି ଯେ ମୃତ୍ୟୁଦଣ୍ଡରେ ଦଣ୍ଡିତ ଦୋଷୀ ଅକ୍ଷୟ କୁମାର ସିଂର ପତ୍ନୀର ଛାଡପତ୍ର ଆବେଦନ ଅନ୍ୟ ତିନିଜଣ ଦୋଷୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ।

ଜଷ୍ଟିସ୍ ମନମୋହନ ଏବଂ ସଞ୍ଜୀବ ନାରୁଲାଙ୍କୁ ନେଇ ଗଠିତ ବେଞ୍ଚ କହିଲେ, ସୁପ୍ରୀମକୋର୍ଟ କହିଛନ୍ତିଯେ, ବିଚାରାଧୀନ ଛାଡପତ୍ର ଆବେଦନ ଆଉ ପ୍ରାସଙ୍ଗିକ ନୁହେଁ।

ବେଞ୍ଚ କହିଛନ୍ତି ଯେ ମୃତ୍ୟୁ ଦଣ୍ଡକୁ ସୁନିଶ୍ଚିତ କରୁଥିବା ନ୍ୟାୟାଳୟର ରାୟ ଚୂଡ଼ାନ୍ତ ହୋଇଛି ଏବଂ କୋର୍ଟ ଏହାର ସମୀକ୍ଷା କରିପାରିବେ ନାହିଁ।

ଆବେଦନରେ କୁହାଯାଇଥିଲା ଯେ ଅକ୍ଷୟର ପତ୍ନୀଙ୍କ ଛାଡପତ୍ର ଆବେଦନ ବିଚାରାଧୀନ ଥିବାରୁ ଡେଥ ୱାରେଣ୍ଟ କାର୍ଯ୍ୟକାରୀ ହୋଇପାରିବ ନାହିଁ।

ଫାଶୀଦଣ୍ଡରେ ଦଣ୍ଡିତ ହେବାକୁ ଥିବା ଚାରି ଦୋଷୀଙ୍କ ମଧ୍ୟରୁ ତିନିଜଣ – ଅକ୍ଷୟ, ପୱନ ଗୁପ୍ତା ଏବଂ ବିନୟ ଶର୍ମା – ଗୁରୁବାର ସନ୍ଧ୍ୟାରେ ହାଇକୋର୍ଟରେ ଫାଶୀଦଣ୍ଡାଦେଶକୁ ସ୍ଥଗିତ କର୍ବା ପାଇଁ ଆବେଦନ କରିଥିଲେ। ସେମାନେ ମୁକେଶ ସିଂଙ୍କ ସହ ଶୁକ୍ରବାର ସକାଳ ସାଢ଼େ ପାଞ୍ଚଟାରେ ଫାଶୀ ଖୁଣ୍ଟରେ ଝୁଲିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.