Home ଓଡ଼ିଶା ଜାମ୍ମୁ କାଶ୍ମୀରର ଓଡ଼ିଆ ଆଇପିଏସ୍ ଅଧିକାରୀ ବସନ୍ତ ରଥ ନିଲମ୍ବିତ

ଜାମ୍ମୁ କାଶ୍ମୀରର ଓଡ଼ିଆ ଆଇପିଏସ୍ ଅଧିକାରୀ ବସନ୍ତ ରଥ ନିଲମ୍ବିତ

193

ନୂଆ ଦିଲ୍ଲୀ ୮-୭ (ଓଡ଼ିଆ ପୁଅ) : ଜାମ୍ମୁ କାଶ୍ମୀରରେ କାର୍ଯ୍ୟରତ ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥଙ୍କୁ ନିଲମ୍ୱନ କରାଯାଇଛି। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ଆଦେଶ ଜାରି କରିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିଲମ୍ୱନ ଆଦେଶରେ କୁହାଯାଇଛିଯେ, ବସନ୍ତ ରଥଙ୍କ ବ୍ୟବହାର ଏବଂ ବିଶୃଙ୍ଖଳିତ ଆଚରଣ କାରଣରୁ ତାଙ୍କୁ ନିଳମ୍ବନ କରାଯାଇଛି।

ଇନ୍ସପେକ୍ଟର ଜେନେରାଲ (ଆଇଜି) ସିଭିଲ୍ ଡିଫେନ୍ସ ଭାବରେ କାର୍ଯ୍ୟରତ ଶ୍ରୀଯୁକ୍ତ ରଥଙ୍କୁ ଜାମ୍ମୁ କାଶ୍ମୀର ପୋଲିସର ମହାନିର୍ଦ୍ଦେଶକଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ପାରିବେନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆଦେଶରେ କୁହାଯାଇଛି।

ସୂଚନାଯୋଗ୍ୟଯେ, ୨୦୦୦ ମସିହାର ଓଡ଼ିଆ ଆଇପିଏସ୍ ଅଫିସର୍ ହେଉଛନ୍ତି ଶ୍ରୀଯୁକ୍ତ ବସନ୍ତ ରଥ। ସେ ନିକଟରେ ଏକ ଚିଠି ଲେଖିଥିଲେ ଯେଉଁଥିରେ ଜାମ୍ମୁ କାଶ୍ମୀର ପୋଲିସ୍ ମୁଖ୍ୟଙ୍କ କିଛି କାର୍ଯ୍ୟକଳାପ ହେତୁ ସେ ତାଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ। ଏହି ବିବାଦ ସୋସିଆଲ ମିଡିଆରେ ଭାଇରାଲ ହୋଇ ଏକ ବିବାଦ ସୃଷ୍ଟି କରିଥିଲା।

ଜୁନ୍ ୨୫ ରେ ଗାନ୍ଧିନଗର ପୋଲିସ୍ ଷ୍ଟେସନ SHO କୁ ସମ୍ବୋଧିତ କରି ବସନ୍ତ ରଥ କହିଥିଲେ, “ମୋର ସୁରକ୍ଷା ଏବଂ ପ୍ରତିଷ୍ଠା ବିଷୟରେ ମୋର ପ୍ରକୃତ ଭୟକୁ ଧ୍ୟାନ ଦେବା ପାଇଁ ମୁଁ ଆପଣଙ୍କୁ ଲେଖୁଛି। ମୁଁ ଦେଶର ବ୍ୟକ୍ତିଗତ ନାଗରିକ ଭାବରେ ଏହା କରୁଛି। ମୋର ବ୍ୟକ୍ତିଗତ ସାମର୍ଥ୍ୟ ସରକାରୀ କର୍ମଚାରୀ ଭାବରେ ନୁହେଁ, ପୋଲିସ୍ ଭାବରେ ନୁହେଁ। ”

“ମୁଁ ଆପଣଙ୍କୁ ଉପରୋକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ଦାଖଲ କରିବାକୁ କହୁନାହିଁ। ମୁଁ କେବଳ ଆପଣଙ୍କୁ ଏହି ଚିଠିକୁ ଆପଣଙ୍କ ପୋଲିସ୍ ଷ୍ଟେସନରେ ଦୈନିକ ଡାଏରୀର ଏକ ଅଂଶ କରିବାକୁ କହୁଛି। ଯଦି ମୋ ସହିତ କିଛି ଖରାପ ଘଟଣା ଘଟେ, ତେବେ ଆପଣ ଜାଣିବା ଉଚିତ୍ କାହାର ନମ୍ବର ଆପଣଙ୍କୁ ଡାଏଲ୍ କରିବା ଉଚିତ୍। ଯଥାର୍ଥ ସମ୍ମାନ ସହିତ,”ଏହି ଚିଠିରେ ଜାମ୍ମୁ କାଶ୍ମୀର ପୋଲିସ୍ ମୁଖ୍ୟଙ୍କ ନାମ ହସ୍ତଲିଖନ କରାଯାଇଥିଲା।

ପୁନଶ୍ଚ ସୂଚନାଯୋଗ୍ୟଯେ, ବସନ୍ତ ରଥ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଥିଲେ। ତାଙ୍କର ଭିନ୍ନ ଧରଣର କାର୍ଯ୍ୟ ଶୈଳୀକୁ ଲୋକମାନେ ସୋସିଆଲ୍ ମିଡିଆରେ ସେୟାର କରୁଥିଲେ ଏବଂ ସାଧାରଣ ଲୋକଙ୍କ ବେଶ୍ ପ୍ରଶଂସା ସାଉଁଟୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.