Home ଅନୁଗୁଳ ନବ ନିର୍ମାଣ ଟୁଲ ଗେଟ ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନବ ନିର୍ମାଣ ଟୁଲ ଗେଟ ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର

103

ପାଳଲହଡ଼ା(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଖମାରଠାରେ ଚାଲିଥିବା ନୂତନ ନିର୍ମାଣ ଟୋଲଗେଟ ସାମ୍ନାରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି। ମୃତକ ବ୍ୟକ୍ତି ଜଣକ ହେଲେ ଖମାର ଥାନା ଅନ୍ତର୍ଗତ ମୁଣ୍ଡୁରିବେଡା ଗ୍ରାମର ସୁଦର୍ଶନ ସାହୁ(୩୦)। ସେ ଗତକାଲି ଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଖମାରରେ ଚିକିତ୍ସାଧିନ ଥିଲେ । ଗତ ବିଳମ୍ବିତ ରାତିରେ ଏହି ଘଟଣାଟି ଘଟିଥିବା ବେଳେ ସକାଳୁ ଖବର ପାଇ ଖମାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହା ଏକ ହତ୍ୟା,ଆତ୍ମହତ୍ୟା ନା ଦୁର୍ଘଟଣା ଘଟଣାର ତଦନ୍ତ ପରେ ହିଁ ଜଣାପଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.