Home Coronavirus Outbreak ଭାରତର କୋଭିଡ ସୁସ୍ଥ ହାର ୮୩ ପ୍ରତିଶତ ଅତିକ୍ରମ କଲା – ସକ୍ରିୟ ମାମଲା ତୁଳନାରେ...

ଭାରତର କୋଭିଡ ସୁସ୍ଥ ହାର ୮୩ ପ୍ରତିଶତ ଅତିକ୍ରମ କଲା – ସକ୍ରିୟ ମାମଲା ତୁଳନାରେ ସୁସ୍ଥ ସଂଖ୍ୟା ୪୧.୫ ଲକ୍ଷ ଅଧିକ

48

ନୂଆଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) ଭାରତରେ କୋଭିଡ ସୁସ୍ଥଙ୍କ ସଂଖ୍ୟା ବଢୁଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ନୂଆ ମାମଲା ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଏହାସହିତ ଭାରତର କୋଭିଡ ସୁସ୍ଥ ହାର ମଙ୍ଗଳବାର ୮୩ ପ୍ରତିଶତ ଅତିକ୍ରମ କରିଛି।

ଗତ ୨୪ ଘଣ୍ଟାରେ ଦେଶରେ ୭୦, ୫୮୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୮୪, ୮୭୭ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୫୧, ୦୧, ୩୯୭ ଛୁଇଁଛି।

ନୂଆ ସୁସ୍ଥ ମାମଲା ମଧ୍ୟରେ ୧୦ଟି ରାଜ୍ୟ, ଯଥା- ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତର ପ୍ରଦେଶ, ଦିଲ୍ଲୀ, ଓଡିଶା, କେରଳ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରୁ ୭୩ ପ୍ରତିଶତ ପଞ୍ଜିକୃତ ହୋଇଛି।

ପ୍ରାୟ ୨୦ ହଜାର ସୁସ୍ଥ ତାଲିକା ସହ ମହାରାଷ୍ଟ୍ର ଶୀର୍ଷରେ ଥିବା ବେଳେ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଗୋଟିଏ ଦିନରେ ୭ ହଜାର ଲେଖାଏଁ ସୁସ୍ଥ ହୋଇଛନ୍ତି।

ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହେଉଥିବାରୁ ସକ୍ରିୟ ମାମଲା ଓ ସୁସ୍ଥ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ବଢିବାରେ ଲାଗିଛି।

ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ମାମଲା (୯, ୪୭, ୫୭୬) ତୁଳନାରେ ଅଧିକ (୪୧, ୫୩, ୮୩୧) ରହିଛି। ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ହାର ୫-୩୮ ଗୁଣ ଅଧିକ ରହିଥିବାରୁ ସୁସ୍ଥ ସଂଖ୍ୟା କ୍ରମାଗତ ଭାବେ ବଢୁଥିବା ସ୍ପଷ୍ଟ ହୋଇଛି।

ଦେଶରେ ସମୁଦାୟ ପଜିଟିଭ ମାମଲା ମଧ୍ୟରୁ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫-୪୨ ପ୍ରତିଶତ ରହିଛି ଓ କ୍ରମାଗତ ଭାବେ ହ୍ରାସ ପାଉଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ ୭୦, ୫୮୯ ନୂଆ ମାମଲା ଚିହ୍ନଟ ହୋଇଛି।

ଚିହ୍ନଟ ହୋଇଥିବା ନୂଆ ମାମଲାଗୁଡିକ ମଧ୍ୟରୁ ୭୩ ପ୍ରତିଶତ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ଚିହ୍ନଟ ହୋଇଛି।

ମହାରାଷ୍ଟ୍ର ଏହି ସୂଚୀରେ ଶୀର୍ଷରେ ରହିଛି। ମହାରାଷ୍ଟ୍ରରେ ୧୧ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ୬ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୭୬ଟି ମୃତ୍ୟୁ ହୋଇଛି।

କୋଭିଡ ମୃତ୍ୟୁ ମାମଲାର ୭୮ ପ୍ରତିଶତ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ହୋଇଛି।

ନୂଆ ମୃତ୍ୟୁ ମାମଲା ମଧ୍ୟରେ ମହାରାଷ୍ଟ୍ରରେ ୨୩ ପ୍ରତିଶତ ଅଧିକ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୧୮୦ଟି କୋଭିଡ ମୃତ୍ୟୁ ହୋଇଥିବା ବେଳେ ତାମିଲନାଡୁରେ ୭୦ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.