Home Coronavirus Outbreak ୨୨ ମାର୍ଚ୍ଚ ପରଠାରୁ ଭାରତରେ କରୋନା ମୃତ୍ୟୁ ହାର ସବୁଠାରୁ କମ୍ – ଗତ ୨୪...

୨୨ ମାର୍ଚ୍ଚ ପରଠାରୁ ଭାରତରେ କରୋନା ମୃତ୍ୟୁ ହାର ସବୁଠାରୁ କମ୍ – ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୫ ଶହରୁ କମ୍ – ୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ମୃତ୍ୟୁ ହାର ଏକ ପ୍ରତିଶତରୁ କମ

249

ନୂଆ ଦିଲ୍ଲୀ ୨୭-୧୦ (ଓଡ଼ିଆ ପୁଅ) ଦେଶର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସରକାରଙ୍କ ମିଳିତ ଉଦ୍ୟମ ଯୋଗୁଁ ଭାରତରେ ମୃତ୍ୟୁ ହାର ହ୍ରାସ ପାଇ ୧.୫ ପ୍ରତିଶତରେ ପହଁଚିଛି। ଉତ୍ତମ ନିୟନ୍ତ୍ରଣ ରଣନୀତି, ବ୍ୟାପକ ପରୀକ୍ଷଣ ଓ ଚିକିତ୍ସା ବ୍ୟବସ୍ଥା ସମୃଦ୍ଧ ପ୍ରୋଟୋକଲ ସାରା ଦେଶର ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡିକରେ ଲାଗୁ ହେବା ଯୋଗୁଁ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି।

ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୫ ଶହରୁ କମ୍ (୪୮୦) ମୃତ୍ୟୁ ହୋଇଛି।

ସାରା ବିଶ୍ୱର କରୋନା ମୃତ୍ୟୁ ହାର ତୁଳନାରେ ଭାରତର କରୋନା ମୃତ୍ୟୁ ହାର ସବୁଠାରୁ କମ ରହିଛି। ୨୨ ମାର୍ଚ୍ଚ ପରଠାରୁ ଭାରତରେ ମୃତ୍ୟୁ ହାର କମ୍ ରହିଛି ଓ ଏହା ଧୀରେ ଧୀରେ କମିବାରେ ଲାଗିଛି।

କୋଭିଡ ପ୍ରବନ୍ଧନ ଓ ମୁକାବିଲା ନୀତିର ଅଂଶବିଶେଷ ଭାବେ କୋଭିଡ ସଂକ୍ରମଣ ବ୍ୟାପିବା ରୋକିବା ସହ ଏଥିଯୋଗୁଁ ହେଉଥିବା ମୃତ୍ୟୁ ହ୍ରାସ କରିବା ଓ ଗୁରୁତର କୋଭିଡ ରୋଗୀଙ୍କୁ ଗୁଣବତାତ୍ତାସମ୍ପନ୍ନ ଚିକିତ୍ସା ଉପଲବ୍ଧ କରାଇ ଲୋକଙ୍କ ଜୀବନ ରକ୍ଷା କରିବାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସରକାରଙ୍କ ମିଳିତ ପ୍ରୟାସ ଯୋଗୁଁ ସାରା ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ହୋଇପାରିଛି। ୨୨୧୮ଟି ସମର୍ପିତ କୋଭିଡ ଡାକ୍ତରଖାନା ଗୁଣବତ୍ତାଯୁକ୍ତ ଡାକ୍ତରୀ ସେବା ପ୍ରଦାନ କରୁଛନ୍ତି।

କରୋନା ମୃତ୍ୟୁ ହାର କମାଇବା ପାଇଁ ଗୁରୁତର ରୋଗୀଙ୍କ ନୈଦାନିକ ପ୍ରବନ୍ଧନ କ୍ଷେତ୍ରରେ ଆଇସିୟୁ ଡାକ୍ତରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏମ୍ସ, ନୂଆଦିଲ୍ଲୀରେ ନିଆରା ଇ-ଆଇସିୟୁ ଉପକ୍ରମ ଆରମ୍ଭ ହୋଇଛି। ସପ୍ତାହକୁ ଦୁଇ ଦିନ ମଙ୍ଗଳବାର ଓ ଶୁକ୍ରବାର ବିଶେଷଜ୍ଞମାନେ ରାଜ୍ୟ ଡାକ୍ତରଖାନାଗୁଡିକର ଆଇସିୟୁ ଡାକ୍ତରମାନଙ୍କ ପାଇଁ ପରାମର୍ଶ ଅଧିବେଶନ ଆୟୋଜନ କରୁଛନ୍ତି। ଏହି ଅଧିବେଶନ ଜୁଲାଇ ୮, ୨୦୨୦ରୁ ଆରମ୍ଭ ହୋଇଛି।

ଏପର୍ଯ୍ୟନ୍ତ ୨୫ଟି ଟେଲି-ଅଧିବେଶନ ଆୟୋଜିତ ହୋଇଛି, ଯେଉଁଥିରେ ୩୪ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ୩୩୪ଟି ଡାକ୍ତରୀ ସଂସ୍ଥା ଭାଗ ନେଇଛନ୍ତି।

ଗୁରୁତର ଅସୁସ୍ଥ ରୋଗୀଙ୍କ କ୍ଷେତ୍ରରେ ଡାକ୍ତରମାନଙ୍କ ନୈଦାନିକ ପ୍ରବନ୍ଧନ /ଆଇସିୟୁ ଦକ୍ଷତା ବୃଦ୍ଧି ପାଇଁ ଏମ୍ସ, ନୂଆଦିଲ୍ଲୀ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମିଳିତ ଭାବେ କିଛି ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ (ଏଫଏକ୍ୟୁ) ବିକଶିତ କରିଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ୱେବସାଇଟ୍ https://www.mohfw.gov.in/pdf/AIIMSeICUsFAQs01SEP.pdf ରେ ଏହାକୁ ଦେଖି ହେବ।

ଅଧିକାଂଶ ରାଜ୍ୟ ମଧ୍ୟ ସମ୍ବେଦଶୀଳ ଜନସଂଖ୍ୟା ସର୍ଭେ କରି ବୟସ୍କ ନାଗରିକ, ଗର୍ଭବତୀ ମହିଳା ଓ ଏକାଧିକ ରୋଗଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି। ମୋବାଇଲ ଆପ୍ ଭଳି ପ୍ରଯୁକ୍ତିର ସାହାଯ୍ୟ ନେଇ ଅଧିକ ବିପଦ ଥିବା ଲୋକଙ୍କ ନିରନ୍ତର ପର୍ଯ୍ୟବେକ୍ଷଣ ଦ୍ୱାରା ଶୀଘ୍ର ଚିହ୍ନଟ, ଉପଯୁକ୍ତ ସମୟରେ ଚିକିତ୍ସା ହୋଇପାରୁଛି ତଥା ମୃତ୍ୟୁ ସଂଖ୍ୟା କମିଛି। ପ୍ରବାସୀମାନଙ୍କ ପ୍ରବନ୍ଧନ ଓ ଗୋଷ୍ଠୀ ସଚେତନତାରେ କ୍ଷେତ୍ରରେ ତୃଣମୂଳ ସ୍ତରରେ ଆଶା, ଏଏନଏମ କର୍ମୀମାନଙ୍କ ଅବଦାନ ଉଲ୍ଲେଖନୀୟ।

ଫଳରେ ୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ମାମଲା ମୃତ୍ୟୁ ହାର ଏକ ପ୍ରତିଶତରୁ କମ ହୋଇପାରିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୫୯, ୧୦୫ ସୁସ୍ଥ କରୋନା ରୋଗୀ ସୁସ୍ଥ ହେବା ସହ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୭୧ ଲକ୍ଷ (୭୧, ୩୭, ୨୨୮) ଅତିକ୍ରମ କରିଛି। ଗୋଟିଏ ଦିନରେ ସର୍ବାଧିକ ସୁସ୍ଥ ସଂଖ୍ୟା ବର୍ଦ୍ଧିଷ୍ଣୁ ଜାତୀୟ ସୁସ୍ଥ ହାରରେ ପ୍ରତିଫଳିତ ହେଉଛି। ଏବେ ଏହା ୯୦.୨୩ ପ୍ରତିଶତ ରହିଛି।

ଭାରତରେ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି। ଏବେ ସମୁଦାୟ ମାମଲାର ମାତ୍ର ୮.୨୬ ପ୍ରତିଶତ ସକ୍ରିୟ ମାମଲା (୬, ୫୩, ୭୧୭) ରହିଛି। ଅଗଷ୍ଟ ୧୩ ପରଠାରୁ ଏହା ସବୁଠାରୁ କମ୍ (୬, ୫୩, ୬୨୨ ) ରହିଛି।

୧୦ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ୭୮ ପ୍ରତିଶତ ନୂଆ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

କର୍ଣ୍ଣାଟକରେ ସର୍ବାଧିକ ୧୦ ହଜାରରୁ ଅଧିକ ନୂଆ ରୋଗୀ ସୁସ୍ଥ ହୋଇଥିବା ବେଳେ କେରଳରେ ୭ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ଦେଶରେ ୪୫, ୧୪୮ ନୂଆ ମାମଲା ଚିହ୍ନଟ ହୋଇଛି। ଜୁଲାଇ ୨୨ ପରଠାରୁ ଏହା ସର୍ବନିମ୍ନ ରହିଛି। ଜୁଲାଇ ୨୨ରେ ୩୭ ହଜାର ନୂଆ ରୋଗୀ ଚିହ୍ନଟ ହୋଇଥିଲେ।

୮୨ ପ୍ରତିଶତ ନୂଆ ମାମଲା ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ରହିଛି। କେରଳ ଓ ମହାରାଷ୍ଟ୍ରରେ ୬ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକ, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ୪ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି।

ଗତ ୨୪ ଘଣ୍ଟାରେ ୪୮୦ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି। ଏଥିରୁ ପ୍ରାୟ ୮୦ ପ୍ରତିଶତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ରହିଛି।

ମହାରାଷ୍ଟ୍ରରେ ୨୩ ପ୍ରତିଶତରୁ ଅଧିକ (୧୧୨ ମୃତ୍ୟୁ) ମୃତ୍ୟୁ ହୋଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.