Home Coronavirus Outbreak ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫.୫ ଲକ୍ଷ ତଳକୁ ଖସିଲା

ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫.୫ ଲକ୍ଷ ତଳକୁ ଖସିଲା

77

– ୧୦୫ ଦିନ ପରେ ଗୋଟିଏ ଦିନରେ ୩୮, ୩୧୦ ନୂଆ ପଜିଟିଭ୍ ମାମଲା
– ମୋଟ ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ୭୦ ଲକ୍ଷ ଟପିଲା

ନୂଆ ଦିଲ୍ଲୀ ୩-୧୧ (ଓଡ଼ିଆ ପୁଅ) କୋଭିଡ ମୁକାବିଲାରେ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ପଜିଟିଭ୍ ମାମଲା ୪୦ ହଜାରରୁ ତଳକୁ ହ୍ରାସ ପାଇଛି। ୧୫ ସପ୍ତାହ (୧୦୫ ଦିନ) ପରେ ଗୋଟିଏ ଦିନରେ ନୂଆ ପଜିଟିଭ୍ ମାମଲା ୩୮, ୩୧୦ ହୋଇଛି। ୨୦୨୦ ଜୁଲାଇ ୨୨ ତାରିଖରେ ଦିନକରେ ପଜିଟିଭ୍ ମାମଲାର ସଂଖ୍ୟା ଥିଲା ୩୭, ୭୨୪।

ପ୍ରତିଦିନ ଅଧିକରୁ ଅଧିକ କୋଭିଡ ଆକ୍ରାନ୍ତ ସୁସ୍ଥ ହେଉଥିବା ଯୋଗୁଁ ମୃତ୍ୟୁହାର ହ୍ରାସ ପାଇବା ସହିତ ସକ୍ରିୟ ମାମଲା ନିମ୍ନମୁଖୀ ହୋଇ ଚାଲିଛି।

ଅନ୍ୟ ଏକ ସଫଳତାରେ କରୋନା ସକ୍ରିୟ ମାମଲା ୫-୫ ଲକ୍ଷରୁ ତଳକୁ ଖସିଯାଇଛି। ଦେଶରେ ଏବେ ସକ୍ରିୟ ମାମଲାର ସଂଖ୍ୟା ୫, ୪୧, ୪୦୫ ଥିବାବେଳେ ଏହା ମୋଟ ପଜିଟିଭ୍ ମାମଲାର ମାତ୍ର ୬-୫୫%।

ଦେଶବ୍ୟାପୀ ବ୍ୟାପକ ଟେଷ୍ଟିଂ, ଆକ୍ରାନ୍ତ ମାନଙ୍କୁ ତୁରନ୍ତ ଚିହ୍ନଟ କରିବା, ଟ୍ରାକିଂ, ସେମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରିବା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ପ୍ରକ୍ରିୟାରେ ଆକ୍ରାନ୍ତଙ୍କ ଚିକତ୍ସା କରିବା ଇତ୍ୟାଦିକୁ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ସରକାର ଗୁରୁତ୍ୱ ଦେବାରୁ ଏଭଳି ଉତ୍ସାହଜନକ ସଫଳତା ମିଳିପାରିଛି। ଡାକ୍ତର, ପାରାମେଡିକ୍, ଆଗଧାଡ଼ିରେ ଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ସମସ୍ତ କୋଭିଡ-୧୯ ଯୋଦ୍ଧାଙ୍କ ନିଃସ୍ୱାର୍ଥପର ଉତ୍ସର୍ଗୀକୃତ ସେବା ମନୋଭାବ ମଧ୍ୟ ଏହି ସଫଳତାର ଅନ୍ୟ ଏକ କାରଣ।

ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କରୋନା ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଛି। ମୋଟ ସୁସ୍ଥଙ୍କ ସଂଖ୍ୟା ୭୬ ଲକ୍ଷକୁ ଅତିକ୍ରମ କରିଛି (୭୬, ୦୩, ୧୨୧)।

ସକ୍ରିୟ ମାମଲା ଏବଂ ସୁସ୍ଥଙ୍କ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ମଧ୍ୟ ୭୦ ଲକ୍ଷକୁ ଟପି ଯାଇଛି (୭୦, ୬୧, ୭୧୬)।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮, ୩୨୩ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ଜାତୀୟ ସୁସ୍ଥ ହାର ପୁଣି ୯୧-୯୬%କୁ ବୃଦ୍ଧି ପାଇଛି।

ନୂଆ ସୁସ୍ଥଙ୍କ ମଧ୍ୟରେ ୮୦% ଆସିଛନ୍ତି ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ।

ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ୧୦ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଏହା ପଛକୁ କର୍ଣ୍ଣାଟକରେ ୮ ହଜାର ସୁସ୍ଥ ହୋଇଛନ୍ତି।

ନୂଆ ପଜିଟଭ୍ ମାମଲାରୁ ୭୪% ଆସିଛନ୍ତି ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ। କେରଳ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଦିନକରେ ୪ ହଜାର ଲେଖାଏଁ ନୂଆ ପଜିଟିଭ୍ ମାମଲା ଆସିଛି। ପଶ୍ଚିମବଙ୍ଗରେ ୩ ହଜାରରୁ ଅଧିକ ମାମଲା ଆସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୦ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ୮୦% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି। ମହାରାଷ୍ଟ୍ରରେ ସର୍ବାଧିକ ଦିନକରେ ୧୦୪ ଜଣଙ୍କ ମୃତ୍ୟୁ ହୋଇଛି।

ଭାରତରେ ଏବେ ମୃତ୍ୟୁ ହାର ରହିଛି ୧.୪୯%।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.