Home ଜିଲ୍ଲା ପରିକ୍ରମା ଶ୍ରୀଜଙ୍ଗରେ ଏବେବି ବଞ୍ଚିଛି ଭାଗବତ ଟୁଙ୍ଗି

ଶ୍ରୀଜଙ୍ଗରେ ଏବେବି ବଞ୍ଚିଛି ଭାଗବତ ଟୁଙ୍ଗି

140

ବାହାନଗା,୦୩ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ) : ପୂର୍ବ କାଳରୁ ଧର୍ମ ପ୍ରଚାର ଭାଗତ ଟୁଙ୍ଗି ମାଧ୍ୟମରେ ହେଉଥିଲା । ଗାଁ ଗଣ୍ଡାରେ ପରୁଖା ଲୋକେ ସେହି ଭାଗବତ ଟୁଙ୍ଗି ମାଧ୍ୟମରେ ଧର୍ମ କଥା ଶୁଶି ଧର୍ମ ଅର୍ଜ୍ଜନ କରୁଥିଲେ । ସେଠାରେ ଭାଗବତ ଗୋସାଇଁଙ୍କୁ ରଖା ଯାଇ ପୂଜାର୍ଚ୍ଚନା କରାଯାଇ ସଂନ୍ଧ୍ୟାରେ ଭାଗବତ , ଗୀତା ପାଠ କରାଯିବା ସହ ଭଜନ କୀର୍ତ୍ତନ ହେଉଥିଲା । କାଳ କ୍ରମେ ତାହା ଲୋପ ପାଇ ଲୋକେ ଭିନ୍ନ ଭିନ୍ନ ଗୁରୁଙ୍କ ସରଣାପନ୍ନ ହେବାର ଦେଖା ଦେଲା ଫଳରେ ଭାଗବତ ଟୁଙ୍ଗି ସବୁ ମାଟିରେ ମିଶି ଗଲା । ତା ପରେ କାଁ ଭାଁ ଭାଗବତ ଟୁଙ୍ଗି ବଞ୍ଚି ରହିଛି । ଏମିତି ଏକ ଭାଗବତ ଟୁଙ୍ଗି ଉଜ୍ଜିବିତ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ଗ୍ରାମର ବିଶ୍ୱାଳ ସାହିରେ । ବୀରଭଦ୍ର ବିଶ୍ୱଳ ଓ ନାରାୟଣ ବିଶ୍ୱାଳଙ୍କ ଉଦ୍ୟମରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା ଲାଭ କରି ଏର୍ଯ୍ୟନ୍ତ ବଞ୍ଚି ରହିଛି । ଠାକୁର ଭାଗବତ ଗୋସାଇଁ ଓ ଲକ୍ଷ୍ମୀ ନାରାୟଣଙ୍କୁ ପ୍ରତିଷ୍ଠା କରାଯାଇ ପ୍ରତ୍ୟହ ପୂଜାର୍ଚ୍ଚନା କରିବା ସହ ସନ୍ଧ୍ୟାରେ ନାମ ସହ ଭାଗବତ, ଗୀତା ଓ ବିଭିନ୍ନ ଧର୍ମ ଗ୍ରନ୍ଥ ପାଠ ଓ ଭଜନ କୀର୍ତ୍ତନରେ ମଜ୍ଜି ଯାଉଛନ୍ତି ଭକ୍ତ ମାନେ । ବୀରଭଦ୍ରଙ୍କ କହିବା ଅନୁସାରେ ଏହାର ଜମି ନାରାୟଣ ବିଶ୍ୱାଳ ପ୍ରଦାନ କରିଥିବା ବେଳେ ନିଜେ ବୀରଭଦ୍ରଙ୍କ ତତ୍ୱାବଧାନରେ ଭାଗବତ ଟୁଙ୍ଗି ଚାଲିଛି । ପ୍ରଥମେ ଏହା ଏକ ଚାଳିଆରୁ ଆରମ୍ଭ କରାଯାଇ ଥିଲା । ସରକାରଙ୍କ ଭାଗବତ ଟୁଙ୍ଗି ପୁନରୁଦ୍ଧାର ଯୋଜନାରେ ସେତେବେଳର ସରପଞ୍ଚ ଗୋପିନାଥ ବେହେରାଙ୍କ ଉଦ୍ୟମରେ ଟୁଙ୍ଗି ପୁନରୁଦ୍ଧାର ହୋଇ ପକ୍କାଘରରେ ପରିଣତ ହୋଇ ଥିଲା । ଠାକୁରଙ୍କର ଉତ୍ସବ ରାହାସ ପୂର୍ଣ୍ଣମୀ ଓ ଇନ୍ଦ ପୂର୍ଣ୍ଣମୀରେ ଧୂମଧାମରେ ପାଳିତ ହୋଇ ଥାଏ । ତା ଛଡ଼ା ପ୍ରତ୍ୟକ ସନ୍ଧ୍ୟାରେ ଭକ୍ତ ଦୟାନିଧି ବିଶ୍ୱାଳ, ବନମାଳୀ ମଳିକ, ଲମ୍ବୋଦର ବିଶ୍ୱାଳ, ବାବୁରାମ ମଳିକ, ସନାତନ ମଳିକ, ଅନାଦି ବିଶ୍ୱାଳ, ରଞ୍ଜିତ ବିଶ୍ୱାଳ, ବଳଭଦ୍ର ମଳିକଙ୍କ ସହ ବହୁ ଧର୍ମପ୍ରଣ ବ୍ୟକ୍ତି ସନ୍ଧ୍ୟାରେ ଭଜନ କୀର୍ତ୍ତନ ଓ ନାମ କରୁଥିବାର ନଜରକୁ ଆସୁଛି । ତେବେ ଆଉ କିଛି ସରକାରୀ ଅନୁଦାନ ମିଳିଲେ ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ପୂଜକଙ୍କର ପାରିଶ୍ରମିକ ଭରଣା କରାଯାଇ ପାରନ୍ତା ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.