Home Coronavirus Outbreak ମେ’ ୧୦, ୨୦୨୦ ସୁଦ୍ଧା ଦେଶବ୍ୟାପୀ ୩୬୬ ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଚଳାଚଳ – ଓଡିଶାରେ...

ମେ’ ୧୦, ୨୦୨୦ ସୁଦ୍ଧା ଦେଶବ୍ୟାପୀ ୩୬୬ ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଚଳାଚଳ – ଓଡିଶାରେ ପହଞ୍ଚିଲା ୨୦ଟି ଟ୍ରେନ

723

– ଓଡିଶାର ଖୋର୍ଦ୍ଧା ରୋଡ, ଜଗନ୍ନାଥପୁର ଓ ଟିଟିଲାଗଡ ଆଦି ସ୍ଥାନରେ ପହଞ୍ଚିଲା ଟ୍ରେନ
– ସାମାଜିକ ଦୂରତା ରକ୍ଷା କରି ପ୍ରତି ଟ୍ରେନରେ ଯାତ୍ରା କରୁଛନ୍ତି ୧୨୦୦ ଯାତ୍ରୀ
– ଯାତ୍ରା ସମୟରେ ଯାତ୍ରୀଙ୍କ ପାଇଁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା

ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଦେଶବ୍ୟାପୀ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଲୋକମାନଙ୍କ ଯାତାୟାତ ଲାଗି ରେଳ ମନ୍ତ୍ରଣାଳୟ “ଶ୍ରମିକ ସ୍ଵତନ୍ତ୍ର” ଟ୍ରେନ ଚଳାଚଳ କରୁଛି। ମେ’ ୧୦, ୨୦୨୦ ସୁଦ୍ଧା ଦେଶବ୍ୟାପୀ ମୋଟ ୩୬୬ଟି ଶ୍ରମିକ ସ୍ଵତନ୍ତ୍ର ଟ୍ରେନ ଚଲାଯାଇଛି। ଏଥିମଧ୍ୟରୁ ୨୮୭ଟି ଟ୍ରେନ ଗନ୍ତବ୍ୟ ସ୍ତଳରେ ପହଞ୍ଚିସାରିଛି ଏବଂ ୭୯ଟି ଟ୍ରେନ ଯାତ୍ରା କରୁଛି। ଏହି ୨୮୭ଟି ଟ୍ରେନ ମଧ୍ୟରୁ ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ ୨୦ଟି ଟ୍ରେନ ପହଞ୍ଚିସାରିଛି। ଆନ୍ଧ୍ରପ୍ରଦେଶରେ ଗୋଟିଏ, ବିହାରରେ ୮୭ଟି, ହିମାଚଳପ୍ରଦେଶରେ ଗୋଟିଏ, ଝାଡଖଣ୍ଡରେ ୧୬ଟି, ମହାରାଷ୍ଟ୍ରରେ ୩ଟି, ରାଜସ୍ଥାନରେ ୪ଟି, ତେଲଙ୍ଗାନାରେ ୨ଟି, ଉତ୍ତରପ୍ରଦେଶରେ ୧୨୭ଟି ଓ ପଶ୍ଚିମବଙ୍ଗରେ ୨ଟି ଟ୍ରେନ ପହଞ୍ଚି ସାରିଛି। ଏହି ଟ୍ରେନ ମାଧ୍ୟମରେ ତିରୁଚିରାପଲ୍ଲୀ, ଟିଟିଲାଗଡ, ବରଉଣୀ, ଖାଣ୍ଡୱା, ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ, ପ୍ରୟାଗରାଜ, ଛାପ୍ରା, ବଲିୟା, ଗୟା, ପୁର୍ଣ୍ଣିଆ, ବାରଣାସୀ, ଦରଭଙ୍ଗା, ଗୋରଖପୁର, ଲକ୍ଷ୍ନୌ, ଯୌନପୁର, ହଟିଆ, ବସ୍ତି, କଟୀହାର, ଦାନପୁର, ମୁଜାଫରପୁର ଓ ସହର୍ସା ଆଦି ପ୍ରମୁଖ ସ୍ଥାନରେ ଲୋକମାନଙ୍କୁ ପହଞ୍ଚାଯାଇଛି। ପ୍ରତି ଟ୍ରେନରେ ସାମାଜିକ ଦୂରତା ରକ୍ଷା କରି ପ୍ରାୟ ୧୨୦୦ ଯାତ୍ରୀଙ୍କୁ ଅଣାଯାଇଛି। ଟ୍ରେନ ଯାତ୍ରା ପୂର୍ବରୁ ପ୍ରତ୍ୟେକ ଯାତ୍ରୀଙ୍କୁ ସ୍କ୍ରିନିଙ୍ଗ କରାଯାଇଛି। ଯାତ୍ରା ସମୟରେ ସମସ୍ତଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.