Home Top News ଆଜି ପରା ଜସପ୍ରୀତ ବୁମ୍ରା ସଞ୍ଜନା ଗଣେଶନଙ୍କ ବାହାଘର – କିନ୍ତୁ ବିବାହ ସମାରୋହରେ ଫୋନ୍...

ଆଜି ପରା ଜସପ୍ରୀତ ବୁମ୍ରା ସଞ୍ଜନା ଗଣେଶନଙ୍କ ବାହାଘର – କିନ୍ତୁ ବିବାହ ସମାରୋହରେ ଫୋନ୍ ବ୍ୟବହାର ମନା

266
Image Credit - telugu.mykhel.com

ନୂଆ ଦିଲ୍ଲୀ ୧୫-୩ (ଓଡ଼ିଆ ପୁଅ) ଭାରତୀୟ ପେସର୍ ଜସପ୍ରୀତ ବୁମ୍ରା ଆଜି (ମାର୍ଚ୍ଚ ୧୫) ଗୋଆରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଯାହା ତାଙ୍କ ବିବାହ ବିଷୟରେ ଥିବା ସମସ୍ତ ଗୁଜବକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ସୂଚନାନୁସାରେ, ବୁମରା ଏକ ବ୍ୟକ୍ତିଗତ ସମାରୋହରେ କ୍ରୀଡ଼ା ଉପସ୍ଥାପିକା ତଥା ଆଙ୍କର୍ ସଞ୍ଜନା ଗଣେଶନଙ୍କୁ ବିବାହ କରିବେ। ଯେଉଁଥିରେ ଉଭୟ ପରିବାରର ଏବଂ କିଛି ଘନିଷ୍ଠ ବନ୍ଧୁ ଅନ୍ତର୍ଭୁକ୍ତ ହେବେ। କେବଳ ଏତିକି ନୁହେଁ, ବିବାହରେ ଗୋପନୀୟତା ବଜାୟ ରଖିବା ପାଇଁ, ବିବାହ ସମାରୋହରେ କାହାକୁ ମୋବାଇଲ୍ ରଖିବାକୁ ଅନୁମତି ଦିଆଯିବ ନାହିଁ।

ରବିବାର ଗୋଆରେ ଆୟୋଜିତ ବିବାହ ପୂର୍ବ ରୀତିନୀତି।

ଗୋଟିଏ ପଟେ ରବିବାର ୧୪ ମାର୍ଚ୍ଚରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ଜବରଦସ୍ତ ଟି -୨୦ ମ୍ୟାଚ୍ ଖେଳାଯାଉଥିବା ବେଳେ ଭାରତ ୭ ୱିକେଟରେ ବିଜୟ ହାସଲ କରିଥିଲା, ଅନ୍ୟ ପଟେ ଗୋଆରେ ବୁମରାଙ୍କ ବିବାହ ରୀତିନୀତି ସମାପ୍ତ ହୋଇଥିଲା।

ତେବେ ଏପର୍ଯ୍ୟନ୍ତ କୌଣସି ଫଟୋ ପ୍ରକାଶ କରାଯାଇ ନାହିଁ। କିନ୍ତୁ ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ ରବିବାର ବୁମରା ଏବଂ ସଞ୍ଜନାଙ୍କ ବିବାହ ପୂର୍ବର ରୀତିନୀତି ସମ୍ପର୍ଣ୍ଣ ହୋଇଛି।

ଅଭିନେତ୍ରୀ ତାରା ଶର୍ମା ବୁମ୍ରା-ସଞ୍ଜନାଙ୍କ ବିବାହ ଉପରେ ମୋହର ଲଗାଇଛନ୍ତି।

ଜସପ୍ରୀତ ବୁମ୍ରା ଏବଂ ସଞ୍ଜନା ଗଣେଶନଙ୍କ ବିବାହ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ, କିନ୍ତୁ ବଲିଉଡ ଅଭିନେତ୍ରୀ ତାରା ଶର୍ମା ସେମାନଙ୍କ ବିବାହ ଖବରକୁ ନିଶ୍ଚିତ କରିଛନ୍ତି। ବାସ୍ତବରେ, ତାରା, “ଆମ ସମସ୍ତଙ୍କ ତରଫରୁ ଅନେକ ଶୁଭେଚ୍ଛା ଏବଂ ସ୍ନେହ। ଜସପ୍ରୀତ ବୁମ୍ରାଙ୍କୁ # TheTaraSharmaShow କୁ ଆସିବା ପାଇଁ ପୁଣିଥରେ ଧନ୍ୟବାଦ। ଆମେ ଆଶା କରୁଛୁ ତୁମେ ଦୁହେଁ ସିଜିନ୍‌ ୬ ରେ ଆସିବ।”

ସଞ୍ଜନା ଗଣେଶନ କିଏ?

ସଞ୍ଜନା ଗଣେଶନ ଜଣେ କ୍ରୀଡ଼ା ଉପସ୍ଥାପିକା। କ୍ରିକେଟ୍ ବ୍ୟତୀତ ସେ ଅନେକ ବ୍ୟାଡମିଣ୍ଟନ୍ ଏବଂ ଫୁଟବଲ୍ ଇଭେଣ୍ଟରେ ମଧ୍ୟ ହୋଷ୍ଟ କରିଛନ୍ତି। ସଞ୍ଜନା ସିମ୍ବୋସିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପୁଣେରୁ ସଫ୍ଟୱେୟାର ଇଞ୍ଜିନିୟର ଡିଗ୍ରୀ ହାସଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.