Home Top News ଇଂଲଣ୍ଡ ବନାମ ଭାରତ : ୭ ରନ୍‌ରେ ମ୍ୟାଚ୍‌ ଜିତି ୨-୧ରେ ସିରିଜ୍ ଜିତିଲା ଭାରତ

ଇଂଲଣ୍ଡ ବନାମ ଭାରତ : ୭ ରନ୍‌ରେ ମ୍ୟାଚ୍‌ ଜିତି ୨-୧ରେ ସିରିଜ୍ ଜିତିଲା ଭାରତ

320

ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) : ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ଶେଷ ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଛି।
ଏହି ମ୍ୟାଚ୍‌ରେ ଭାରତ ଇଲଣ୍ଡକୁ ୭ ରନ୍‌ରେ ହରାଇ ସିରିଜ୍‌ ଉପରେ କବଜା କରିଛି। ତେବେ କହିବାକୁ ଗଲେ ଭାରତ ଟେଷ୍ଟ, ୱାନ୍‌ଡେ ଏବଂ T-୨୦ ସିରିଜ୍ ସବୁ ପୋଛି ନେଇଛି।
କେବଳ ୨୦୦ ରନ୍‌ରେ ୩୦.୩ ଓଭରରେ ଇଲଣ୍ଡର ୭ଟି ମୁଖ୍ୟ ୱିକେଟ୍‌ ପଡ଼ିଯାଇଥିଲା। କିନ୍ତୁ ମ୍ୟାଚ୍‌କୁ ସାମ୍‌ କୁରାନ୍‌ ଏବଂ ଆଦିଲ୍‌ ରସିଦ୍‌ କିଛି ସମୟ ପର୍ଯ୍ୟନ୍ତ ଆଗକୁ ଭିଡ଼ ନେଇଥିଲେ। ସାମ କୁରାନ୍‌ଙ୍କର ସମଝଦାର ବ୍ୟାଟିଂ ସହିତ ସାଥୀ ଦେଉଥିଲେ ଆଦିଲ୍‌ ରସିଦ୍‌। ଲାଗୁଥିଲା ମ୍ୟାଚ୍‌କୁ ଏମାନେ ଏକ ରୋମାଞ୍ଚକ ମୋଡ଼କୁ ଆଣିବେ ବୋଲି। କିନ୍ତୁ ଆଦିଲ୍‌ କେବଳ ୨୨ଟି ବଲ୍‌ ଖେଳି ୧୯ ରନ୍‌ କରିବା ପରେ ସାର୍ଦୁଲ ଠାକୁରଙ୍କ ବଲ୍‌ରେ ବିରାଟ କୋହଲିଙ୍କ ହାତକୁ କ୍ୟାଚ୍‌ ଟେକି ଦେଇଥିଲେ।ଏହା ସହିତ ଇଲଣ୍ଡକୁ ଅଷ୍ଟମ ଝଟକା ଲାଗିଥିଲା। ଏହା ପରେ ସାମ କୁରାନ୍‌ଙ୍କ ସାଥି ଦେଇଥିଲେ ମାର୍କ ଉଡ୍‌। ତେବେ ସେତେବେଳକୁ ୪୦ ଓଭର ସମାପ୍ତ ହୋଇସାରିଥିଲା ଏବଂ ଇଲଣ୍ଡକୁ ଆଉ ୧୦ ଓଭରରେ ୭୧ ରନ୍‌ର ଆବଶ୍ୟକତା ଥିଲା। କିନ୍ତୁ ହାତର୍ କେବଳ ଦୁଇଟି ୱିକେଟ୍‌ ଥିଲା। ୪୨ ତମ ଓଭରରେ ସାମ କୁରାନ୍‌ ତାଙ୍କର ଅର୍ଦ୍ଧ ଶତକ ହାସଲ କରିଥିଲେ। ସେ ୪୫ଟି ବଲ୍‌ରୁ ତାଙ୍କର ଅର୍ଦ୍ଧ ଶତକ ହାସଲ କରିଥିଲେ। ୪୩ ତମ ଓଭର ବୋଲିଂ କରିବାକୁ ଆସିଥିଲେ ଭୁବନେଶ୍ୱର କୁମାର, ଏହି ଓଭରରେ ସେ କେବଳ ଗୋଟିଏ ରନ୍‌ ଦେଇଥିଲେ।

୪୬ ଓଭର ଶେଷ ହୋଇଯାଇଥିଲା। ଇଲଣ୍ଡକୁ ୪ ଓଭରରେ ଜିତିବା ପାଇଁ ୪୧ ରନ୍‌ ଆବଶ୍ୟକ ଥିଲା। ୮ଟି ୱିକେଟ୍‌ ପଡ଼ିଯାଇଥିଲା। କିନ୍ତୁ ଗୋଟିଏ ପଟ୍ ସାମ୍‌ କୁରାନ୍‌ ଥିଲେ। ଏବଂ ସେ ୬୭ ରନ୍‌ କରିସାରିଥିଲେ। ଅପର ପଟେ ତାଙ୍କ ସାଥି ଦେଉଥିଲେ ମାର୍କ ଉଡ୍‌।

କହିବାକୁ ଗଲେ ଭାରତ ହାତକୁ ମ୍ୟାଚ୍ ଆସିଯାଇଥିଲା। କିନ୍ତୁ ସାର୍ଦୁଲ ଠାକୁରଙ୍କ ଶେଷ ଓଭର ଅର୍ଥାତ୍ ୪୭ ତମ ଓଭରରେ ସାମ କୁରାନ୍‌ ଗୋଟିଏ ଛକ୍କା ଏବଂ ଦୁଇଟି ଚୌକା ସହ ସାମ କୁରାନ୍‌ ମାରିଦେଇଥିଲେ ୧୮ ରନ୍‌। ଏହା ମ୍ୟାଚ୍‌ କୁ ପୁଣି ରୋମାଞ୍ଚକ ମୋଡ଼କୁ ଆଣି ଦେଇଥିଲା। ଏହା ପରେ ୪୮ ତମ ଓଭର ପାଇଁ ବୋଲିଂ କରିବାକୁ ଆସିଥିଲେ ଭୁବନେଶ୍ୱର କୁମାର। ଏହା ଥିଲା ତାଙ୍କର ଶେଷ ଓଭର। ସେ ଏହି ଓଭରରେ ୨ଟି ୱାଇଡ୍‌ ଦେଇଥିଲେ। କେବଳ ୨ ଓଭର ବାକିଥିଲା ଏବଂ ୧୯ ରନ୍‌ ବିଜୟ ଲାଭ କରିବା ପାଇଁ ଥିଲା। ମ୍ୟାଚ୍‌ ବଡ଼ ରୋମାଞ୍ଚକ ଏବଂ ଖଠି ପରିସ୍ଥିତିକୁ ଆସିଯାଇଥିଲା। ୪୯ ତମ ଓଭର ଥିଲା ଗୁରୁତ୍ତୱପୂର୍ଣ୍ଣ। ଭାରତକୁ ୱିକେଟ୍‌ ର ଆବଶ୍ୟକତା ଥିଲା। ୪୯ ତମ ଓଭର ବୋଲି କରିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। କାରଣ ଭୁବନେଶ୍ୱର କୁମାର ସାର୍ଦୁଲ୍‌ ଠାକୁର ଙ୍କର ଓଭର ଶେଷ ହୋଇଯାଇଥିଲା। ଏହି ଓଭରରେ ମାର୍କ ଉଡ୍ ଙ୍କର ଏକ କ୍ୟାଚ୍ ମଧ୍ୟ ସାର୍ଦୁଲ ଠାକୁର ଛାଡ଼ିଦେଇଥିଲେ। ପୁନଃ ମଧ୍ୟ ନଟରାଜନ ମଧ୍ୟ ଛାଡ଼ିଦେଇଥିଲେ। ଦୁଇ ଦୁଇଟି କ୍ୟାଚ୍‌ ଛାଡ଼ି ଦେଇଥିଲେ ଭାରତୀୟ ଫିଲ୍‌ଡର। ଏବେ ଶେଷ ଓଭରରେ ମ୍ୟାଚ୍‌ ଜିତିବା ପାଇଁ ୧୪ ରନ୍‌ର ଆବଶ୍ୟକତା ଥିଲା। ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ଟି ନଟରାଜନ। ମ୍ୟାଚ୍‌ ରୋମାଞ୍ଚକ ମୋଡ଼କୁ ଆସିଯାଇଥିଲା। ତେବେ ସେପଟେ ବ୍ୟାଟିଂ କରୁଥିଲେ ସାମ୍‌ କୁରାନ୍‌ ସେ ପ୍ରତମ ବଲରେ ଗୋଟେ ରନ୍‌ ନେବା ପରେ ଦ୍ୱିତୀୟ ରନ୍‌ ନେବାକୁ ଯାଇ ମାର୍କ ଉଡ୍‌ ଫେରିଯାଇଥିଲେ ଏବଂ ସେ ରନ୍‌ ଆଉଟ୍‌ ହୋଇଥିଲେ।ଶେଷ ୱିକେଟ୍‌ ପାଇଁ ଖେଳିବାକୁ ଆସିଥିଲେ ଟୋପଲି। ସେ ନଟରାଜନଙ୍କର ଦ୍ୱିତୀୟ ବଲରେ ଗୋଟିଏ ରନ୍‌ ନେଇ ସାମ କୁରାନଙ୍କୁ ବ୍ୟାଟିଂ ଛାଡ଼ିଥିଲେ। ଶେଷ ତିନୋଟି ବଲ୍‌ରେ ୧୨ ରନ୍‌ ବାକି ଥିଲା। ସାମ୍‌ କୁରାନ୍‌ ବ୍ୟାଟିଂ କରୁଥିଲେ। ଶେଷ ବଲରେ ଆଠ ରନ୍‌ର ଆବଶ୍ୟକତା ଥିଲା। ଶେଷ ବଲରେ ସାମ କୁରାନ୍‌ ରନ୍‌ ନେଇପାରିନଥିଲେ।

ଏହି ମ୍ୟାଚରେ ଇଂଲଣ୍ଡ ଦଳର ଅଧିନାୟକ ଜୋସ ବଟଲର ଟସ୍ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିଲା ​​ଏବଂ ୪୮.୨ ଓଭରରେ ସମସ୍ତ ୱିକେଟ୍ ହରାଇବା ପରେ ୩୨୯ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା।

ଇଂଲଣ୍ଡ ସାମ୍ନାରେ ବିଜୟ ପାଇଁ ୩୩୦ ରନ୍ ଲକ୍ଷ୍ୟ ଦେଇଥିଲା ଭାରତ। ସାତ ୱିକେଟ ହରାଇ କେବଳ ୨୦୦ ରନ୍‌ ସଂଗ୍ରହ କରିଥିଲା।

ଇଂଲଣ୍ଡ ଦଳକୁ ପ୍ରଥମ ଝଟକା ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦେଇଥିଲେ। ଭୁବି ଜେସନ୍ ରୟଙ୍କୁ ୧୪ ରନ୍ ରେ କ୍ଲିନ୍‌ ବୋଲ୍ଡ କରିଥିଲେ। ଭୁବି ମଧ୍ୟ ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲା ଏବଂ ସେ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋଙ୍କୁ ଗୋଟିଏ ରନ୍ ପରେ LBW ଆଉଟ୍‌ କରିଥିଲେ। ତୃତୀୟ ସଫଳତା ଟି ନଟରାଜନ ଭାରତ ପାଇଁ ଆଣିଥିଲେ, ଯିଏକି ବେନ ଷ୍ଟୋକ୍ସ ଆଉଟ କରିଥିଲେ ଏବଂ ଶିଖର ଧାୱନଙ୍କ ହାତରେ ବେନ୍‌ଷ୍ଟୋକ୍ସ ୩୫ ରନର ସ୍କୋରରେ କ୍ୟାଚ୍‌ ଟେକି ଦେଇଥିଲେ।

ଭାରତର ଚତୁର୍ଥ ସଫଳତା ଶାରଦୁଲ ଠାକୁରଙ୍କ ଦ୍ୱାରା ହାସଲ କରାଯାଇଥିଲା, ଯିଏ ଇଲଣ୍ଡ ଦଳର ଅଧିନାୟକ ଜସ ବଟଲରଙ୍କୁ ୧୫ ରନର ବ୍ୟକ୍ତିଗତ ସ୍କୋରରେ ଆଉଟ୍‌ କରିଥିଲେ। ପଞ୍ଚମ ଝଟକା ଲିଆମ୍ ଲିଭିଙ୍ଗଷ୍ଟୋନ୍ ଥିଲେ, ଯିଏ ୩୬ ସ୍କୋର କରି ଶାର୍ଦ୍ଦୁଲ ଠାକୁରଙ୍କ ଶିକାର ହୋଇଥିଲେ। ଡେଭିଡ ମାଲାନ ୪୮ ଟି ବଲରୁ ପ୍ରଥମ ODI ଆନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଥିଲେ, ମାତ୍ର ଦୁଇଟି ବଲ ପରେ ରୋହିତ ଶର୍ମା ଶାର୍ଦ୍ଦୁଲ ଠାକୁରଙ୍କ ବଲରେ କ୍ୟାଚ୍‌ ନେଇଥିଲେ।

ମୋଇନ୍ ଅଲିଙ୍କୁ ୨୯ ରନ୍ ସ୍କୋରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଭୁବନେଶ୍ୱର କୁମାର ଆଉଟ୍ କରିଥିଲେ।

ଭାରତର ଇନିଂସ, ଶିଖର, ପନ୍ତ ଏବଂ ହାର୍ଦ୍ଦିକଙ୍କ ଅର୍ଦ୍ଧଶତକ

ଟସ୍ ହାରିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ବାହାରି ୮ ଓଭରରେ ୫୦ ରୁ ଅଧିକ ରନ୍ ଯୋଡିଥିଲା। ରୋହିତ ଶର୍ମା ଶିଖର ଧାୱନଙ୍କ ସହିତ ଭାରତ ପାଇଁ ଏକ ଭଲ ଶୁଭାରମ୍ଭ କରିଥିଲେ। ଶିଖର ଧାୱନ ସିରିଜର ଦ୍ୱିତୀୟ ଅର୍ଦ୍ଧଶତକକୁ ମାତ୍ର ୪୪ ବଲରେ ସମାପ୍ତ କରିଥିଲେ। ପରବର୍ତ୍ତୀ ୬ ଓଭରରେ ଏହି ଯୋଡି ଆଉ ୫୦ ରନ୍ ଯୋଡିଥିଲେ ଏବଂ ଏହି ଉପାୟରେ ଦଳର ୧୦୦ ରନ୍ ୧୪ ଓଭରରେ ସମାପ୍ତ ହୋଇଥିଲା। ତେବେ ପରବର୍ତ୍ତୀ ଓଭରରେ ରୋହିତ ଶର୍ମା ୩୭ ରନ୍ ସ୍କୋର କରିବା ପରେ ଆଦିଲ ରସିଦଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲେ।

ଆଦିଲ ରସିଦ ଭାରତକୁ ଦ୍ୱିତୀୟ ଝଟକା ଦେଇଥିଲେ, ସେ ଶିଖର ଧାୱନଙ୍କୁ ୬୭ ରନର ବ୍ୟକ୍ତିଗତ ସ୍କୋରରେ ଆଉଟ୍ କରିଥିଲେ। ମୋଇନ୍ ଅଲି ଇଂଲଣ୍ଡପାଇଁ ତୃତୀୟ ସଫଳତା ଆଣିଥିଲେ, ଯିଏ ବିରାଟ କୋହଲିଙ୍କୁ ୭ ରନ୍ ର ବ୍ୟକ୍ତିଗତ ସ୍କୋରରେ କ୍ଲିନ୍‌ ବୋଲ୍ଡ କରିଥିଲେ। ଚତୁର୍ଥ ଝଟକା କେଏଲ ରାହୁଲଙ୍କ ରୂପରେ ଆସିଥିଲା, ଯିଏ ୧୮ ଟି ବଲ ଖେଳି କେବଳ ସାତ ରନ୍ ସଂଗ୍ରହ କରିଥିଲେ, ଏବଂ ମୋୟନ୍ ଅଲିଙ୍କ ହାତକୁ ଲିଆମ୍ ଲିଭିଙ୍ଗଷ୍ଟୋନ୍ ବଲରେ କ୍ୟାଚ୍‌ ଟେକି ଦେଇଥିଲେ।

କ୍ରମାଗତ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଋଷଭ ପନ୍ତ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୪୪ ବଲରୁ ତୃତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ। ୬୨ ବଲରେ ୭୮ ରନ୍ ସ୍କୋର କରିବା ପରେ ସାମ କୁରାନଙ୍କ ବଲରେ ଜସ୍ ବଟଲରଙ୍କ ଦ୍ୱାରା କ୍ୟାଚ୍‌ ଆଉଟ ହୋଇଥିଲେ। ଏହିପରି ଭାବରେ ଭାରତ ପଞ୍ଚମ ୱିକେଟ୍‌ ଯାଇଥିଲା। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ୩୬ ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ, ଯେଉଁଥିରେ ୪ ଟି ଚୌକା ଓ ୩ ଛକା ଅନ୍ତର୍ଭୁକ୍ତ ଥିଲା। ତେବେ ବେନ୍‌ ଷ୍ଟୋକ୍ସଙ୍କ ବଲରେ ୪୪ଟି ବଲରେ ୬୪ ରନ୍ ସ୍କୋର କରି କ୍ଲିନ୍‌ ବୋଲ୍ଡ ହୋଇଥିଲେ।

ସପ୍ତମ ଝଟକା ଶାର୍ଦୁଲ ଠାକୁରଙ୍କ ରୂପରେ ଆସିଥିଲା, ଯିଏ ୨୧ ବଲରୁ ୩୦ ସ୍କୋର କରିଥିଲେ। ଜୋସ ବଟଲର, ମାର୍କ ଉଡ୍‌ଙ୍କ ବଲ୍‌ରେ କ୍ୟାଚ୍‌ ଧରିଥିଲେ। ୩୪ ଟି ବଲରୁ ୨୫ ରନ ସ୍କୋର କରିଥିବା ଭାରତର କ୍ରୁନାଲ ପାଣ୍ଡ୍ୟା ମାର୍କ ଉଡ୍‌ଙ୍କ ବଲରେ ଜେସନ ରୟଙ୍କ ଦ୍ୱାରା କ୍ୟାଚ୍ କ୍ୟାଚ୍ ଧରାଯିବା ପରେ ଅଷ୍ଟମ ୱିକେଟ୍ ଖସିଥିଲା। ନବମ ୱିକେଟ୍ ଭାବରେ ପ୍ରସିଦ୍ଧ କୃଷ୍ଣଙ୍କୁ ମାର୍କ ଉଡ୍‌ ଆଉଟ୍‌ କରିଥିଲେ।

ଭାରତୀୟ ଦଳରେ ପରିବର୍ତ୍ତନ ହୋଇଥିଲା। ଆଜି ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ଟି ନଟରାଜନଙ୍କୁ ସୁଯୋଗ ମିଳିତିଲା। ଏଥି ସହିତ ଇଂଲଣ୍ଡ ମଧ୍ୟ ନିଜ ଦଳରେ ପରିବର୍ତ୍ତନ ଆଣିତିଲା। ମାର୍କ ଉଡ୍, ଟମ କୁରାନଙ୍କ ସ୍ଥାନରେ ଦଳକୁ ଫେରିଥିଲେ।

ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଭାରରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଜି ପ୍ରଥମେ ରୋହିତ ଶର୍ମା ଏବଂ ଶିଖର ଧାୱନ ଓପନିଂ କରିବାକୁ ଆସିଥିଲେ। ରୋହିତ ଶର୍ମା କେବଳ ୩୭ଟି ବଲ୍‌ ଖେଳି ୩୭ ରନ୍‌ କରି ଆଦିଲ୍‌ ରସିଦ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏହା ପରେ ଶିଖର ଧାୱନ ୫୬ଟି ବଲ୍‌ ଖେଳି ୬୭ ରନ୍‌ କରିଥିଲେ। ଏଥିରେ ସେ ୧୦ଟି ଚୌକା ମାରିଛନ୍ତି। ଏହା ପରେ ଅଧିନାୟକ ବିରାଟ କୋହଲି ଆସ କେବଳ ୧୦ଟି ବଲ୍‌ ଖେଳି ୭ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏହା ପରେ କେଏଲ୍‌ ରାହୁଲ ମଧ୍ୟ କେବଳ ୧୮ଟି ବଲ୍‌ ଖେଳି ୭ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ।

ଭାରତ ଏକାଦଶ :
ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), କେ.ଏଲ୍ ରାହୁଲ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଳ ପାଣ୍ଡ୍ୟା, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ଟି. ନଟରାଜନ୍, ପ୍ରସିଦ୍ଧ କୃଷ୍ଣ।
ଇଂଲଣ୍ଡ:
ଜେସନ ରୟ, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ, ମଲାନ୍‌, ଜୋସ୍ ବଟଲର (ଅଧିନାୟକ), ମୋଏନ୍ ଅଲି, ସାମ୍ କୁରାନ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଆଦିଲ ରସିଦ, ମାର୍କ ଉଡ୍, ରିସ ଟୋପଲି।
ସ୍କୋର କାର୍ଡ଼
ଇଣ୍ଡିଆ ଇନିଂସ

ଇଣ୍ଡିଆ ବ୍ୟାଟିଂ

ରନ୍‌ରେଟ୍ ୬.୮୦

ବ୍ୟାଟ୍ସମ୍ୟାନ୍ ରନ୍‌ ବଲ୍ SR ଚୌକା ଛକ୍କା ୱିକେଟ୍

ରୋହିତ ଶର୍ମା ବି ଆଦିଲ ରସିଦ ୩୭ ୩୭ ୧୦୦.୦୦ ୬ ୦

ଶିଖର ଧାୱନ c & b ଆଦିଲ ରସିଦ ୬୭ ୫୬ ୧୧୯.୬୪ ୧୦ ୦

ବିରାଟ କୋହଲି (CPT) ବି ମୋଏନ୍ ଅଲି ୭ ୧୦ ୭୦.୦୦ ୧ ୦

ଋଷଭ ପନ୍ତ (WKT) c ଜୋସ୍ ବଟଲର୍ b ସାମ କୁରାନ୍ ୭୮ ୬୨ ୧୨୫.୮୦ ୫ ୪

କେ.ଏଲ୍ ରାହୁଲ ସି ମୋଏନ୍ ଅଲି ବି ଲିଆମ୍ ଲିଭିଙ୍ଗଷ୍ଟୋନ୍ ୭ ୧୮ ୩୮.୮୮ ୦ ୦

ହାର୍ଦ୍ଦିକ ପାଣ୍ଡ୍ୟା ବି ବେନ୍ ଷ୍ଟୋକ୍ସ ୬୪ ୪୪ ୧୪୫.୪୫ ୫ ୪

କ୍ରୁନାଲ ପାଣ୍ଡ୍ୟା c ଜାସନ୍ ରୟ b ମାର୍କ କାଠ ୨୫ ୩୪ ୭୩.୫୨ ୦ ୦

ଶାର୍ଦ୍ଦୁଲ ଠାକୁର c ଜୋସ୍ ବଟଲର୍ b ମାର୍କ କାଠ ୩୦ ୨୧ ୧୪୨.୮୫ ୧ ୩

ଭୁବନେଶ୍ୱର କୁମାର c ସାମ୍ କୁରାନ୍ b Reece Topley ୩ ୫ ୬୦.୦୦ ୦ ୦

ପ୍ରସିଦ୍ଧ କୃଷ୍ଣ b ମାର୍କ କାଠ ୦ ୩ ୦.୦୦ ୦ ୦

ଟି ନଟରାଜନ ୦ ୦ ୦.୦୦ ୦ ୦ ଆଉଟ୍‌ ନୁହେଁ

EXTRAS (w ୧୦,b ୧) ୧୧

ମୋଟ (୧୦ ୱିକେଟ୍, ୪୮.୨ ଓଭର) ୩୨୯

ୱିକେଟ୍ ପତନ

୧-୧୦୩, (ରୋହିତ ଶର୍ମା, ୧୪.୪) ୨-୧୧୭, (ଶିଖର ଧାୱନ, ୧୬.୪) ୩-୧୨୧, (ବିରାଟ କୋହଲି, ୧୭.୪) ୪-୧୫୭, (କେ.ଏଲ୍ ରାହୁଲ, ୨୪.୨) ୫-୨୫୬, (ଋଷଭ ପନ୍ତ, ୩୫.୬) ୬-୨୭୬, (ହାର୍ଦ୍ଦିକ ପାଣ୍ଡ୍ୟା, ୩୮.୬) ୭-୩୨୧, (ଶାର୍ଦ୍ଦୁଲ ଠାକୁର, ୪୫.୬) ୮-୩୨୮, (କ୍ରୁନାଲ ପାଣ୍ଡ୍ୟା, ୪୭.୨) ୯-୩୨୯, (ପ୍ରସିଦ୍ଧ କୃଷ୍ଣ, ୪୭.୬) ୧୦-୩୨୯,

ଇଂଲଣ୍ଡ ବୋଲିଂ

ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ

ସାମ୍ କୁରାନ୍ ୫ ୪୩ ୧ ୮.୬୦ ୧୩ ୦

ରିସ୍ ଟୋପଲି ୯.୨ ୬୬ ୧ ୭.୦୭ ୨୫ ୦

ମାର୍କ ଉଡ୍‌ ୭ ୩୪ ୩ ୪.୮୫ ୨୫ ୧

ବେନ୍ ଷ୍ଟୋକ୍ସ ୭ ୪୫ ୧ ୬.୪୨ ୧୫ ୦

ଆଦିଲ ରସିଦ ୧୦ ୮୧ ୨ ୮.୧୦ ୨୧ ୦

ମୋଏନ୍ ଅଲି ୭ ୩୯ ୧ ୫.୫୭ ୧୮ ୦

ଲିଆମ୍ ଲିଭିଙ୍ଗଷ୍ଟୋନ୍ ୩ ୨୦ ୧ ୬.୬୬ ୧୦ ୦

ଇଂଲଣ୍ଡ ବ୍ୟାଟିଂ

ବ୍ୟାଟ୍ସମ୍ୟାନ୍ ରନ୍‌ ବଲ୍ SR ଚୌକା ଛକ୍କା
ଜାସନ୍ ରୟ b ଭୁବନେଶ୍ୱର କୁମାର ୧୪ ୬ ୨୩୩.୩୩ ୩ ୦
ଜନି ବେୟାରଷ୍ଟୋbw ଭୁବନେଶ୍ୱର କୁମାର ୧ ୪ ୨୫.୦୦ ୦ ୦
ବେନ୍ ଷ୍ଟୋକ୍ସ c ଶିଖର ଧାୱନ b ଟି ନଟରାଜନ ୩୫ ୩୯ ୮୯.୭୪ ୪ ୧
ଡେଭିଡ ମଲାନ c ରୋହିତ ଶର୍ମା b ଶାର୍ଦୁଲ ଠାକୁର ୫୦ ୫୦ ୧୦୦.୦୦ ୬ ୦
ଜୋସ୍ ବଟଲର୍ CPT WKTbw ଶାର୍ଦୁଲ୍ ଠାକୁର ୧୫ ୧୮ ୮୩.୩୩ ୨ ୦
ଲିଆମ୍ ଲିଭିଙ୍ଗଷ୍ଟୋନ୍ c & b ଶାର୍ଦୁଲ୍ ଠାକୁର ୩୬ ୩୧ ୧୧୬.୧୨ ୪ ୧
ମୋଇନ୍ ଅଲି c ହାର୍ଦ୍ଦିକ ପାଣ୍ଡ୍ୟା b ଭୁବନେଶ୍ୱର କୁମାର ୨୯ ୨୫ ୧୧୬.୦୦ ୨ ୨

ସାମ୍ କୁରାନ୍ ୯୫ ୮୩ ୧୧୪.୪୫ ୯୩ ଅପରାଜିତ

ଆଦିଲ ରସିଦ c ବିରାଟ କୋହଲି ବି ଶାର୍ଦ୍ଦୁଲ ଠାକୁର ୧୯ ୨୨ ୮୬.୩୬ ୨ ୦

ମାର୍କ ଉଡ୍ ରନ୍ ଆଉଟ୍ (ହାର୍ଦିକ ପାଣ୍ଡ୍ୟା / ଋଷଭ ପନ୍ତ) ୧୪ ୨୧ ୬୬.୬୬ ୧ ୦

ରିସି ଟୋପଲି ୧ ୧ ୧୦୦.୦୦ ୦ ୦ ଅପରାଜିତ

EXTRAS (w ୧୨,b ୧) ୧୩

ମୋଟ (୯ ୱିକେଟ୍, ୫୦ ଓଭର) ୩୨୨

ୱିକେଟ୍ ପତନ

୧-୧୪, (ଜେସନ୍ ରୟ, ୦.୬) ୨-୨୮, (ଜନି ବେୟାରଷ୍ଟୋ, ୨.୬) ୩-୬୮, (ବେନ୍ ଷ୍ଟୋକ୍ସ, ୧୦.୩) ୪-୯୫, (ଜୋସ୍ ବଟଲର୍, ୧୫.୧) ୫-୧୫୫, (ଲିଆମ୍ ଲିଭିଙ୍ଗଷ୍ଟୋନ୍, ୨୩.୫) ୬-୧୬୮, (ଡେଭିଡ୍ ମାଲାନ୍, ୨୫.୪) ୭-୨୦୦, (ମୋଏନ୍ ଅଲି, ୩୦.୩) ୮-୨୫୭, (ଆଦିଲ ରସିଦ, ୩୯.୨) ୯-୩୧୭, (ମାର୍କ ଉଡ୍, ୪୯.୧)

ଇଣ୍ଡିଆ ବୋଲିଂ

ବୋଲର୍ସ ଓଭର ରନ୍ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ

ଭୁବନେଶ୍ୱର କୁମାର ୧୦ ୪୨ ୩ ୪.୨୦ ୪୦ ୦

ଟି ନଟରାଜନ ୧୦ ୭୩ ୧ ୭.୩୦ ୨୯ ୦

ପ୍ରସିଦ୍ଧ କୃଷ୍ଣ ୭ ୬୨ ୦ ୮.୮୫ ୧୮ ୦

ଶାର୍ଦ୍ଦୁଲ ଠାକୁର ୧୦ ୬୭ ୪ ୬.୭୦ ୨୫ ୦

ହାର୍ଦ୍ଦିକ ପାଣ୍ଡ୍ୟା ୯ ୪୮ ୦ ୫.୩୩ ୨୩ ୦

କ୍ରୁନାଲ ପାଣ୍ଡ୍ୟା ୪ ୨୯ ୦ ୭.୨୫ ୭ ୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.