Home ଓଡ଼ିଶା ରଣପୁର ବିଧାୟକ ଙ୍କ ଦ୍ୱାରା ମିନି ଷ୍ଟାଡିୟମ୍ ଶିଳାନ୍ୟାସ

ରଣପୁର ବିଧାୟକ ଙ୍କ ଦ୍ୱାରା ମିନି ଷ୍ଟାଡିୟମ୍ ଶିଳାନ୍ୟାସ

27

ନୟାଗଡ /୨୮/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ମହାବିଦ୍ୟାଳୟ ମିନିଷ୍ଟାଡିୟମ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଙ୍କ ଦ୍ୱାରା ଶିଳାନ୍ୟାସ ହୋଇ ଯାଇଅଛି ।  ୨୦ଲକ୍ଷ ଟଙ୍କା ବ୍ୟୟ ବିନିମୟ ରେ ଏହି ମିନି ଷ୍ଟାଡିୟମ ନିର୍ମାଣ ହେବ । ୧୯୭୮ ମସିହା ରୁ ରଣପୁର ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ଏହି ମହାବିଦ୍ୟାଳୟର ଜାଗା ନିଜସ୍ୱ ନାମରେ ହୋଇନଥିଲା ।

ଏହି ମହାବିଦ୍ୟାଳୟର ଭଲ ଖେଳ ପଡିଆ ଟିଏ ବି ନଥିଲା । ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ଉଦ୍ୟମରେ ମହାବିଦ୍ୟଳୟ ଜାଗା ନିଜସ୍ୱ ନାମରେ ହୋଇଥିଲା । ଖେଳ ପଡିଆ ପାଇଁ ବିଧାୟକ ଉଦ୍ୟମ କରି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାୟ ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ବିଧାୟକଙ୍କୁ ସାଧୁବାଦ ଦେବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.