Home Coronavirus Outbreak ଦେଶରେ କରୋନା ନେଲା ୩,୮୪୭ ଜୀବନ ୨,୧୧,୨୯୮ ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ନେଲା ୩,୮୪୭ ଜୀବନ ୨,୧୧,୨୯୮ ନୂଆ ଆକ୍ରାନ୍ତ ଚିହ୍ନଟ

56

ନୂଆଦିଲ୍ଲୀ ୨୭-୫ (ଓଡ଼ିଆ ପୁଅ) ଦେଶରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଭାରତ ଗତ ୨୪ ଘଣ୍ଟା ମଧ୍ୟରେ ୨,୧୧,୨୯୮ ନୂତନ COVID୧୯ ମାମଲା ୨,୮୩,୧୩୫ ସୁସ୍ଥ ଏବଂ ୩୮୪୭ ମୃତ୍ୟୁ ରିପୋର୍ଟ ହୋଇଛି।

ମୋଟ ମାମଲା: ୨,୭୩,୬୯,୦୯୩
ଗତକାଲି ଡିସଚାର୍ଜ ହୋଇଛନ୍ତି – ୨,୮୩,୧୩୫
ସମୁଦାୟ ଡିସଚାର୍ଜ: ୨,୪୬,୩୩,୯୫୧
ମୋଟ ମୃତ୍ୟୁ ସଂଖ୍ୟା: ୩,୧୫,୨୩୫
ସକ୍ରିୟ ମାମଲା: ୨୪,୧୯,୯୦୭
ଗତକାଲି ଟୀକାକରଣ: ୧୮,୮୫,୮୦୫
ମୋଟ ଟୀକାକରଣ: ୨୦,୨୬,୯୫,୮୭୪

ଏହା ସହ ଦେଶରେ ମୋଟ ସକରାତ୍ମକ ମାମଲା ୨୪,୧୯,୯୦୭ ହୋଇଛି।

କରୋନା ସଂକ୍ରମଣ ହେତୁ ଗୋଟିଏ ଦିନରେ ୩,୮୪୭ ମୃତ୍ୟୁ ପରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ୩,୧୫,୨୩୫ ହୋଇଛି।

ଏଥି ସହିତ କରୋନାରୁ ୨,୪୬,୩୩,୯୫୧ ଲୋକ ଆରୋଗ୍ୟ ହୋଇଛନ୍ତି।

ଭାରତରେ ଆରୋଗ୍ୟ ହାର (୮୯,୬୬%)

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗୁରୁବାର ସକାଳ ଆଠଟା ପର୍ଯ୍ୟନ୍ତ କରୋନା ଭୂତାଣୁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୪,୧୯,୯୦୭ ଯାହା ସମୁଦାୟ ସଂକ୍ରମଣର (୯,୧୯%) ପ୍ରତିଶତ ଥିବାବେଳେ କରୋନାରୁ ଜାତୀୟ ପୁନରୁଦ୍ଧାର ହାର ରହିଛି (୮୯,୬୬%) ପ୍ରତିଶତ।

ତଥ୍ୟ ଅନୁଯାୟୀଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୨,୪୬,୩୩,୯୫୧ କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମଣରୁ ମୃତ୍ୟୁ ହାର (୧,୧୫%) ପ୍ରତିଶତ ରେକର୍ଡ କରାଯାଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ତଥ୍ୟ ଅନୁଯାୟୀCOVID୧୯ ପାଇଁ ୨୬ ମଇ ୨୦୨୧ ପର୍ଯ୍ୟନ୍ତ ୩୩,୬୯,୬୯,୩୫୩ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ନମୁନା ଗତକାଲି ୨୧,୫୭,୮୫୭ ପରୀକ୍ଷା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.