Home ଓଡ଼ିଶା ଯୋଡା : ତୃଟିପୂର୍ଣ୍ଣ ରାଜପଥ ନିର୍ମାଣ ଯୋଗୁଁ ଘରେ ପଶିଲା ପାଣି, ରାଜପଥ ଅବରୋଧ

ଯୋଡା : ତୃଟିପୂର୍ଣ୍ଣ ରାଜପଥ ନିର୍ମାଣ ଯୋଗୁଁ ଘରେ ପଶିଲା ପାଣି, ରାଜପଥ ଅବରୋଧ

172

ଯୋଡା,୨୬/୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ବିଲେଇପଦା ନିକଟରେ ନୂତନ ଭାବେ ନିର୍ମାଣ ହୋଇଥିବା ୫୨୦ ନଂ ଜାତୀୟ ରାଜପଥର ତୃଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ବିଲେଇପଦା ଠାରେ ଯାଇଥିବା ମୁର୍ଗାନାଳର ଉଭୟ ପାଶ୍ୱର୍ରେ ଥିବା ଘର ଗୁଡିକ ଜଳମଗ୍ନ ହୋଇଯିବା ଫଳରେ ସ୍ଥାନୀୟ ବାସିନ୍ଦା ମାନେ ନିଜର ପିଲାଛୁଆ ଧରି ହୀନସ୍ତା ହେଉଥିବା ଦେଖିବାକୁ ମିଳିଛି । ଏପରିକି ମଙ୍ଗଳବାର ସନ୍ଧ୍ୟା ଠାରୁ ଲୋକଙ୍କ ଘରେ ଚୁଲି ଜଳିନାହିଁ । ଘରର ଆସବାପତ୍ର ନାଳପାଣିରେ ଭାସୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଏହାର ବିରୋଧରେ ଜାତୀୟ ରାଜପଥ ୫୨୦କୁ ବିଲେଇପଦା ଠାରେ ଅବରୋଧ କରିଥିବା ଦେଖାଯାଇଛି । ସୂଚନାରୁ ଜଣାପଡିଛି ଯେ,ଏହି ମୁର୍ଗାନାଳଟି ମୁର୍ଗା ଜଙ୍ଗଲରୁ ବାହାରି ବିଲେଇପଦା ଦେଇ ସୁନାନଦୀରେ ମିଶିଛି । ଏହି ନାଳଟି ୫୨୦ ଜାତୀୟ ରାଜପଥକୁ ଅତିକ୍ରମ କରି ଯାଇଥିବା ବେଳେ ଏହିଜଳ ନିଷ୍କାସନ ପାଇଁ ରାସ୍ତା ନିର୍ମାଣ ଠିକାସଂସ୍ଥା ମଣ୍ଟେକାର୍ଲୋ କାମଚଳା ପାଇଁ ଏକ ଛୋଟ ହୋମପାଇପ ପକାଇ ଜଳ ନିଷ୍କାସନର ବ୍ୟବସ୍ଥା କରିଥିବା ବେଳେ ୟାସ ବାତ୍ୟାର ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ଫଳରେ ଏହି ନାଳରେ ଜଳ ନିଷ୍କାସନ ହୋଇନପାରି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଗ୍ରାମବାସୀ ରାସ୍ତାକୁ ମେସିନ ଦ୍ୱାରା କାଟି ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ଦାବି କରିଥିବା ବେଳେ ଏହି ରାସ୍ତା ଅବରୋଧ ଯୋଗୁଁ ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି । ତେବେ ରାସ୍ତାଟିକୁ ମେସିନ ଲଗାଇ କଟାଗଲେ ଯୋଡା ସହରଟି ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଘଟଣାସ୍ଥଳରେ ଅଗ୍ନୀଶମ ବିଭାଗ ପହଞô୍ଚ ଏହି ଜଳ ନିଷ୍କାସନର ବ୍ୟବସ୍ଥା କରୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଖବର ଲେଖାଯିବା ପର‌୍ୟ୍ୟନ୍ତ ରାସ୍ତା ଅବରୋଧ କରି ରଖିଥିବା ସୂଚନା ରହିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.