Home Coronavirus Outbreak ବେକାବୁ କରୋନା – ଦେଶରେ ୨୨, ୭୭୧ ନୂଆ ଆକ୍ରାନ୍ତ, ୨୪ ଘଣ୍ଟାରେ ୪୪୨ ମୃତ୍ୟୁ

ବେକାବୁ କରୋନା – ଦେଶରେ ୨୨, ୭୭୧ ନୂଆ ଆକ୍ରାନ୍ତ, ୨୪ ଘଣ୍ଟାରେ ୪୪୨ ମୃତ୍ୟୁ

111

ନୂଆଦିଲ୍ଲୀ ୪-୭ (ଓଡ଼ିଆ ପୁଅ) ଭାରତରେ କରୋନାଭାଇରସ୍ ୨୨, ୭୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାରା ଦେଶରେ ମୋଟ ମାମଲା ୬୪୮, ୩୧୫ କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨,୩୫,୪୩୩, ଡିସଚାର୍ଜ ରୋଗୀ ୩,୯୪,୨୨୬ ଏବଂ ୧୮,୬୫୫ ମୃତ ହୋଇଛି। ଦେଶରେ ୪୪୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୧୪, ୩୩୫ ଜଣଙ୍କୁ ଡିସଚାର୍ଜ କରାଯାଇଥିଲା।

ମହାରାଷ୍ଟ୍ରରେ ୬୩୬୪ ଟି ନୂଆ କରୋନା ଜୀବାଣୁ ସଂକ୍ରମଣ ହୋଇଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ। ଏହା ସହ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ଏକ ଲକ୍ଷ ୯୨ ହଜାର ୯୯୦ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏ ସମ୍ପର୍କରେ ସୂଚନା ଦେଇଛି। ବିଭାଗ କହିଛି ଯେ ରାଜ୍ୟରେ ମହାମାରୀ ଯୋଗୁଁ ୧୯୮ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁ କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୮୩୭୬ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.