Home ଓଡ଼ିଶା ତିନିମାସ ପରେ ଦେଶର ଦୈନିକ ନୂତନ ମାମଲା ସର୍ବନିମ୍ନ – ୧୧ ସପ୍ତାହ ପରେ...

ତିନିମାସ ପରେ ଦେଶର ଦୈନିକ ନୂତନ ମାମଲା ସର୍ବନିମ୍ନ – ୧୧ ସପ୍ତାହ ପରେ ସକ୍ରିୟ ମାମଲା ୬.୨୫ ଲକ୍ଷ

68

ନୂଆ ଦିଲ୍ଲୀ ୨୭-୧୦ (ଓଡ଼ିଆ ପୁଅ) ଦେଶ କୋଭିଡ ବିରୁଦ୍ଧରେ ଆରମ୍ଭ କରିଥିବା ସଂଗ୍ରାମରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬, ୫୦୦ରୁ କମ (୩୬, ୪୭୦) ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ଜୁଲାଇ ୧୮ରେ ୩୪, ୮୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଅଧିକରୁ ଅଧିକ କରୋନା ସଂକ୍ରମିତ ଦୈନିକ ସୁସ୍ଥ ହେବା ଯୋଗୁଁ ମୃତ୍ୟୁ ହାର ହ୍ରାସ ପାଇବା ସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମ ହେବାରେ ଲାଗିଛି।

ଆଉ ଏକ ଘଟଣା କ୍ରମରେ ସକ୍ରିୟ ମାମଲା ମଧ୍ୟ ଆଶାତୀତ ୬.୨୫ ଲକ୍ଷକୁ ହ୍ରାସ ପାଇଛି। ଦେଶରେ ବର୍ତ୍ତମାନ ୬, ୨୫, ୮୫୭ ଜଣ ସକ୍ରିୟ ରୋଗୀ ଥିବା ବେଳେ ଏହା ମୋଟ ସଂକ୍ରମିତଙ୍କ ମାତ୍ର ୭.୮୮ ପ୍ରତିଶତ ବୋଲି ଜଣାପଡିଛି।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା ସଅଳ ଚିହ୍ନଟ, ଦେଶବ୍ୟାପୀ ବ୍ୟାପକ ନମୁନା ପରୀକ୍ଷା ଓ ଦକ୍ଷ ଚିକିତ୍ସା ଭଳି କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ରଣନୀତି ଓ ନିୟମାବଳୀଗୁଡିକର ଅନୁସରଣ ଯୋଗୁଁ ଏଭଳି ସଫଳତା ହାସଲ ହୋଇପାରିଛି। ଏହାଛଡା ଡାକ୍ତର, ସ୍ଵାସ୍ଥ୍ୟକର୍ମୀ ଓ କୋଭିଡ-୧୯ ସଂଗ୍ରାମରେ ନିୟୋଜିତ ସମ୍ମୁଖ ଓ ଅନ୍ୟାନ୍ୟ କୋଭିଡ ଯୋଦ୍ଧାଙ୍କ ନିଃସ୍ଵାର୍ଥପର ସେବା ଯୋଗୁଁ ଏହା ସମ୍ଭବପର ହୋଇପାରିଛି।

ଶତକଡା ୩୫ ଭାଗ ସକ୍ରିୟ ମାମଲା ଦେଶର ମାତ୍ର ୧୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛି। ସୁସ୍ଥତା ହାର ଅଧିକ ହେଉଥିବାରୁ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଇଛି।

ସୁସ୍ଥ ରୋଗୀଙ୍କ ସଂଖ୍ୟା ୭୨ ଲକ୍ଷ (୭୨, ୦୧, ୦୭୦) ଅତିକ୍ରମ କରିଥିବା ବେଳେ ସୁସ୍ଥତା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ୬୫, ୭୫, ୨୧୩ରେ ଆଜି ପହଞ୍ଚିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୬୩, ୮୪୨ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଦେଶରେ ଆରୋଗ୍ୟ ହାର ୯୦.୬୨ ପ୍ରତିଶତରେ ପହଞ୍ଚିଛି।

ଶତକଡା ୭୮ ଭାଗ ସୁସ୍ଥ ରୋଗୀ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି।

ଗୋଟିଏ ଦିନରେ ମହାରାଷ୍ଟ୍ରରେ ସର୍ବାଧିକ ୯ ହଜାର ସୁସ୍ଥ ହୋଇଥିବା ବେଳେ ତା’ପଛକୁ କର୍ଣ୍ଣାଟକରୁ ୮ ହଜାର ସୁସ୍ଥ ହୋଇଛନ୍ତି।

ଶତକଡା ୭୬ ଭାଗ ନୂତନ ଭାବେ ଚିହ୍ନଟ ରୋଗୀ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହୋଇଥିବା ଜଣାପଡିଛି।

କେରଳ ଓ ପଶ୍ଚିମବଙ୍ଗରେ ୪ ହଜାରରୁ ଉର୍ଦ୍ଧ୍ଵ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ୩ ହଜାରରୁ ଅଧିକ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୮୮ ଜଣ ସଂକ୍ରମିତଙ୍କ ପ୍ରାଣହାନୀ ହୋଇଥିବା ବେଳେ ସେଥିମଧ୍ୟରୁ ଶତକଡା ୮୦ ଭାଗ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବୋଲି ଜଣାପଡିଛି। କ୍ରମାଗତ ଭାବେ ଦ୍ଵିତୀୟ ଦିନ ନିମନ୍ତେ ମୃତ୍ୟୁ ସଂଖ୍ୟା ୫୦୦ରୁ କମ ରହିଛି।

ମହାରାଷ୍ଟ୍ରରେ ସର୍ବାଧିକ ଗୋଟିଏ ଦିନରେ ୮୪ ଜଣଙ୍କ ମୃତ୍ୟୁ ଘଟିଛି।

ମୃତ୍ୟୁ ହାର ଦେଶରେ ଶତକଡା ୧.୫୦ ପ୍ରତିଶତ ରେକର୍ଡ କରାଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.