Home ଓଡ଼ିଶା କତା ଓ କତା ଜାତୀୟ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ଭାରତର ସର୍ବକାଳୀନ ରେକର୍ଡ

କତା ଓ କତା ଜାତୀୟ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ଭାରତର ସର୍ବକାଳୀନ ରେକର୍ଡ

629

ନୂଆ ଦିଲ୍ଲୀ ୧୫-୭ (ଓଡ଼ିଆ ପୁଅ) ଭାରତ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭୫୭.୯୦ କୋଟି ଟଙ୍କାର କତା ଓ ଅନ୍ୟାନ୍ୟ କତା ଜାତୀୟ ସାମଗ୍ରୀ ରପ୍ତାନୀ କରି ଏକ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଛି। ୨୦୧୮-୧୯ ବର୍ଷ ତୁଳନାରେ ଏହି ରପ୍ତାନୀ ପରିମାଣ ୩୦ କୋଟି ଟଙ୍କା ଅଧିକ। ୨୦୧୯-୨୦ରେ ଭାରତ ୯, ୮୮, ୯୯୬ ମେଟ୍ରିକ ଟନ କତା ଓ କତା ଜାତୀୟ ସାମଗ୍ରୀ ରପ୍ତାନୀ କରିଥିବାବେଳେ ପୂର୍ବବର୍ଷ ଏହି ରପ୍ତାନୀ ପରିମାଣ ଥିଲା ୯, ୬୪, ୦୪୬ ମେଟ୍ରିକ ଟନ। ଏହି ରପ୍ତାନୀ ସାମଗ୍ରୀ ମଧ୍ୟରେ କତାଗୁଣ୍ଡ, କତା ଗାଲିଚା, କତାରେ ତିଆରି ଜିଓ ଟେକ୍ସଟାଇଲ, ଦଉଡି, ପାୱାରଲୁମ୍‌, ହ୍ୟାଣ୍ଡଲୁମ୍‌ ମ୍ୟାଟ୍‌ ଓ ପା’ପୋଛ ଆଦି ଅନ୍ତର୍ଭୁକ୍ତ। ଏହି ରପ୍ତାନୀ ଉଭୟ ପରିମାଣ ଓ ମୂଲ୍ୟ ଦୃଷ୍ଟିରୁ ରେକର୍ଡ ଛୁଇଁଛି ଏବଂ ଏଥିରେ ଭଲ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ ହ୍ୟାଣ୍ଡଲୁମ୍‌ ମ୍ୟାଟ, କତା ଦଉଡି, ରବର ମିଶ୍ରିତ କତାଗୁଣ୍ଡ ଏବଂ ପାୱାରଲୁମ୍‌ ମ୍ୟାଟ୍‌ ଆଦିର ରପ୍ତାନୀ ପରିମାଣ କମିଥିଲେ ମଧ୍ୟ ମୂଲ୍ୟ ଦୃଷ୍ଟିରୁ ଏ ବାବଦ ଆୟ ବଢିଛି।

– କେବଳ କତା ଗୁଣ୍ଡରୁ ୧୩୪୯.୬୩ କୋଟି ଟଙ୍କା ଆୟ ହୋଇଥିବାବେଳେ ଏହା ମୋଟ କତା ଜାତୀୟ ସାମଗ୍ରୀ ରପ୍ତାନୀର ୪୯ ଭାଗ।

– କତା ତନ୍ତୁର ରପ୍ତାନୀ ପରିମାଣ ମୋଟ ରପ୍ତାନୀର ୧୮ ଶତାଂଶ ହୋଇଥିବାବେଳେ ଏ ବାବଦରେ ଆୟ ହୋଇଛି ୪୯୮.୪୩ କୋଟି ଟଙ୍କା।

– ଏହି ରପ୍ତାନୀରେ ମୂଲ୍ୟ ମିଶ୍ରିତ ସାମଗ୍ରୀର ଅଂଶ ମୋଟ ରପ୍ତାନୀର ୩୩ ଭାଗ।

– ମୂଲ୍ୟ ମିଶ୍ରିତ ସାମଗ୍ରୀ ମଧ୍ୟରେ ଟପ୍‌ଟେଡ ମ୍ୟାଟ୍‌ର ରପ୍ତାନୀ ସର୍ବାଧିକ ହୋଇଥିବାବେଳେ ଆୟ ଅନୁସାରେ ଏହା ୨୦ ଶତାଂଶ।

– ଏହି ଏକ ବର୍ଷ ମଧ୍ୟରେ କତା ଓ କତା ଜାତୀୟ ସାମଗ୍ରୀରେ ରପ୍ତାନୀରେ କୌଣସି ହ୍ରାସ ଘଟିନାହିଁ। ଏହାର ଅର୍ଥ ଏସବୁ ସାମଗ୍ରୀର ବିଦେଶୀ ବଜାର ଠିକ୍‌ଠାକ୍‌ ଅଛି ଏବଂ ଭାରତୀୟ ରପ୍ତାନୀକାରୀ ଓ ଉଦ୍ୟୋଗୀ ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ।

– କତା ଓ କତା ଜାତୀୟ ଦ୍ରବ୍ୟର ଘରୋଇ ବଜାର ମଧ୍ୟ ଭଲ ରହିଛି ଏବଂ ଏହା କ୍ରମଶଃ ବଢୁଛି।

– ଦେଶର ବିଭିନ୍ନ ବନ୍ଦର ମାଧ୍ୟମରେ ଏସବୁ ସାମଗ୍ରୀର ୯୯ ଶତାଂଶ ରପ୍ତାନୀ କରାଯାଇଛି। ଅଧିକାଂଶ ରପ୍ତାନୀ ଟୁଟିକୋରିନ୍‌, କୋଚିନ ଓ ଚେନ୍ନଇ ବନ୍ଦର ଦେଇ ହୋଇଛି। ଏହାଛଡା ବିଶାଖାପାଟଣା, ମୁମ୍ବଇ, କଲକାତା ବନ୍ଦର ଦେଇ ମଧ୍ୟ ଏହିସବୁ ସାମଗ୍ରୀ ରପ୍ତାନୀ କରାଯାଉଛି। କିଛି କତା ଓ କତା ଜାତୀୟ ସାମଗ୍ରୀ ମଧ୍ୟ କନ୍ନୁର, କୋଏମ୍ବାଟୁର ଏବଂ ରେକ୍‌ସୁଆଲରୁ ସଡକପଥରେ କେତେକ ପଡୋଶୀ ଦେଶକୁ ପଠାଯାଉଛି।

– କେଉଁ ବନ୍ଦରରୁ କେତେ କତା ଜାତୀୟ ସାମଗ୍ରୀ ରପ୍ତାନୀ କରାଯାଇଛି ତାହାର ସବିଶେଷ ବିବରଣୀ ନିମ୍ନରେ ପ୍ରଦତ୍ତ ଟେବୁଲରେ ଉଲ୍ଲେଖ କରାଯାଇଛି।

Port-wise Export (୨୦୧୯-୨୦)

Sl- No- Port/ Place of Export Qty-

(MT) Value

(Rs-।akhs)

୧ Tuticorin ୫୧୯୧୪୪ ୧୨୨୯୧୦.୩୯

୨ Cochin ୨୧୭୯୩୦ ୧୦୭୦୨୩.୬୯

୩ Chennai ୨୩୮୯୭୦ ୪୩୧୫୯.୯୩

୪ Vishakapatanam ୧୧୫୭୮ ୧୮୭୧.୨୬

୫ Mumbai ୧୧୪୫ ୫୯୬.୧୫

୬ Kolkata ୧୧୩ ୧୩୧.୮୯

୭ Bangalore ୪୧ ୫୮.୧୯

୮ Others (By Road) ୭୫ ୩୮.୬୩

Total ୯୮୮୯୯୬ ୨୭୫୭୯୦.୧୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.