Home ଅନୁଗୁଳ ୧୭ ତାରିଖରେ ଜିଲ୍ଲାବ୍ୟାପୀ ଦାବି ଦିବସ ପାଳନ କରିବାକୁ ଆହ୍ୱାନ

୧୭ ତାରିଖରେ ଜିଲ୍ଲାବ୍ୟାପୀ ଦାବି ଦିବସ ପାଳନ କରିବାକୁ ଆହ୍ୱାନ

205

ଅନୁଗୋଳ,୧୫/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପେଟ୍ରୋଲ,ଡିଜେଲ୍‌, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦରବୃଦ୍ଧି ବନ୍ଦ କରିବା,କୋଇଲାଖଣି, ରେଳ, ବ୍ୟାଙ୍କ, ବୀମା,ଟେଲିକମ୍ କ୍ଷେତ୍ରରେ ଘରୋଇକରଣ ବନ୍ଦ କରିବା, ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ କରିବା ସହିତ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର,ନର୍ସ,କର୍ମଚାରୀ ନିଯୁକ୍ତି କରି ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେବା, ଜିଲ୍ଲାରେ କରୋନା ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ସହିତ ସହର, ଗାଁ, ସାହି, ପଡାକୁ ଯୁଦ୍ଧକାଳୀନ ଭିତିରେ ସାନିଟାଇଜ୍ କରିବା, ଦୁଇ ବର୍ଷ ପର୍ଯ୍ୟନ୍ତ ନୂତନ ନିଯୁକ୍ତି ବନ୍ଦ, ପଦବୀ ଉଚ୍ଛେଦ, ଛଟେଇ ନିଷ୍ପତି ପ୍ରତ୍ୟାହାର ସହିତ ଶ୍ରମ ଆଇନ୍ ସଂଶୋଧନ ବନ୍ଦ କରିବା,ପ୍ରବାସୀ ଶ୍ରମିକମାନଙ୍କ ତାଲିକା ପ୍ରସ୍ତୁତ କରି ଯୋଗ୍ୟତା ଭିତିରେ ବର୍ଷସାରା କାମ ଯୋଗାଇଦେବା, ଜିଲ୍ଲାରେ ସମସ୍ତ ଖଣି, ଶିଳ୍ପ ସଂସ୍ଥାମାନଙ୍କରେ ୩୦% ଶ୍ରମିକଙ୍କୁ ନେଇ ଉପଯୁକ୍ତ ସତର୍କତା ପାଳନ କରି କାମ କରାଯାଉ ଏବଂ ଶ୍ରମିକ ଛଟେଇ ବନ୍ଦ କରି ଶ୍ରମିକମାନଙ୍କୁ ନିୟମିତ ମଜୁରୀ ପ୍ରଦାନ କରିବା,ଅଣ ସଂଗଠିତ ଶ୍ରମିକ,ଉଠା ଦୋକାନୀ,ଅଟୋଚାଳକ,ରିକ୍ସାଚାଳକ,ଦର୍ଜି, ପାଚିକା, ପରିଚାରିକା,ଆଶା,ଅଙ୍ଗନୱାଡିମାନଙ୍କୁ ଆର୍ôଥକ ସହାୟତା ଯୋଗାଇଦେବା, ଚାଷୀ ଉତ୍ପାଦିତ ଦ୍ରବ୍ୟ ସରକାର ଉପଯୁକ୍ତ ମୂଲ୍ୟଦେଇ କ୍ରୟ କରିବା ସହିତ ଚାଷୀମାନଙ୍କୁ ସାର,ବୀହନ,କୀଟନାଶକ ଔଷଧ,କୃଷି ଯନ୍ତ୍ରପାତି ମାଗଣାରେ ଯୋଗାଇ ଦେବା,ହାତୀ ଉପଦ୍ରବ ଓ ବନ୍ୟଜନ୍ତୁଙ୍କ ଆକ୍ରମଣ ବନ୍ଦ ପାଇଁ ବାସ୍ତବ ପଦକ୍ଷେପ ଗ୍ରହଣ କରିବା,ଅଭୟାରଣ୍ୟ ପ୍ରତିଷ୍ଠା ଆଳରେ ଜଙ୍ଗଲ ଅଧିବାସୀ,ବନବାସୀମାନଙ୍କୁ ଉଚ୍ଛେଦ ବନ୍ଦ କରିବା,ବିଦ୍ୟୁତ୍ କ୍ଷେତ୍ରର ଘରୋଇକରଣ ବନ୍ଦ କରିବା ସହିତ ସମସ୍ତ ବିଦ୍ୟୁତ ଦେୟ ଛାଡ କରିବା, ୫୫ନଂ ଜାତୀୟ ରାଜପଥକୁ ଯୁଦ୍ଧକାଳୀନ ଭିତିରେ ନିର୍ମାଣ ଓ ମରାମତି କରିବା,ସି.ବି.ଏସ୍‌.ଇ ପାଠ୍ୟକ୍ରମରୁ ମାନବିକ ମୂଲ୍ୟବୋଧ ସଂସ୍କୃତି, ଧର୍ମନିରପେକ୍ଷତା,ବିମୁଦ୍ରାୟନ ସମ୍ପର୍କିତ ପାଠ୍ୟକ୍ରମ ହଟାଇବା ବନ୍ଦ କରିବା, ଶିକ୍ଷା କ୍ଷେତ୍ରରେ ସମସ୍ତ ଫିସ୍ ଛାଡ କରିବା ସହିତ ସତର୍କତା ଅବଲମ୍ବନ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା, କରୋନା ଆଳରେ ଗଣତାନ୍ତ୍ରିକ ଆନ୍ଦୋଳନକୁ ନିଷିଦ୍ଧ କରିବା ନିଷ୍ପତିକୁ ପ୍ରତ୍ୟାହାର କରିବା,ମଦ,ମାଦକ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଆଦି ୧୭ଦଫା ଦାବିରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ଅନୁଗୋଳ ଜିଲ୍ଲା କମିଟି ପକ୍ଷରୁ ଆସନ୍ତା ୧୭ ଜୁଲାଇ ଜିଲ୍ଲାବ୍ୟାପୀ ଦାବି ଦିବସ ପାଳିତ ହେବ ବୋଲି ପ୍ରକାଶ କରାଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛିଯେ, ମହାମାରୀ କରୋନା ଯୋଗୁଁ ଜନଜୀବନ ବହୁ ସଂକଟ ମ୍ମଦେଇ ଗତି କରୁଛି । ଜନସାଧାରଣ ବଂଚିବା ପାଇଁ ନାହିଁ ନଥିବା ସଂଗ୍ରାମ କରୁଛନ୍ତି । ଗୋଟିଏ ଜନମଙ୍ଗଳକାରୀ ରାଷ୍ଟ୍ରରେ ସରକାରମାନେ ଜନସାଧାରଣଙ୍କ ସ୍ୱାର୍ଥକୁ ଗୁରୁତ୍ୱଦେବା ପରିବର୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବୋଝ ଉପରେ ଲଲିତା ବିଡା ସଦୃଶ ଗୋଟିଏ ଗୋଟିଏ ଜନବିରୋଧି ନୀତି ଗ୍ରହଣ କରିବା ସହିତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ମୂଲ୍ୟବୃଦ୍ଧି କରି ଚାଲିଛନ୍ତି । ଏହାକୁ ଜିଲ୍ଲାର ସର୍ବସ୍ତରର ଜନସାଧାରଣ ବିରୋଧ କରିବାସହିତ ନ୍ୟାୟ ସଙ୍ଗତ ଦାବିରେ ସଚେତନ, ସଂଗଠିତ ଓ ଦୀର୍ଘସ୍ଥାୟୀ ଜନଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.