Home Top News T-20 ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା : ଧୋନୀଙ୍କୁ ମିଳିଲା ଏହି ଦାୟିତ୍ୱ

T-20 ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା : ଧୋନୀଙ୍କୁ ମିଳିଲା ଏହି ଦାୟିତ୍ୱ

125

ନୂଆ ଦିଲ୍ଲୀ ୮ ସେପ୍ଟେମ୍ବର (ଓଡ଼ିଆ ପୁଅ) : ଟି-୨୦ ବିଶ୍ୱକପ୍‌ ପାଇଁ ବିସିସିଆଇ ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା କରିଛି। ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ମୁମ୍ବାଇରେ ଆୟୋଜିତ ଏକ ବୖଠକରେ ଏହି ଘୋଷଣା କରିଛି। ତେବେ ୧୫ ଜଣିଆ ଟିମ୍‌ରେ

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ କିପର), ଇଶାନ କିଶାନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଭୁବନେଶ୍ୱର କୁମାର, ମହମ୍ମଦ୍ ଶାମି

ଷ୍ଟାଣ୍ଡବାଇ ଖେଳାଳି – ଶ୍ରେୟସ୍ ଆୟର, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର

ତେବେ ଏହି ଚୟନକମିଟିର ଖାସ୍‌ ଆକର୍ଷଣ ରହିଛି – ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ଟିମ୍‌ର ମେଣ୍ଟର ରହିବେ।

ସୂଚନାଯୋଗ୍ୟଯେ, ଅକ୍ଟୋବର ୧୭ ତାରିଖରୁ ଓମାନ ଓ ୟୁଏଇରେ ଖେଳାଯିବ ଟି-୨୦ ବିଶ୍ୱକପ୍‌।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.