Home Top News ଭାରତରେ ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ

ଭାରତରେ ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ

11

ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ନିରବଚ୍ଛିନ୍ନ ଭାବେ ହ୍ରାସ ଘଟିଚାଲିବା ପରେ ଶିଶୁ ମୃତ୍ୟୁ ହାର (ଆଇଏମଆର), ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ମୃତ୍ୟୁ ହାର (ୟୁ୫ଏମଆର) ଏବଂ ନବଜାତ ମୃତ୍ୟୁ ହାର (ଏନଏମଆର)ରେ ଆହୁରି ହ୍ରାସ ଘଟିଛି।

କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ, ମଜଭୁତ କେନ୍ଦ୍ର-ରାଜ୍ୟ ସହଭାଗୀତା ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କ ସମର୍ପଣ ମନୋଭାବ ସହିତ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଶିଶୁ ମୃତ୍ୟୁ ହାରରେ ଏସଡିଜି ୨୦୩୦ ଲକ୍ଷ୍ୟ ହାସଲ କରିବା ସକାଶେ ପ୍ରସ୍ତୁତ: ଡକ୍ଟର ମନସୁଖ ମାଣ୍ଡବ୍ୟ

ଭାରତକୁ ଶିଶୁ ମୃତ୍ୟୁ ହାରକୁ ଆହୁରି ହ୍ରାସ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି  ପ୍ରାପ୍ତ ହୋଇଛି। ରେଜିଷ୍ଟ୍ରାର୍‌ ଜେନେରାଲ ଅଫ୍‌ ଇଣ୍ଡିଆ (ଆରଜିଆଇ) ଦ୍ୱାରା ସେପ୍ଟେମ୍ବର ୨୨, ୨୦୨୨ ତାରିଖ ଦିନ ଜାରି କରାଯାଇଥିବା ନମୁନା ପଂଜୀକରଣ ପ୍ରଣାଳୀ (ଏସଆରଏସ) ସାଂଖ୍ୟିକ ରିପୋର୍ଟ ୨୦୨୦ ଅନୁସାରେ ଦେଶରେ ୨୦୧୪ଠାରୁ ଆଇଏମଆର, ୟୁ୫ଏମଆର ଏବଂ ଏନଏମଆରେ ହ୍ରାସ ଆସିଛି ଏବଂ ଏବଂ ଦେଶ ୨୦୩୦ ପର୍ଯ୍ୟନ୍ତ ପୋଷଣୀୟ ବିକାଶ ଲକ୍ଷ୍ୟ (ଏସଡିଜି) ପ୍ରାପ୍ତ କରିବା ଦିଗରେ ଆଗକୁ ଅଗ୍ରସର ହେଉଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ ଏହି ଉପଲବ୍ଧି ଉପରେ ଦେଶକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ସମସ୍ତ ସ୍ୱାସ୍ଥ୍ୟକର୍ମୀ, ସେବା କାର୍ଯ୍ୟରେ ନିୟୋଜିତ ଲୋକ ତଥା ସମୁଦାୟ ସଦସ୍ୟମାନଙ୍କୁ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି – “ଏସଆରଏସ ୨୦୨୦ରେ ୨୦୧୪ଠାରୁ ଶିଶୁ ମୃତ୍ୟୁ ହାରରେ ଲଗାତାର ଭାବେ ହ୍ରାସ ଘଟିଥିବା ପରିଲକ୍ଷିତ ହୋଇଛି। ଭାରତ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମମାନ, ମଜଭୁତ କେନ୍ଦ୍ର-ରାଜ୍ୟ ସହଭାଗୀତା ତଥା ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କ ସମର୍ପଣ ଭାବେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଶିଶୁ ମୃତ୍ୟୁ ହାରକୁ ୨୦୩୦ ଏସଡ଼ିଜି ଲକ୍ଷ୍ୟକୁ ପ୍ରାପ୍ତ କରିବା ନିମନ୍ତେ ପ୍ରସ୍ତୁତ ଅଛି।”

ସଂକେତକ ଏସଆରଏସ ୨୦୧୪ ଏସଆରଏସ ୨୦୧୯ ଏସଆରଏସ ୨୦୨୦
ଅଶୋଧିତ ଜନ୍ମ ହାର (ସିବିଆର) 21.0 19.7 19.5
ମୋଟ ପ୍ରଜନନ ହାର 2.3 2.1 2.0
ପ୍ରାରମ୍ଭିକ ନବଜାତ ମୃତ୍ୟୁ ହାର (ଇଏନଏମଆର)-୦-୭ ଦିନ 20 16 15
ନବଜାତ ମୃତ୍ୟୁ ହାର (ଏନଏମଆର) 26 22 20
ଶିଶୁ ମୃତ୍ୟୁ ହାର (ଆଇଏମଆର) 39 30 28
୫ ବର୍ଷ ଠାରୁ କମ୍‌ ବୟସର ଶିଶୁଙ୍କ ମୃତ୍ୟୁ ହାର (ୟୁ୫ଏମଆର) 45 35 32

ଲଗାତାର ଭାବେ ହ୍ରାସ ଘଟିଚାଲିବା ପରେ ଆଇଏମଆର, ୟୁ୫ଏମଆର ଏବଂ ଏନଏମଆରରେ ଆହୁରି ମଧ୍ୟ ହ୍ରାସ ଘଟିଛି।

  • ଦେଶରେ ପାଞ୍ଚବର୍ଷରୁ କମ୍‌ ଆୟୁବର୍ଗର ଶିଶୁମାନଙ୍କ ମୃତ୍ୟୁ ହାର (ୟୁ୫ଏମଆର)ରେ ୨୦୧୯ଠାରୁ ତିନି ଅଙ୍କର (ବାର୍ଷିକ ହ୍ରାସ ଦର ୮.୬ ପ୍ରତିଶତ) (୨୦୧୯ରେ ପ୍ରତି ୧୦୦୦ ଜୀବିତ ଜନ୍ମ ୩୫ ପ୍ରତିଶତ ତୁଳନାରେ ୨୦୨୦ରେ ୩୨ ପ୍ରତି ୧,୦୦୦ ଜୀବିତ ଜନ୍ମ)। ଏଥିରୁ ଗ୍ରାମୀଣ କ୍ଷେତ୍ରର ୩୬ରୁ ସହରୀ କ୍ଷେତ୍ରରେ ୨୧ ପର୍ଯ୍ୟନ୍ତ ପାର୍ଥକ୍ୟ ରହିଛି।
    • ବାଳିକାମାନଙ୍କ ନିମନ୍ତେ ୟୁ୫ଏମଆର ବାଳକ (୩୧) ତୁଳନାରେ ଅଧିକ (୩୩) ରହିଛି।
    • ୟୁ୫ଏମଆରରେ ସର୍ବାଧିକ ହ୍ରାସ ଉତ୍ତର ପ୍ରଦେଶ (୫ ଅଙ୍କ) ତଥା କର୍ଣ୍ଣାଟକ ( ୫ ଅଙ୍କ)ରେ ଦେଖିବାକୁ ମିଳିଛି।
    • ଶିଶୁ ମୃତ୍ୟୁ ହାର (ଆଇଏମଆର)ରେ ମଧ୍ୟ ୨୦୧୯ରେ ପ୍ରତି ୧୦୦୦ ଜୀବିତ ଜନ୍ମ ମଧ୍ୟରୁ ୩୦ରୁ ୨୦୨୦ରେ ପ୍ରତି ୧୦୦୦ ଜୀବିତ ଜନ୍ମରେ ୨୮ ସହିତ ୨ ଅଙ୍କର ହ୍ରାସ ହାସଲ କରାଯାଇଛି। (ବାର୍ଷିକ ହ୍ରାସ ହାର: ୬.୭ ପ୍ରତିଶତ)।
  • ଗ୍ରାମୀଣ- ସହରୀ ପାର୍ଥକ୍ୟ ସୀମିତ ହୋଇ ୧୨ ଅଙ୍କକୁ ଆସିଯାଇଛି। (ସହରାଞ୍ଚଳ କ୍ଷେତ୍ର ୧୯, ଗ୍ରାମୀଣ କ୍ଷେତ୍ର- ୩୧)।
  • ୨୦୨୦ରେ କୌଣସି ଲୈଙ୍ଗିକ ଭେଦଭାବ ଦେଖାଯାଇନାହିଁ (ପୁରୁଷ- ୨୮,ମହିଳା – ୨୮)।
  • ନବଜାତ ମୃତ୍ୟୁ ହାରରେ ମଧ୍ୟ ଦୁଇ ଅଙ୍କର ହ୍ରାସ ଘଟିଛି। ଏହା ୨୦୧୯ରେ ପ୍ରତି ୧୦୦୦ ଜୀବିତ ଜନ୍ମରେ ୨୨ ଥିଲା ଯାହା ୨୦୨୦ରେ ପ୍ରତି ୧୦୦୦ ଜୀବିତ ଜନ୍ମରେ ୨୦ ହୋଇଯାଇଛି। (ବାର୍ଷିକ ହ୍ରାସ: ୯.୧ ପ୍ରତିଶତ)। ଏହା ସହରାଞ୍ଚଳ କ୍ଷେତ୍ରରେ ୧୨ରୁ ନେଇ ଗ୍ରାମୀଣ କ୍ଷେତ୍ରରେ ୨୩ ପର୍ଯ୍ୟନ୍ତ ରହିଛି।

ଏସଆରଏସ ୨୦୨୦ ରିପୋର୍ଟ ଅନୁସାରେ

  • ଛଅ (୬) ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ଯେଉଁମାନେ ଏନଏମଆରରେ ପ୍ରଥମେ ରହିଛନ୍ତି: (<=୧୨ ୨୦୩୦ ପର୍ଯ୍ୟନ୍ତ)ର ଏସଡ଼ିଜି ଲକ୍ଷ୍ୟ ପ୍ରାପ୍ତ କରିସାରିଛନ୍ତି: କେରଳ (୪), ଦିଲ୍ଲୀ (୯), ମହାରାଷ୍ଟ୍ର (୧୧), ଜାମ୍ମୁ ଓ କାଶ୍ମୀର (୧୨), ଏବଂ ପଞ୍ଜାବ (୧୨)
  • ଏଗାର (୧୧) ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ର ଯେଉଁମାନେ ୟୁ୫ଏମଆରରେ ପ୍ରଥମେ ଅଛନ୍ତି: (<=୨୫ ପର୍ଯ୍ୟନ୍ତ ୨୦୩୦)ର ଏସଡିଜି ଲକ୍ଷ୍ୟ ପ୍ରାପ୍ତ କରିସାରିଛନ୍ତି: କେରଳ (୮), ତାମିଲନାଡ଼ୁ (୧୩), ଦିଲ୍ଲୀ (୧୪), ମହାରାଷ୍ଟ୍ର (୧୮), ଜମ୍ମୁ- କଶ୍ମୀର (୧୭), କର୍ଣ୍ଣାଟକ (୨୧), ପଞ୍ଜାବ (୨୨), ପଶ୍ଚିମ ବଙ୍ଗଳା (୨୨), ତେଲଙ୍ଗାନା (୨୩), ଗୁଜରାଟ (୨୪) ଏବଂ ହିମାଚଳ ପ୍ରଦେଶ (୨୪)।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.