Home Top News ଭାରତ ବନାମ ଇଂଲଣ୍ଡ ଟେଷ୍ଟ – ୧୪୫ ରନ୍‌ରେ ଭାରତ ଅଲ୍‌ ଆଉଟ୍, ଇଂଲଣ୍ଡଠାରୁ କେବଳ...

ଭାରତ ବନାମ ଇଂଲଣ୍ଡ ଟେଷ୍ଟ – ୧୪୫ ରନ୍‌ରେ ଭାରତ ଅଲ୍‌ ଆଉଟ୍, ଇଂଲଣ୍ଡଠାରୁ କେବଳ ୩୩ ରନ୍‌ରେ ଅଗ୍ରଣୀ

58

ନୂଆଦିଲ୍ଲୀ ୨୫ ଫେବୃଆରୀ (ଓଡ଼ିଆ ପୁଅ) ଭାରତ ବନାମ ଇଂଲଣ୍ଡ : ଅହମ୍ମଦାବାଦରେ ଖେଳାଯାଉଛି ଡେନାଇଟ୍‌ ଟେଷ୍ଟ ମ୍ୟାଚ୍‌। ରୋହିତ-ରାହାଣେଙ୍କଠାରୁ ବଡ଼ ଭାଗିଦାରୀ ଆଶା କରାଯାଉଥିଲା। କିନ୍ତୁ ଭାରତ କେବଳ ୧୪୫ ରନ୍‌ରେ ଅଲ୍‌ ଆଉଟ୍ ହୋଇଛି। ଇଂଲଣ୍ଡ ଉପରେ ୩୩ ରନ୍‌ରେ ସାମାନ୍ୟ ଅଗ୍ରଣୀ ହୋଇଛି ଭାରତ।

ଜୋ ରୁଟ୍ ଡେ ନାଇଟ୍‌ ଟେଷ୍ଟ ମ୍ୟାଚ୍‌ରେ ସଫଳ ବୋଲର ହୋଇପାରିଛନ୍ତି

ଅଧିନାୟକ ତଥା ପାର୍ଟ ଟାଇମ୍ ସ୍ପିନର ଜୋ ରୁଟ୍‌ ୬ ଓଭରରେ ଚାରିଟି ୱିକେଟ୍ ନେଇଛନ୍ତି, ଯେଉଁଥିପାଇଁ ସେ ମାତ୍ର ୮ ରନ୍ ଦେଇଥିଲେ। ପିଙ୍କ ବଲ୍ ଟେଷ୍ଟରେ ଯେକୌଣସି ଇଂରାଜୀ ବୋଲରଙ୍କ ଏହା ହେଉଛି ସର୍ବୋତ୍ତମ ବୋଲିଂ।

ଅଶ୍ୱିନ୍ ୧୭ ରନ୍ ସ୍କୋର କରିଥିଲେ
୧୩୪ ରନ୍‌ରେ ଭାରତ ନବମ ୱିକେଟ୍ ହରାଇଥିଲା। ଅଶ୍ୱିନ୍ ରୁଟ୍‌ଙ୍କ ବଲ୍‌ରେ ବଡ ସଟ୍‌ କେଳି ଚତୁର୍ଥ ଶିକାର ହୋଇଥିଲେ। ଭଲ କେଳୁଥିବା ଅଶ୍ୱିନଙ୍କୁ ସଂଯମତା ଆଶାକରାଯାଉଥିଲା।

୧୧ ରନ୍ ମଧ୍ୟରେ ପାଞ୍ଚଟି ୱିକେଟ୍ ପଡ଼ିଥିଲା

କିନ୍ତୁ ଗତକାଲିର ୯୯/୩ ସ୍କୋରକୁ ଅତିକ୍ରମ କରି ଭାରତ ଆଠଟି ୱିକେଟ୍ ହରାଇ ୧୨୫ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଜ୍ୟାକ୍ ଲିଚ୍ ଙ୍କ ବଲ୍‌ରେ ରାହାଣେ (୭) ଏବଂ ତାପରେ ରୋହିତ ଶର୍ମା (୬୬) ଆଉଟ୍‌ ହୋଇଛିଲେ। ଏହାପରେ ଅଧିନାୟକ ଜୋ ରୁଟ୍ ଋଷଭ ପନ୍ତ ଏବଂ ୱାଶିଂଟନ୍ ସୁନ୍ଦରଙ୍କର ଟ୍ୱିକେଟ ନେଇଥିଲେ।
କ୍ୟାପଟେନ ଜୋ ରୁଟ ଋଷଭ ପନ୍ତଙ୍କ ୱିକେଟ୍ ନେଇଥିଲେ। ୱିକେଟ୍ କିପର ବେନ୍ ଫକ୍ସ କ୍ୟାଚ୍ ନେଇଥିଲେ। ତିନି ରନ୍ ମଧ୍ୟରେ ଭାରତ ତିନୋଟି ଗୁରୁତ୍ୱପୂର୍ଣ୍ଣ ୱିଟିକେ ହରାଇଥିଲା।

୧୧୪/୪ ଅଜିଙ୍କ୍ୟ ରାହାଣେ।
୧୧୫/୫ ରୋହିତ ଶର୍ମା।
୧୧୭/୬ ଋଷଭ ପନ୍ତ।
୧୨୫/୭ ୱାସିଂଟନ ସୁନ୍ଦର।
୧୨୫/୮ ଅକ୍ଷର ପଟେଲ।
୧୩୪/୯ ରବିଚନ୍ଦ୍ରନ୍ ଅଶ୍ୱିନ୍।
୧୪୫/୧୦ ଜସପ୍ରୀତ ବୁମ୍ରା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.