Home କୋରାପୁଟ ଜିଲ୍ଲା ଖଣିଜ ପାଣ୍ଠି କାର୍ଯ୍ୟକାରୀ କମିଟି ବୈଠକ

ଜିଲ୍ଲା ଖଣିଜ ପାଣ୍ଠି କାର୍ଯ୍ୟକାରୀ କମିଟି ବୈଠକ

20

କୋରାପୁଟ ୨୫-୦୨(ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ କୋରାପୁଟ ଜିଲ୍ଲା ଖଣିଜ ପାଣ୍ଠି କାର୍ଯ୍ୟକାରୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ବଳକା ରହିଥିବା ପ୍ରକଳ୍ପ ଗୁଡିକୁ ମାର୍ଚ୍ଚ ମାସ ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ଅବଦ୍ଦଲ ଏମ  ଅଖତର ନିର୍ଦ୍ଦେଶ ଦେଇଥିଲେ ।୨୦୨୦-୨୧ ଆର୍ଥକ ବର୍ଷ କାର୍ଯ୍ୟ ଖସଡାରେ ଜୀବନଜୀବିକା , ଶିକ୍ଷା ,ସ୍ୱାସ୍ଥ୍ୟ ଓ ବିଛିନ୍ନାଂଚଳକୁ ଯୋଗାଯୋଗ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ ।କାର୍ଯ୍ୟଖସଡାରେ ୧୫୦ ପ୍ରତିଶତ ପ୍ରକଳ୍ପ ସ୍ଥାନ ଦେବାକୁ ନିଷ୍ପତି ନିଆଯାଇଥିଲା ।ନାଲକୋ ଓ କୋଡିଙ୍ଗା ଖଣି ପାରିପାର୍ଶିକ ଗ୍ରାମରେ ପାନୀୟଜଳ ଓ ବିଦ୍ୟୁତକରଣ ସଂପୂର୍ଣ୍ଣ ଅନ୍ତର୍ଭୁକ୍ତିକରଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।ଜିଲ୍ଲା ଖଣିଜ ପାଣ୍ଠିରୁ ନିର୍ମାଣଧିନ ସ୍କୁଲ ଓ ହଷ୍ଟେଲ ଗୃହ ସ୍ୱତନ୍ତ୍ର ଭାବେ ନିର୍ମାଣ କରିବାକୁ ସେ ପରାମର୍ଶ ଦେଇଥିଲେ ।ନୀତି ଆୟୋଗର ପାରାମିଟର ଅନୁସାରେ କାର୍ଯ୍ୟକରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।ଆସନ୍ତା ୨ ତାରିଖ ଦିନ ଜିଲ୍ଲା ଖଣିଜ ପାଣ୍ଠି ବୋର୍ଡ ବୈଠକ ବସିବ ବୋଲି ଜଣାପଡିଛି ।ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଡିଏମଏଫର ସିିଇଓ ପ୍ରବୀର କୁମାର ନାୟକ ,ସିଡିଏମଓ ଡାକ୍ତର ମକରନ୍ଦ ବେଉରା , କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ ,କୋରାପୁଟ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ , ଜିଲ୍ଲା ପାନୀୟ ଜଳ ଯୋଗାଣ  ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶଶିଭୂଷଣ ମିଶ୍ର , ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ ,ସୁନାବେଡା ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ସେନାପତି , କୋରାପୁଟ ପିଡବ୍ଲୁଡି ଡିଭିଜନର ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା  ପ୍ରମୁଖଙ୍କ ସହ  ଅନ୍ୟନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।ଜିଲ୍ଲା ଖଣିଜ ପାଣ୍ଢିର ଭାରପ୍ରାପ୍ତ ଏପିଡି ହିମାଂଶୁ ଶତପଥି ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.