Home ଓଡ଼ିଶା IAS ସ୍ତରରେ ଅଦଳବଦଳ

IAS ସ୍ତରରେ ଅଦଳବଦଳ

203

ଭୁବନେଶ୍ଵର,୦୪/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ଅଦଳବଦଳରେ ପୂର୍ବତନ ସିିଇଓ ସୁରେନ୍ଦ୍ର କୁମାରଙ୍କୁ ଜଳସମ୍ପଦ ବିଭାଗର ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଦେଇଥିବା ବେଳେ ତାଙ୍କ ସ୍ଥାନରେ ସୁଶୀଲ ଲୋହାନୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସୋମେଶ ଉପାଧ୍ୟାୟଙ୍କୁ ଓମଫେଡ୍‌ ମୁଖ୍ୟ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ପି.ଅନ୍ୱେଷା ରେଡ୍ଡିଙ୍କୁ ଓଡ଼ିଶା ଖଣି ନିଗମର ED ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି ପାଟିଲ ଆଶିଷ ଇଶ୍ୱରଙ୍କୁ ଗ୍ରୀଡ୍‌କୋ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ଦିବାକର ଟି.ଏସ୍‌ଙ୍କୁ ଓକାକ୍‌ OSD ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ହେମକାନ୍ତ ସାଇଙ୍କୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଭାରପ୍ରାପ୍ତ MD ଭାବେ ଦାୟିତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.