Home କନ୍ଧମାଳ ଦକ୍ଷତା ବିକାଶ ଯୋଜନା କର୍ମଶାଳା ଉଦଯାପିତ

ଦକ୍ଷତା ବିକାଶ ଯୋଜନା କର୍ମଶାଳା ଉଦଯାପିତ

216

ବାଲିଗୁଡା, ୪-୧୦ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ )ବାଲିଗୁଡାସ୍ଥିତ ଶାନ୍ତିମୈତ୍ରୀ ର ସଭାଗୃହ ପରିସର ମଧ୍ୟରେ ସମ୍ପାଦକ ତଥା ନିର୍ଦ୍ଦେଶକ ଭାଗବାନ ଜେନାଙ୍କ ଅଧ୍ୟକ୍ଷତାରେ ଦକ୍ଷତା ବିକାଶ ଯୋଜନା କର୍ମଶାଳା ୫ଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି। ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ଡି.ପି.ଏମ.ସନ୍ତୋଷ କୁମାର ରଥ, ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ପାଞ୍ଚ ଦିନିଆ କର୍ମଶାଳାରେ ତୁମୁଡିବନ୍ଧ ବ୍ଲକର କୁର୍ତମଗଡ, ବେଲଘର, ଲଙ୍କାଗଡ, ଝିରିପାଣି, ଗୁମା, ମୁଣ୍ଡୀଗଡ, ପଞ୍ଚାୟତର ୩୧ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଯୋଗ ଦେଇ ସାମୁହିକ ସଞ୍ଚୟ, ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ କରିବା, ଗରିବ ଅର୍ଥ କଣ ଜାଣିବା, ଅନ୍ଧ ବିଶ୍ୱାସକୁ ଦୂରେଇବା, ଆକସ୍ମିକ ଦୁର୍ଘଟଣା ଜନିତ ବିଭିନ୍ନ ସହଯୋଗ ଓ ବୀମା ସମ୍ବଦ୍ଧରେ ତାଲିମ ପ୍ରାପ୍ତ କରିଥିଲେ। ଏଥିରେ ଭୁବନେଶ୍ୱରରୁ ଆସିଥିବା ୪ଜଣ ମହିଳା ପ୍ରଶିକ୍ଷକା ସଂଯୁକ୍ତା ମଲିକ, ଦମୟନ୍ତୀ ପୁହାନ, ମମତା ସାମଲ, ଓ ଜଲ୍ଲିଲତା ବଳ, ପ୍ରମୁଖ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ ଶେଷରେ ଶ୍ରୀ ଜେନା ସମସ୍ତ ଅତିଥି ମାନଙ୍କୁ ଉପଢୌକନ ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କୁ ପ୍ରଶିକ୍ଷଣର ମାନପତ୍ର ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.