Home ଅପରାଧ କୁରାଢ଼ୀରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ; କହିଲା ମୁଁ ତାକୁ ମାରିନଥିଲେ ସେ ମତେ...

କୁରାଢ଼ୀରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ; କହିଲା ମୁଁ ତାକୁ ମାରିନଥିଲେ ସେ ମତେ ମାରି ଦେଇଥାଆନ୍ତା ..

703

ମୁରାଦାବାଦ: ଉତ୍ତର ପ୍ରଦେଶର ମୁରଦାବାଦ ଅଞ୍ଚଳରେ ସୋମବାର ସକାଳେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଛି। ହତ୍ୟା କରିବା ପରେ ସ୍ୱାମୀ ଜଣଙ୍କ ନିଜେ ଯାଇ ଥାନାରେ ପହଞ୍ଚିଥିଲା ଏବଂ ପତ୍ନୀଙ୍କୁ ହତ୍ୟା କରିଥିବାର କାରଣ କହିଥିଲା।

ଅଭିଯୁକ୍ତ ସ୍ୱାମୀ କହିଲା ତା’ ସ୍ତ୍ରୀର ଅନ୍ୟ ଜଣେ ପୁରୁଷ ସହିତ ଅବୈଧ ସଂପର୍କ ଥିଲା। ସେ ମତେ ଭଲ ପାଉନଥିଲା। ମୁଁ ଯଦି ତାକୁ ମାରି ନଥାନ୍ତି, ତେବେ ସେ ମତେ ମାରି ଦେଇଥାଆନ୍ତା।

ପୋଲିସ ସୂଚନା ମୁତାବକ ଅଭିଯୁକ୍ତ ଯୁବକ ଜଣଙ୍କର ବିହାରର ଜଣେ ଯୁବତୀଙ୍କ ସହିତ ବିବାହ ହୋଇଥିଲା। ତାଙ୍କର ଚାରି ଜଣ ପିଲାଝିଲା ଥିଲେ। ହତ୍ୟା କରିବା ପୂର୍ବରୁ ଅଭିଯୁକ୍ତ ତାର ୪ ପିଲାଝିଲା ମାନଙ୍କୁ ଭାଇ ଘରକୁ ପଠାଇ ଦେଇଥିଲା। ଏହାପରେ ଏକ କୁରାଢ଼ୀରେ ହାଣି ପତ୍ନୀଙ୍କୁ ହତ୍ୟା କରିଥିଲା। ପୋଲିସ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଦେବା ସହିତ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଦେଇଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.