Home Coronavirus Outbreak କରୋନା ପ୍ରଭାବ; ବଦଳିଯିବ ଜୀବନଚର୍ଯ୍ୟା: ଜାଣନ୍ତୁ କିପରି ରହିବ ନୂଆ ଯାତାୟତ ବ୍ୟବସ୍ଥା ..

କରୋନା ପ୍ରଭାବ; ବଦଳିଯିବ ଜୀବନଚର୍ଯ୍ୟା: ଜାଣନ୍ତୁ କିପରି ରହିବ ନୂଆ ଯାତାୟତ ବ୍ୟବସ୍ଥା ..

883

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ଦୀର୍ଘ ସମୟ ଯାଏଁ ଦେଖିବାକୁ ମିଳିବ। କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟାନ୍ୟ କେତେକ ବିଶେଷଜ୍ଞ କହିଛନ୍ତି ଯେ ବର୍ତ୍ତମାନ ଆମକୁ କରୋନା ସହ ବଞ୍ଚି ରହିବାକୁ ଅଭ୍ୟସ୍ତ ହେବାକୁ ପଡ଼ିବ। ଏହା ଭିତରେ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଦ୍ୟମାନ ପରିବହନ ବ୍ୟବସ୍ଥାକୁ ବଦଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଯେଉଁ ନୂଆ ପରିବହନ ବ୍ୟବସ୍ଥା କଥା କୁହାଯାଉଛି, ତାହାର ରୂପରେଖ ୟୁରୋପ ବ୍ୟବସ୍ଥା ପରି ହେବ। ବସ୍, ମେଟ୍ରୋ କୋଚ୍ ଏବଂ ଟ୍ରେନ୍ କୋଚ୍ ଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଯାତ୍ରୀଙ୍କ ସଂଖ୍ୟା ଅଧା ହୋଇଯିବ। ଫଳରେ ଯାତ୍ରା ଖର୍ଚ୍ଚ ଦୁଇ ଗୁଣାରୁ ସାତ ଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେବେ ଏଥିପାଇଁ ବସର ଯାତାୟତ ତିନି ଗୁଣା ପର୍ଯ୍ୟନ୍ତ, ମେଟ୍ରୋ ଗୁଡ଼ିକର ଯାତାୟତ ୬ ଗୁଣା ଏବଂ ଟ୍ରେନ୍ ଗୁଡ଼ିକର ଯାତାୟତ ୧୪ ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପଡ଼ିବ।

ବିଭିନ୍ନ ମନ୍ତ୍ରଣାଳୟର କମିଟି ଏକ ନୂତନ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ପରିବହନ, ରେଳ, ଅର୍ଥ, ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଏବଂ ଗୃହ ବ୍ୟାପାର ଆଦି ମନ୍ତ୍ରାଳୟ ଅଧିକାରୀଙ୍କ ଦଳ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଏହି ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ଶଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ କହିବା ଅନୁଯାୟୀ ନୂତନ ପରିବହନ ବ୍ୟବସ୍ଥା ୟୁରୋପ ଢାଞ୍ଚା ପରି ଦେଖାଯିବ। ସାମାଜିକ ଦୂରତା ରକ୍ଷା ଅନୁଯାୟୀ ଏଣିକି ଟ୍ରକ୍ ଏବଂ ବସ୍ ଗୁଡ଼ିକ ପ୍ରସ୍ତୁତ କରାଯିବ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ ରାଜ୍ୟରେ ନୂତନ ବ୍ୟବସ୍ଥା ଅନୁଯାୟୀ ଏଣିକି ୫୨ ସିଟ୍ ବିଶିଷ୍ଟ ବସ୍‌ରେ ୨୫ ଜଣ ଯାତ୍ରୀ ବସି ପାରିବେ। ଏଭଳି ପରିସ୍ଥିତିରେ ଯାତ୍ରୀଙ୍କୁ ଭଡ଼ା ଦୁଇଗୁଣା ଦେବାକୁ ପଡ଼ିବ।

ଜାଣନ୍ତୁ, କିପରି ବଦଳିଯିବ ଯାତାୟତ ବ୍ୟବସ୍ଥା –
ପ୍ରତ୍ୟେକ ଯାନ ବାହନ ଗୁଡ଼ିକରେ ସାନିଟାଇଜର୍, ଫେସ୍ ମାସ୍କ ହ୍ୟାଣ୍ଡ ୱାସ୍ ଆଦି ନିହାତି ରହିବ। ଏହା ସହ ଏବେ ବସ୍ ଷ୍ଟାଣ୍ଡ କିମ୍ବା ରେଳ ଷ୍ଟେସନର ଟିକେଟ୍ ୱିଣ୍ଡୋ ଗୁଡ଼ିକୁ ବନ୍ଦ କରିବା ପାଇଁ ଚିନ୍ତା କରାଯାଉଛି। ଏପରି ସ୍ଥାନ ଗୁଡ଼ିକରେ ଥର୍ମାଲ୍ ଇମେଜିଙ୍ଗ କ୍ୟାମେରା ଲଗାଯିବ। ମେଟ୍ରୋ କାର୍ଡ ସିଷ୍ଟମ ପରି ସମସ୍ତ ପରିବହନ ପାଇଁ ଏକକ ବ୍ୟବସ୍ଥା ଲାଗୁ ହେବ। ବସ୍, ଟ୍ରେନ୍ ଏବଂ ଅଟୋ ଗୁଡ଼ିକରେ ଭିଡ଼ ହେବାକୁ ଦିଆଯିବ ନାହିଁ। କଣ୍ଡକ୍ଟର ମାନେ ଟିକେଟ୍ କାଟିବା ଅପେକ୍ଷା ଯାତ୍ରୀ ମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ଧ୍ୟାନ ଦେବେ। ଗାଡ଼ିରେ ଡ୍ରପ୍ ବକ୍ସ ରହିବ, ଯାତ୍ରୀ ମାନଙ୍କୁ ଟିକେଟ୍ ଟଙ୍କା ଏଥିରେ ପକାଇବାକୁ ପଡ଼ିବ। ଟିକେଟ୍ ମୂଲ୍ୟ ଏପରି ହେବ ଯେପରି ଖୁଚୁରା ବ୍ୟବସ୍ଥା ଶେଷ ହେବ। ଏଥିପାଇଁ ବାର୍ କୋଡ୍ ପରି ବ୍ୟବସ୍ଥା ଲାଗୁ କରାଯିବ। ବସ୍‌ର ଡ୍ରାଇଭର ମାନେ ସ୍ୱଚ୍ଛ ତଥା ଦୃଶ୍ୟମାନ ଗ୍ଲାସ୍ କ୍ୟାବିନ୍ ମଧ୍ୟରେ ରହିବେ। ଟ୍ରେନ୍ ଏବଂ ବସ ଗୁଡ଼ିକରେ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହେବେ। ଡ୍ରାଇଭର, କଣ୍ଡକ୍ଟର ଆଦି କର୍ମଚାରୀ ଫେସ୍ ମାସ୍କ ଏବଂ ଗ୍ଲୋଭ୍ସ୍ ପରିଧାନ ଆଦି କରିବାକୁ ବାଧ୍ୟ ହେବେ। ଇ-ପେମେଣ୍ଟ ଏବଂ ଡିଜିଟାଲ ଟିକେଟ୍ ବ୍ୟବସ୍ଥା ପ୍ରଯୁଜ୍ୟ ହେବ। ବସ୍, ଟ୍ରେନ୍, ମେଟ୍ରୋ, ଟ୍ୟାକ୍ସି ଏପରିକି ଅଟୋ ଏବଂ ଇ-ରିକ୍ସା ପାଇଁ ମଧ୍ୟ ଏପରି ଏକ ନୂତନ ନୀତି ପ୍ରସ୍ତୁତ କରାଯାଉଛି। /-ଦେବଦତ୍ତ ରଥ

ଲକ୍ ଡାଉନ୍ ଯୋଗୁଁ ବନ୍ଦ୍ ଥିଲା ଦୋକାନ; ଯେବେ ସଟର୍ ଖୋଲିଲେ ମାଲିକ, ଯୁଆଡ଼େ ଦେଖିଲେ ସାପ: ଆପଣ ମଧ୍ୟ ରୁହନ୍ତୁ ସତର୍କ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.