Home ଓଡ଼ିଶା ଶିକାର କମିଛି; ବାଘ ବଂଶ ବିସ୍ତାର ବୃଦ୍ଧି ପାଉଛି

ଶିକାର କମିଛି; ବାଘ ବଂଶ ବିସ୍ତାର ବୃଦ୍ଧି ପାଉଛି

214

ନୂଆଦିଲ୍ଲୀ: ଦେଶରେ ବାଘ ମୃତ୍ୟୁ ଉପରେ ଗଣମାଧ୍ୟମରେ ପ୍ରକାଶିତ ଖବର ଏକତରଫା ଓ ଭିତ୍ତିହୀନ ଦର୍ଶାଇ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପକ୍ଷରୁ ଗତ ୮ ବର୍ଷ ମଧ୍ୟରେ ସ୍ଥିତି ଉପରେ ସ୍ପଷ୍ଟିକରଣ ଦେଇଛି। ନିକଟରେ ଦେଶର କେତେକ ଗଣମାଧ୍ୟମରେ ବାଘ ମୃତ୍ୟୁ ସମ୍ପର୍କିତ ଖବର ପ୍ରକାଶ ପାଇଛି। ତେବେ, ଏ’ନେଇ ଯେପରି ଭାବେ ଖବର ପ୍ରକାଶିତ ହୋଇଛି ତାହା ଏକତରଫା ଓ ଘଟଣାକୁ ଅଯଥା ଚାଞ୍ଚଲ୍ୟକର କରିବା ସହ ଏ’ ଦିଗରେ ସରକାରଙ୍କ ପ୍ରଚେଷ୍ଟାର ଉପହାସ କରାଯାଇଛି ବୋଲି କହି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଏ’ ସଂକ୍ରାନ୍ତରେ କେତେକ ତଥ୍ୟ ରଖିଛି।

ରିପୋର୍ଟରେ କୁହାଯାଇଛି, ଭାରତ ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅହରହ ଉଦ୍ୟମ ଫଳରେ ବାଘଙ୍କ ବଂଶବୃଦ୍ଧି ଘଟିବାରେ ଲାଗିଛି। ୪ ବର୍ଷିଆ ବ୍ୟାଘ୍ର ଗଣନାର ଫଳାଫଳରୁ ଏହା ପ୍ରମାଣିତ ହୋଇଛି। ୨୦୦୬, ୨୦୧୦, ୨୦୧୦, ୨୦୧୪ ଏବଂ ୨୦୧୮ରେ ଏହି ଗଣନା କରାଯାଇଥିଲା। ଗଣନାର ଫଳାଫଳରୁ ଜଣାଯାଇଛି ଯେ, ବ୍ୟ ବାଘଙ୍କ ସଂଖ୍ୟାରେ ଶତକଡା ୬ ଭାଗ ବୃଦ୍ଧି ଘଟିଛି। ୨୦୧୨ରୁ ୨୦୧୯ ମଧ୍ୟରେ ଦେଶରେ ହାରାହାରି ବର୍ଷକୁ ୪୯ଟି ବାଘର ମୃତ୍ୟୁ ଘଟିଛି। ତେବେ ବ୍ୟାଘ୍ର ସଂରକ୍ଷଣ ଯୋଗୁଁ ଘଟିଥିବା ସଂଖ୍ୟା ବୃଦ୍ଧି ଏହି ମୃତ୍ୟୁ ହାରକୁ ଭରଣା କରିବାରେ ସହାୟକ ହୋଇଛି। ଏନଟିସିଏ ପ୍ରୋଜେକ୍ଟ ଟାଇଗର ଅଧୀନରେ ବ୍ୟାଘ୍ର ସଂରକ୍ଷଣ ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଇଛି, ଯାହା ଫଳରେ କି, ବେଆଇନ ଶିକାର ନିୟନ୍ତ୍ରିତ ହୋଇପାରିଛି।

ଏନଟିସିଏ ଅନୁଯାୟୀ, ଗତ ୮ ବର୍ଷର ତଥ୍ୟକୁ ଅନୁଶୀଳନ କଲେ ଦେଖାଯାଏ ଯେ, ଭାରତରେ ଶତକଡା ୬୦ ଭାଗ ବାଘ ମୃତ୍ୟୁ ବେଆଇନ ଶିକାର ଯୋଗୁଁ ହୋଇନାହିଁ। ବିଭିନ୍ନ ଘଟଣା ସ୍ଥଳରୁ ସଂଗୃହିତ ପ୍ରମାଣଯୋଗ୍ୟ ତଥ୍ୟ, ଚିତ୍ରୋତ୍ତଳନ ଓ ଅନ୍ୟାନ୍ୟ ରାସାୟନିକ ପରୀକ୍ଷା ନିରୀକ୍ଷା ଓ ସବିଶେଷ ବିଶ୍ଳେଷଣ କରାଇ ମୃତ୍ୟୁର ପ୍ରକୃତ ତଥ୍ୟ ପ୍ରଦାନ କରାଯାଇଛି ବୋଲି କୁହାଯାଇଛି। ଏନଟିସିଏ ୱେବସାଇଟରେ ଉପଲବ୍ଧ ସଂଖ୍ୟା ଏବଂ ଆରଟିଆଇ ଉତ୍ତରର ତଥ୍ୟ ଦିଆଯାଇଥିଲେ ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ଖବରରେ ଯେଉଁଭଳି ଭାବେ ଏହାକୁ ଉପସ୍ଥାପିତ କରାଯାଇଛି ତାହା ଏନଟିସିଏ ଦ୍ଵାରା ସଞ୍ଚାଳିତ କେନ୍ଦ୍ରୀୟ ପ୍ରୋଜେକ୍ଟ ଟାଇଗର ଯୋଜନାର ବିଭିନ୍ନ ବୈଷୟିକ ତଥ୍ୟକୁ ବିରୁଦ୍ଧାଚରଣ କରୁଛି। ଗଣମାଧ୍ୟମ ଅଯଥା ଚାଞ୍ଚଲ୍ୟକର ଖବର ନଦେଇ ତଥ୍ୟଗୁଡ଼ିକୁ ସଠିକ ଉପସ୍ଥାପନ କଲେ ଦେଶର ଜନସାଧାରଣ ପ୍ରକୃତ ତଥ୍ୟ ପାଇ ପାଇବେ ବୋଲି କୁହାଯାଇଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.