Home Coronavirus Outbreak କଟୁରୀରେ ହାଣି ଅଲଗା କରିଦେଲା ମୁଣ୍ଡ: କରୋନା ପାଇଁ ନରବଳି ..

କଟୁରୀରେ ହାଣି ଅଲଗା କରିଦେଲା ମୁଣ୍ଡ: କରୋନା ପାଇଁ ନରବଳି ..

1032

ଭୁବନେଶ୍ୱର/କଟକ: କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଘଟିଛି ଏକ ଜଘନ୍ୟ ଘଟଣା। କରୋନା ରୋଗ ଭଲ ହେବା ନେଇ ମନ୍ଦିର ଭିତରେ ପୂଜକ ଦେଇଛନ୍ତି ନରବଳି। ମିଳିଥିବା ସୂଚନା ଅନୁସାରେ, ନରସିଂହପୁରର ବନ୍ଧହୁଡା ମା’ ବ୍ରାହ୍ମଣି ଦେଇ ମନ୍ଦିରରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ବିଶ୍ବରୁ କରୋନା ରୋଗ ଭଲ ହେବା ନେଇ ମନ୍ଦିର ମଧ୍ୟରେ ମା’ଙ୍କ ପାଖରେ ନରବଳୀ ଚଢାଇଥିବା ଥିବା ଏବଂ ଏ’ ନେଇ ତାଙ୍କୁ ମା’ ସ୍ୱପ୍ନାଦେଶ କରିଥିବା ପୂଜକ ସଂସାରୀ ଓଝା କହୁଥିବା ଜଣାପଡ଼ିଛି। ମନ୍ଦିର କାମ ପାଇଁ ବ୍ୟବହୃତ ହେଉଥିବା ଏକ କଟୁରୀରେ ସରୋଜ ପ୍ରଧାନ (୫୦) ନାମକ ବ୍ୟକ୍ତିଙ୍କର ମୁଣ୍ଡକୁ ହାଣି ଅଲଗା କରିଦେଇଛନ୍ତି ପୂଜକ।

ଏପରି କାଣ୍ଡ ଘଟାଇ ସାରିବା ପରେ ପୂଜକ ସଂସାରୀ ଓଝା ଥାନାରେ ଆତ୍ମସମର୍ପଣ କରିଛନ୍ତି। ତେବେ, ସଂସାରୀ ଓଝା ବାରମ୍ବାର ନିଜର ମତ ବଦଳାଉଥିବା ଜଣାପଡ଼ିଛି। କେତେବେଳେ କରୋନା ପାଇଁ ବଳି ଦେଇଥିବା କହୁଥିବା ବେଳେ କେତେବେଳେ ଆମ୍ବତୋଟାକୁ ନେଇ ଥିବା ବିବାଦ କାରଣରୁ ସେ ସରୋଜଙ୍କୁ ହତ୍ୟା କରିଥିବା କହୁଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ହତ୍ୟା ପାଇଁ ବ୍ୟବହାର କରାଯାଇଥିବା କଟୁରୀ ଜବତ କରି ଅନୁସନ୍ଧାନ ଆରମ୍ଭ କରିଦେଇଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.