Home Coronavirus Outbreak ପୁଣି ୬୭ ଜଣ କରୋନା ପଜିଟିଭ ଚିହ୍ନଟ – ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ...

ପୁଣି ୬୭ ଜଣ କରୋନା ପଜିଟିଭ ଚିହ୍ନଟ – ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି

296

ଭୁବନେଶ୍ୱର ୨୮-୫ (ଓଡ଼ିଆ ପୁଅ) : ଆଜି ରାଜ୍ୟରେ ପୁଣି ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୬୫ଜଣ ସଙ୍ଗରୋଧ କେନ୍ଦ୍ରର ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ତେବେ ଆଜି ଚିହ୍ନଟ ହୋଇଥିବା ଗଞ୍ଜାମରୁ ୨୬, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୧୧, ନୟାଗଡ଼ରୁ ୭, ବଲାଙ୍ଗୀରରୁ ୨, ଜଗତ୍ସିଂହପୁରରୁ ୨, କେନ୍ଦୁଝରରୁ ୧, ସମ୍ବଲପୁରରୁ ୨, ସୋନପୁରରୁ ୪, ବରଗଡରୁ ୧ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୪୧ ହୋଇଥିବା ବେଳେ ୮୧୨ଜଣ ସୁସ୍ଥ ହୋଇଛନ୍ତି ୭ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.