Home ଜିଲ୍ଲା ପରିକ୍ରମା ମାନବାଧିକାର କର୍ମୀ ତାଲିମ ଶିବିର

ମାନବାଧିକାର କର୍ମୀ ତାଲିମ ଶିବିର

116

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଦୁଇଦିନିଆ ଜାତୀୟ ମାନବାଧିକାର କର୍ମୀ ତାଲିମ ଶିବିର ୟୁଥ ହସଟେଲରେ ଶୁକ୍ରବାର ଉଦଯାପିତ ହୋଇଯାଇଛି। ହ୍ୟୁମାନ ରାଇଟ୍ସ ଫ୍ରଂଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ବିହାର ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ୬୦ଜଣ ମାନବାଧିକାର କର୍ମୀ ଅଂଶଗ୍ରହଣ କରିଥିଲେ। ଶୁକ୍ରବାର ଆୟୋଜିତ ସଭାରେ ଜାତୀୟ ମାନବାଧିକାର କମିଶନ କୋର କମିଟି ସଦସ୍ୟ ମନୋଜ ଜେନା ଅଧ୍ୟକ୍ଷତା କରିଥିଲେ। ସମାଜସେବୀ ରିନା ରାଉତରାୟ ସମାଜସେବୀ ଚକ୍ରଧର ମହାପାତ୍ର ଶିକ୍ଷାବିତ୍ ପ୍ରଫେସର କପିଳେଶ୍ୱର ମିଶ୍ର ବରିଷ୍ଠ ସାମ୍ବାଦିକ ସତ୍ୟବ୍ରତ ଜେନା ଅତିଥି ଭାବେ ଯୋ୍‌ଦେଇ ମାନବ ଅଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଆଇନଗତ ବ୍ୟବସ୍ଥା ସଂପକରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ସେମାନେ କହିଲେ ଜୀବିକାରୁ ବଂଚିତ କରାଯିବା ମାନବ ଅଧିକାର ଉଲ୍ଲଘଂନ ପରିସରଭୁକ୍ତ। ପ୍ରତ୍ୟେକ କ୍ଷେତ୍ରରେ ମାନବାଧିକାର ଉଲ୍ଲଘଂନ ହେଉଛି। ମାନ ଅଧିକାର ଏବଂ ସୂଚନା ଅଧିକାର ପାଇଁ କାଯ୍ୟ କରୁଥିବା ଲୋକଙ୍କ ଉପରେ ଆକ୍ରମଣ ଘଟଣା ଉଦବେଗଜନକ। ପ୍ରତ୍ୟେକ ବ୍ୟକ୍ତି ନିଜ ଅଧିକାର ଏବଂ କର୍ତବ୍ୟ ସଂପର୍କରେ ସଚେତନ ହେଲେ ମାନବାଧିକାର ଉଲ୍ଲଘଂନ ବହୁ ପରିମାଣରେ ହ୍ରାସ ପାଇବ ବୋଲି ଅତିଥିମାନେ ମତ ଦେଇଛନ୍ତି। ଅନୁଷ୍ଠାନ ରାଜ୍ୟ ଆବାହକ ରାଜୀବ ପଟ୍ଟନାୟକ ଏବଂ ପୁରୀ ଶାଖା ଆବାହିକା ପ୍ରାନ୍ତସିନୀ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଆଶିଷ ଅମିତାଭ ମହାପାତ୍ର ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.