Home ଓଡ଼ିଶା ଆଛେ ଦିନ: ଟାଙ୍ଗା ଛାଡ଼ି ଟ୍ରାକ୍ଟର ଚଳେଇଲେଣି ବସନ୍ତି!

ଆଛେ ଦିନ: ଟାଙ୍ଗା ଛାଡ଼ି ଟ୍ରାକ୍ଟର ଚଳେଇଲେଣି ବସନ୍ତି!

856

ମଥୁରା:ଲୋକସଭା ନିର୍ବାଚନ ପାଇଁ ସବୁ ଦଳ ଏବେ ଜୋରଦାର ପ୍ରଚାରରେ ମାତି ଯାଇଛନ୍ତି।ପାର୍ଥି ମାନେ ଭିନ୍ନ ଭିନ୍ନ ଉପାୟରେ ଭୋଟରକୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।ସେହି କ୍ରମରେ ବିଜେପିର ମଥୁରା ସାଂସଦ ପାର୍ଥିନୀ ଅଭିନେତ୍ରୀ ହେମା ମାଳିନୀଙ୍କୁ କ୍ଷେତରେ ଟ୍ରାକ୍ଟର ଚଳାଇବାର ଦେଖିବାକୁ ମିଳିଛି।ଏହା ସହ ସେ କ୍ଷେତରେ ଆଳୁ ଉଠାଇବା ସହ,ନିର୍ବାଚନ ଜିତିବା ପରେ କୃଷକଙ୍କୁ ଆଳୁର ଉଚିତ ମୂଲ୍ୟ ଦେବାକୁ ପ୍ରତିଶ୍ରୁତି ଦେଇ ଭୋଟ ପାଇଁ ଅପିଲ କରିଛନ୍ତି।

ହେମା ମାଳିନୀଙ୍କର ଏହି ଟ୍ରାକ୍ଟର ଚଲାଇବା ଫଟୋ ତାଙ୍କ ଝିଅ ଇଶା ଦେଓଲ ମଧ୍ୟ ସେୟାର କରିଛନ୍ତି।ଇଶା ଲେଖିଛନ୍ତି,”ବସନ୍ତି ଏବେ ଆଗକୁ ବଢ଼ୁଛି, କେବେ ଟାଙ୍ଗା ଚଳାଉଥିଲେ, ଏବେ ଟ୍ରାକ୍ଟର ଚଳାଉଛନ୍ତି”।

https://www.facebook.com/1722257448067903/posts/2032279253732386/

ହେମା ମାଳିନୀ ନିର୍ବାଚନ ପ୍ରଚାର ପାଇଁ ଲଗାତାର ଲୋକଙ୍କ ପାଖରେ ପହଁଚୁଛନ୍ତି।ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ପ୍ରବଳ ଜନ ସମାଗମ ହେଉଛି।କିଛି ଦିନ ତଳେ ହେମା ମାଳିନୀ ଫସଲ କାଟୁଥିବାର ଫଟୋ ଖୁବ୍ ଭାଇରାଲ ହୋଇଥିଲା।ଏବଂ ଏଥିପାଇଁ ହେମା ମାଳିନୀ ପ୍ରବଳ ଟ୍ରୋଲ ହୋଇଥିଲେ।//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.