Home ଜିଲ୍ଲା ପରିକ୍ରମା ଘରୋଇ ଶିକ୍ଷାନୁଷ୍ଠାନର ଅର୍ଥ ଶୋଷଣକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବି, ଟ୍ରଷ୍ଟ ସଭାପତିଙ୍କ ସମର୍ଥନ

ଘରୋଇ ଶିକ୍ଷାନୁଷ୍ଠାନର ଅର୍ଥ ଶୋଷଣକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବି, ଟ୍ରଷ୍ଟ ସଭାପତିଙ୍କ ସମର୍ଥନ

356

ଟିଟିଲାଗଡ଼- ୫-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲ ନାମକ ଏକ ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନ ରେ ସରକାରୀ ନିୟମାବଳୀ ର ଖୋଲା, ଖୋଲି ଫିସ ବୃଦ୍ଧି କରିବା ନେଇ ଅଭିଭାବକ ମହଲରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏ ନେଇ ତୁରନ୍ତ ପଦକ୍ଷେପ ନିଆ ନ ଯାଏ ତେବେ ବାଧ୍ୟ ହୋଇ ସ୍କୁଲ ରେ ତାଲା ବନ୍ଦ କରି ଆଇନର ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ ପାଇଛି। ଏକ ଆୟୋଜିତ ଅଭିଭାବକଙ୍କ ସଭାରେ ବିଦ୍ୟାଳୟ ତରଫରୁ ଚଳିତ ବର୍ଷ ଅହେତୁକ ଫିଜ ବୃଦ୍ଧି ସହ ଦୀର୍ଘ ଦିନରୁ ଅଭିଭାବକଙ୍କୁ ଶୋଷଣ କରାଯିବା ଓ ସରକାରୀ ନିୟମ ଅନୁଯାୟୀ ଅନ୍ୟ ଘରୋଇ ଶିକ୍ଷାନୁଷ୍ଠାନରେ ଉକ୍ତ ନିୟମ ପାଳନ କରାଯାଇଛି, ହେଲେ ଏ ନେଇ ବିଦ୍ୟାଳୟର କର୍ଯ୍ୟକର୍ତ୍ତାଙ୍କୁ ବାରମ୍ବାର ଆବେଦନ, ନିବେଦନ ସତ୍ୱେ କର୍ଣ୍ଣପାତ ନ କରି ଦାଇତ୍ୱ ରତ ମୁଖ୍ୟ ଶିକ୍ଷୟିତ୍ରୀ ନିଜ ମନୋମୁଖୀ କାର୍ଯ୍ୟକଳାପ ଓ ଜଣେ ଅଭିଭାବକ ଙ୍କ ଆବେଦନ ପତ୍ର ଫିଙ୍ଗି ଦେଇଥିବା ପରି ନିନ୍ଦନୀୟ ଘଟଣା ଉପରେ ଆଲୋଚନା କରି ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟ ଶାସନ ସଚିବ ,ତଥା ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ନିକଟକୁ ପତ୍ର ପ୍ରେରଣ କରାଯାଇଛି। ସୂଚନାଯୋଗ୍ୟ ଯେ ଏହି ପ୍ରଭାବତୀ ପବ୍ଲିକ ନାମ୍ନୀ ଘରୋଇ ବିଦ୍ୟାଳୟ ଶ୍ରୀ ଦାଦି ଜୀ ମନ୍ଦିର ଟ୍ରଷ୍ଟ ଦ୍ଵାରା ପରିଚାଳିତ ହେଉଥିବା ବେଳେ ଉକ୍ତ ଟ୍ରଷ୍ଟ ସଭାପତି ଙ୍କ ନାଁ ରେ ନକଲି କାଗଜ ପତ୍ର ଦାଖଲ କରିବା ସହ କୋଟି, କୋଟି ଟଙ୍କାର ଦୁର୍ନୀତି କରିବା ନେଇ କୋର୍ଟ ରେ ମାମଲା ଦାୟର କରାଯାଇ ଥିବା ଓ ମାମଲା ବିଚାରଧୀନ ଥିବା ଟ୍ରଷ୍ଟ ବୋର୍ଡ ସଭାପତି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ। ଉକ୍ତ ସମ୍ମିଳନୀରେ ସମସ୍ତ ସ୍ତାନୀୟ ଗଣ ମାଧ୍ୟମ ପ୍ରତିନିଧି ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଦୀପକ ସମଦ୍ଦାର ଉପସ୍ଥିତ ରହି ଥିବା ବେଳେ ଏହି ଘଟଣା ର ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଭାବକ ଙ୍କ ଏହି ଆଲୋଚନା ସଭାରେ ଶ୍ରୀ ସନ୍ତୋଷ କୁମ୍ଭାର, ସୁରେନ୍ଦ୍ର ନାଥ ସାହୁ,ମୋହନ ଜୈନ,କିଶୋର ସାହୁ, ସତ୍ୟଜିତ ଷଡଙ୍ଗୀ, ପ୍ରକାଶ ଶର୍ମା ପରି ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରି କାର୍ଯ୍ୟନୁଷ୍ଠାନ ନିମନ୍ତେ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ନିକଟକୁ ସ୍ଵାକ୍ଷର ସମ୍ମିଳିତ ଦାବି ପତ୍ର ପ୍ରେରଣ କରାଯାଇଛି।

Exif_JPEG_420

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.