Home Top News ୧୦ ଜୁନ୍‌ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

୧୦ ଜୁନ୍‌ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

284

ମେଷ : ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜି ଆପଣଙ୍କ ଦିନ ଅନୁକୂଳ ରହିବ। ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାରୁ ମନରେ ହର୍ଷ ଏବଂ ପ୍ରସନ୍ନତା ଅନୁଭବ କରିବେ। ଆର୍ଥିକ କ୍ଷେତ୍ରରେ ଆପଣଙ୍କ ଦିନ ଲାଭଦାୟକ ପ୍ରମାଣିତ ହେବ। ମିତ୍ରମାନଙ୍କ ଏବଂ ପରିଜନମାନଙ୍କର ସହିତ ମିଳିବାର କାରଣରୁ ଘରର ବାତାବରଣ ଆନନ୍ଦ ଏବଂ ଉଲ୍ଲାସରେ ଭରି ରହିବ। ଆଜି ଆପଣଙ୍କୁ ଶାସନ ଦ୍ଵାରା ସମ୍ମାନିତ କରାଯିବାର ସମ୍ଭାବନା ଅଛି। ଯଦି ଆପଣ କୌଣସି ବ୍ୟକ୍ତି, ବ୍ୟାଙ୍କ କିମ୍ବା ସଂସ୍ଥାରୁ ଋଣ ନେବାକୁ ଚାହୁଁଛନ୍ତି ତେବେ କଦାପି ନିଅନ୍ତୁ ନାହିଁ। ଆଜି ପତ୍ନୀଙ୍କ ପକ୍ଷରୁ ଉତ୍ତମ ସହଯୋଗ ପ୍ରାପ୍ତ ହୋଇପାରେ। ରାତ୍ରି ସମୟ ଆମୋଦ-ପ୍ରମୋଦରେ ବିତିବ।

ବୃଷ : ଆଜି ଆପଣଙ୍କ ମନ ଅନେକ ପ୍ରକାରର ଚିନ୍ତାରେ ଚିନ୍ତିତ ହୋଇପାରେ। ସ୍ଵାସ୍ଥ୍ୟ ମଧ୍ୟ ଖରାପ ରହିପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟ ହେବାଯୋଗୁଁ ମନରେ ଗ୍ଲାନି ଅନୁଭବ ହୋଇପାରେ। ଅନିଦ୍ରା ଯୋଗୁଁ ଚିଡ଼ଚିଡ଼ା ଲାଗିବ ଏବଂ ସମୟରେ ଭୋଜନ ନ ମିଳିବାରୁ କ୍ରୋଧିତ ହେବେ। ଆଜିର ଦିନ ଆପଣ ବ୍ୟସ୍ତ ରହିବେ, ଅଧିକ ଦୌଡ଼ଦୌଡ଼ି କରିବାରେ ସାବଧାନ ରୁହନ୍ତୁ। ଆପଣଙ୍କ ନିର୍ଣ୍ଣୟ ନେବାର କ୍ଷମତାରୁ ଆପଣଙ୍କୁ ଆଜି ଲାଭ ମିଳିପାରେ। ରହିଯାଇଥିବା କାର୍ଯ୍ୟଗୁଡ଼ିକ ପୂରଣ ହେବ। କୌଣସି କାମରେ ଅର୍ଥ ବିନିଯୋଗ କରିବାକୁ ପଡ଼ିଲେ ହୃଦୟ ଖୋଲିକରି, ଆଗକୁ ଚାଲନ୍ତୁ ଭରପୂର ଲାଭ ମିଳିବ।

ମିଥୁନ : ଆପଣଙ୍କ ଆଜିର ଦିନ ବିବିଧ ଲାଭ ପ୍ରାପ୍ତି ପ୍ରମାଣିତ ହେବ। ପରିବାରରେ ସନ୍ତାନ ଏବଂ ପତ୍ନୀଙ୍କ ତରଫରୁ ଲାଭଦାୟକ ସମାଚାର ମିଳିବ। ମିତ୍ରମାନଙ୍କ ସହିତ ସାକ୍ଷାତକରି ଆପଣ ଆନନ୍ଦିତ ହେବେ। ବ୍ୟାପାରୀ ବର୍ଗଙ୍କର ଆୟରେ ବୃଦ୍ଧି ହେବ। ଚାକିରିରେ ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ରହିବ। ଆଜି ଆପଣ ଅଯଥା ଖର୍ଚ୍ଚରୁ ବଞ୍ଚନ୍ତୁ। ସାମାଜିକ କ୍ରିୟା କଳାପରେ ବ୍ୟବଧାନ ଆସିପାରେ। କିଛି ଅକସ୍ମାତ୍ ଲାଭ ହେବାରୁ ଆପଣଙ୍କ ଧର୍ମ, ଆଧ୍ୟାତ୍ମ ପ୍ରତି ରୁଚି ସୁଦୃଢ଼ ହେବ। ସନ୍ତାନମାନଙ୍କ ପକ୍ଷରୁ ହର୍ଷବର୍ଦ୍ଧକ ସମାଚାର ମିଳିବ।

କର୍କଟ : ଚାକିରି କିମ୍ବା ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ଅଟେ। ଚାକିରି କରୁଥିବା ଲୋକମାନଙ୍କର ପ୍ରମୋସନ ହେବାର ସମ୍ଭାବନା ଅଛି। ଉଚ୍ଚ ପଦାଧିକାରିମାନଙ୍କ ସହିତ ମହତ୍ତ୍ଵପୂର୍ଣ୍ଣ ମାମଲାରେ ମଧ୍ୟ ଖୋଲା ମନରେ ଚର୍ଚ୍ଚା କରିବେ। ଶାରୀରିକ-ମାନସିକ ସତେଜ ଅନୁଭବ କରିବେ। ଭାଗ୍ୟ ଦୃଷ୍ଟିରୁ ଆଜିର ଦିନ ଉତ୍ତମ ରହିବ। ଆପଣଙ୍କ ପରିଶ୍ରମର ଫଳ ଭଲ ମିଳିବ। ଆପଣ ନିଜର ମାନମର୍ଯ୍ୟାଦା ଏବଂ ଆମୋଦ ପ୍ରମୋଦ ପାଇଁ ଧନ ଖର୍ଚ୍ଚ କରିବେ। ଯେଉଁଥିରେ ଆପଣଙ୍କ ପାଖରେ ଥିବା ଶତ୍ରୁର ବ୍ୟଥା ବଢ଼ାଇବ। ମାତା-ପିତାଙ୍କର ଆଜି ବିଶେଷ ଧ୍ୟାନ ରଖିବେ।

ସିଂହ : ଆଜିର ଦିନ ମଧ୍ୟମ ଫଳଦାୟୀ ହେବ। ଆପଣ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟରେ ଉପସ୍ଥିତ ରହିବେ। ଆପଣଙ୍କ ବ୍ୟବହାର ନ୍ୟାୟ ପ୍ରିୟ ରହିବ। ଧାର୍ମିକ ପ୍ରବାସର ଆୟୋଜନ ହେବ। ସ୍ଵାସ୍ଥ୍ୟ ସାଧାରଣ ମାତ୍ରାରେ ଖରାପ ହୋଇପାରେ। ବିଦେଶରେ ରହୁଥିବା ସ୍ଵଜନମାନଙ୍କର ଭଲ ସମାଚାର ମିଳିବ। ଆଜିର ଦିନରେ ମିଶ୍ରିତ ଫଳ ମିଳିବ। ଶ୍ୱଶୁରଘର ପକ୍ଷରୁ ଆଜି ଅସନ୍ତୋଷର ସଂକେତ ମିଳିବ। ମଧୁର ବାଣୀର ପ୍ରୟୋଗ କରନ୍ତୁ ଅନ୍ୟଥା ସମ୍ବନ୍ଧ ଖରାପ ହୋଇପାରେ। ଯଦି ନେତ୍ର ସମ୍ବନ୍ଧିତ କୌଣସି କଷ୍ଟ ଅଛି ତେବେ ସେଥିରେ ସୁଧାର ହେବା ନିଶ୍ଚତ ଅଟେ।

କନ୍ୟା : ଆଜିର ଦିନରେ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ଵାସ୍ଥ୍ୟ ଖରାପ ହେବାର ଆଶଂକା ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟର ଅବସର ଆସିପାରେ। କୋର୍ଟ-କଚେରୀ କାର୍ଯ୍ୟଗୁଡ଼ିକରେ ସାବଧାନ ରୁହନ୍ତୁ। ଆମୋଦ-ପ୍ରମୋଦ ପଛରେ ଖର୍ଚ୍ଚ ହେବାର ଆଶଂକା ଅଛି। ବାହନ ଚଲାଇବା ସମୟରେ ସାବଧାନ ରହିବେ। ଆଜି ଆପଣଙ୍କମଧ୍ୟରେ ନିର୍ଭୀକତାର ଭାବ ରହିବ ତଥା ସାହସ ପୂର୍ବକ ନିଜର କଠିନ କାର୍ଯ୍ୟ ଗୁଡ଼ିକ ସମ୍ପନ୍ନ କରିବାରେ ସକ୍ଷମ ରହିବେ। ଆପଣଙ୍କୁ ନିଜର ମାତା-ପିତାଙ୍କର ସୁଖ ସହଯୋଗ ଯଥେଷ୍ଠ ରୂପରେ ପ୍ରାପ୍ତ ହେବ। ବ୍ୟର୍ଥ ବ୍ୟୟର ଯୋଗ ମଧ୍ୟ ଅଛି। ବ୍ୟାପାରରେ ଧନ ଲାଭ ହେବ।

ତୁଳା : ଆପଣଙ୍କ ଆଜିର ଦିନ ସଫଳତା ଏବଂ ଆମୋଦ-ପ୍ରମୋଦରେ ଭରା ହେବ, ସମ୍ପୂର୍ଣ୍ଣ ଦିନ ମନରେ ପ୍ରସନ୍ନତା ଅନୁଭବ କରିବେ। ବିପରୀତ ଲିଙ୍ଗ ବ୍ୟକ୍ତି ଆଜି ଆପଣଙ୍କ ଜୀବନରେ ଆସିବେ। ମୌଜ-ମସ୍ତୀ ପଛରେ ଖର୍ଚ୍ଚ ହୋଇପାରେ। ନୂଆ ବସ୍ତ୍ରାଭୂଷଣ କିଣି ପାରନ୍ତି। ଆଜିର ଦିନ ଆପଣଙ୍କପାଇଁ ଶୁଭ ଫଳଦାୟୀ। ଆପଣଙ୍କ ଅଧିକାର ସଂପତ୍ତିରେ ବୃଦ୍ଧି ହେବ। ଆପଣ ଅନ୍ୟମାନଙ୍କର ଭଲ ଭାବିବେ ଏବଂ ହୃଦୟଭରି ସେବା ମଧ୍ୟ କରିବେ। ଆଜି ନୂଆ କାର୍ଯ୍ୟଗୁଡ଼ିକ ଯଦି କରିବାକୁ ପଡ଼େ ତେବେ ଶୁଭ ରହିବ।

ବିଚ୍ଛା : ଆଜିର ଦିନ ସୁଖମୟ ଭାବେ କଟିବ। ପରିଜନମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ। ଶାରୀରିକ ତଥା ମାନସିକ ପ୍ରଫୁଲ୍ଲତା ଅନୁଭବ ହେବ। ଚାକିରି କରୁଥିବା ସାଥୀ କର୍ମଚାରିମାନଙ୍କର ସହଯୋଗ ମିଳିବ। ମହିଳାମାନଙ୍କ ପାଇଁ ବାପଘରୁ ଆପଣଙ୍କୁ ଭଲ ସମାଚାର ମିଳିବ। ଧନଲାଭ ହେବ। ଆଜି ଆପଣଙ୍କ ମନ ଅଶାନ୍ତ ଏବଂ ଚିନ୍ତିତ ରହିବ। ବ୍ୟାପାର ବୃଦ୍ଧି ପାଇଁ କରାଯାଇଥିବା ପ୍ରୟାସ ନିଷ୍ଫଲ ହୋଇପାରେ। ଯଦି କୌଣସି ବାଦ ବିବାଦ ଲମ୍ବିତ ଅଛି ତେବେ ସେଥିରେ ସଫଳତା ମିଳିବାର ସଂପୂର୍ଣ୍ଣ ସମ୍ଭାବନା ଅଛି।

ଧନୁ : ଆପଣଙ୍କ ଆଜିର ଦିନ ମିଶ୍ରତ ଫଳଦାୟୀ ହେବ। ଆଜି ଆପଣଙ୍କୁ ପେଟ ସମ୍ବନ୍ଧୀତ ସମସ୍ୟା ହୋଇପାରେ। ସନ୍ତାନମାନଙ୍କର ସ୍ଵାସ୍ଥ୍ୟ ଏବଂ ତାଙ୍କ ପାଠପଢ଼ା ସମ୍ବନ୍ଧରେ ଚିନ୍ତାରେ ମନ ବ୍ୟଗ୍ର ରହିବ। କାର୍ଯ୍ୟରେ ସଫଳତା ନ ମିଳିବାରୁ କ୍ରୋଧ ହେବ କିନ୍ତୁ ଏହା ଉପରେ ନିୟନ୍ତ୍ରଣ ରଖିବେ। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ରୋମାଞ୍ଚକ କ୍ଷଣର ଆନନ୍ଦ ଉଠାଇ ପାରିବେ। ଆଜି ଆପଣଙ୍କ ବିଦ୍ୟା, ବୁଦ୍ଧି, ଜ୍ଞାନର ବୃଦ୍ଧି ହେବ। ଭାଗ୍ୟର ମଧ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ, ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସଂନ୍ଧ୍ୟା କାଳରୁ ନେଇକରି ରାତ୍ରି ପର୍ଯ୍ୟନ୍ତ ପେଟର ଯନ୍ତ୍ରଣା ହେବାର ସମ୍ଭାବନା ଅଛି। ସାବଧାନ ରୁହନ୍ତୁ ତଥା ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର : ଆପଣଙ୍କ ଆଜିର ଦିନ ପ୍ରତିକୁଲତାରେ ଭରି ରହିବ, ଯାହା ମନରେ ଖିନ୍ନତାର ଅନୁଭବ ହେବ। ଶରୀରରେ ଫୂର୍ତ୍ତି ଏବଂ ସତେଜର ଅଭାବ ରହିବ। ସାର୍ବଜନିକ ଜୀବନରେ ମାନହାନି ହେବାର ଆଶଂକା ଅଛି। ଛାତିରେ ଯନ୍ତ୍ରଣା ରହିବାର ଆଶଂକା ଅଛି। କୌଣସି ପ୍ରକାରର ବାଦ-ବିବାଦ କିମ୍ବା ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ଆଜି ଆପଣଙ୍କୁ ବହୁମୂଲ୍ୟ ବସ୍ତୁ ପ୍ରାପ୍ତି ସହିତ ଏପରି ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ସାମନାରେ ଆସିବ। ନିଜର ବ୍ୟବସାୟରେ ଆପଣଙ୍କ ମନ ଲାଗିବ ଏବଂ ସ୍ଥଗିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କୌଣସି ନୂଆ କାର୍ଯ୍ୟରେ ଅର୍ଥ ବିନିଯୋଗ କରିବାକୁ ପଡ଼ିଲେ ଅବଶ୍ୟ କରନ୍ତୁ, ଭବିଷ୍ୟତରେ ଲାଭ ହେବ।

କୁମ୍ଭ : ଆଜି ଆପଣ, ହୃଦୟରେ ପ୍ରସନ୍ନତା ଅନୁଭବ କରିବେ। ଆପଣଙ୍କ ମନରେ ରହୁଥିବା ଚିନ୍ତାର ବାଦଲ ଦୂର ହେବାଯୋଗୁଁ ଆପଣଙ୍କ ଉତ୍ସାହ ବଢ଼ିବ। ଭାଇ-ବନ୍ଧୁମାନଙ୍କ ସହିତ ମିଶିକରି ନୂଆ ଆୟୋଜନକୁ ହାତରେ ନେବେ। ତାଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ। ଲଘୁ ଯାତ୍ରା କରିପାରନ୍ତି। ଆଜିର ଦିନ ବୁଦ୍ଧି ବିବେକରେ ନୂଆ-ନୂଆ ଖୋଜ କରିବାରେ କଟିବ। ଆପଣ ସୀମିତ ଏବଂ ଆବଶ୍ୟକତାନୁସାରେ ହିଁ ବ୍ୟୟ କରନ୍ତୁ। ସାଂସାରିକ ସୁଖ ଭୋଗ, ଚାକରମାନଙ୍କର ସୁଖ ସମ୍ପୂର୍ଣ୍ଣ ରୂପରେ ମିଳିବ।

ମୀନ : ଆଜି ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ। କ୍ରୋଧ କାରଣରୁ କାହା ସହିତ ମନମାଳିନ୍ୟ ହେବାର ଆଶଂକା ଅଛି। ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ଚକ୍ଷୁର ଧ୍ୟାନ ରଖିବେ। ପାରିବାରିକ ସଦସ୍ୟ ଏବଂ ପ୍ରେମୀଜନମାନଙ୍କ ଦ୍ଵାରା ଘରେ ବିରୋଧର ବାତାବରଣ ହୋଇପାରେ। ଆଜି ଅଷ୍ଟମ ଭାବରେ ଶତ୍ରୁ ରାଶିଙ୍କର ବୃହଷ୍ପତି ହେବାର କାରଣରୁ ବହୁତ ସମୟରେ ଲଟକି ରହିଥିବା ବିବାଦର ସମାଧାନ ହେବ। ଖୁସିମିଜାଜ ବ୍ୟକ୍ତିତ୍ଵ ହେବାର କାରଣରୁ ଅନ୍ୟ ବ୍ୟକ୍ତି ଆପଣଙ୍କ ସହିତ ସମ୍ବନ୍ଧ ବନାଇବା ପାଇଁ ଚେଷ୍ଟା କରିବେ। ସାମାଜିକ ସମ୍ମାନ ମିଳିବାରୁ ଆପଣଙ୍କ ମନୋବଳ ବଢ଼ିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.